ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ମୁମ୍ବାଇ: କରୋନା ଦ୍ୱାରା ସଂକ୍ରମିତ ହୋଇ କିଛି ଦିନ ପୂର୍ବେ ଛୋଟ ପରଦାକୁ କମବ୍ୟାକ୍‌ କରିଥିବା ବିଗ୍‌ ବି ଅମିତାଭ ବଚ୍ଚନ ଏବେ ପୁଣି ଥରେ ଚର୍ଚ୍ଚାରେ।  ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ବଲିଉଡ଼ର ମହାନାୟକ ଏଥର ଆଉ ପାଦେ ଆଗେଇଛନ୍ତି। ଏଥର ବିଗ୍‌ ବି ନିଜ ଅର୍ଗାନ ଡୋନେଟ କରିବା ନିମନ୍ତେ ଘୋଷଣା କରିଛନ୍ତି। ନିଜ ଟ୍ୱିଟର ହାଣ୍ଡେଲରେ ଅମିତାଭ ଏ ସମ୍ପର୍କରେ ଘୋଷଣା କରିଛନ୍ତି।  ନିଜର […]

amitav-1

amitav-1

Niharika Rout
  • Published: Wednesday, 30 September 2020
  • Updated: 30 September 2020, 12:47 PM IST

Sports

Latest News

ମୁମ୍ବାଇ: କରୋନା ଦ୍ୱାରା ସଂକ୍ରମିତ ହୋଇ କିଛି ଦିନ ପୂର୍ବେ ଛୋଟ ପରଦାକୁ କମବ୍ୟାକ୍‌ କରିଥିବା ବିଗ୍‌ ବି ଅମିତାଭ ବଚ୍ଚନ ଏବେ ପୁଣି ଥରେ ଚର୍ଚ୍ଚାରେ।  ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ବଲିଉଡ଼ର ମହାନାୟକ ଏଥର ଆଉ ପାଦେ ଆଗେଇଛନ୍ତି। ଏଥର ବିଗ୍‌ ବି ନିଜ ଅର୍ଗାନ ଡୋନେଟ କରିବା ନିମନ୍ତେ ଘୋଷଣା କରିଛନ୍ତି।

ନିଜ ଟ୍ୱିଟର ହାଣ୍ଡେଲରେ ଅମିତାଭ ଏ ସମ୍ପର୍କରେ ଘୋଷଣା କରିଛନ୍ତି।  ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଅମିତାଭଙ୍କ କୋର୍ଟରେ ଏକ ଛୋଟ ଗ୍ରୀନ୍‌ ରଙ୍ଗର ରିବନ ଲାଗିଛି। ଏଥିସହ ଅମିତାଭ ଲେଖିଛନ୍ତି, ମୁଁ ଶପଥ ନେଇ ସାରିଥିବା ଜଣେ ଅର୍ଗାନ ଡୋନର ଅଟେ।  ଏହାର ପବିତ୍ରତା ବଜାୟ ରଖିବାକୁ ଗ୍ରୀନ୍‌ ରିବନ ପିନ୍ଧିଥିବା ଉଲ୍ଲେଖ କରିଛନ୍ତି।

;

ଅମିତାଭଙ୍କ ଏହି ଟ୍ୱିଟକୁ ଫ୍ୟାନ୍‌ମାନେ ଖୁବ୍‌ ଲାଇକ୍‌ କରିଛନ୍ତି। ଏଥିସହ କେତେଜଣ ଫ୍ୟାନ୍‌ ପାଇଥିବା ସାର୍ଟିଫିକେଟ ମଧ୍ୟ ଟ୍ୱିଟ କରିଛନ୍ତି। ଏହାବ୍ୟତୀତ ବହୁ ୟୁଜର ନିଜ ଅର୍ଗାନ ଡୋନେଟ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

କିନ୍ତୁ ଜଣେ ୟୁଜର ଅମିତାଭଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ତାଙ୍କ ଅର୍ଗାନ କିନ୍ତୁ ଅନ୍ୟ ଶରୀରରେ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ ନାହିଁ ବୋଲି କହିଛନ୍ତି। ବ୍ୟକ୍ତିଜଣକ ଲେଖିଛନ୍ତି,‘ ସାର୍‌ ଆପଣଙ୍କୁ ହେପାଟାଇଟସ୍‌ ବି ରୋଗ ଅଛି। ତେଣୁ ଆପଣଙ୍କ ଅର୍ଗାନ ଅନ୍ୟ ଶରୀରରେ ପ୍ରତିରୋପଣ ହୋଇପାରିବ ନାହିଁ। ଏହାବ୍ୟତୀତ ଆପଣଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇସାରିଛି। ଅର୍ଗାନ ଡୋନେଟ କରିବା ଓ ଅନ୍ୟର ଜୀବନ ବଞ୍ଚାଇବା ଲାଗି ଆପଣଙ୍କ ଇଚ୍ଛାକୁ ସମ୍ମାନ କରୁଛି। କିନ୍ତୁ ବିଜ୍ଞାନ ସମ୍ମତ ଭାବେ ଆପଣ ଅର୍ଗାନ ଡୋନେଟ କରିପାରିବେ ନାହିଁ।”

କରୋନାରୁ ସୁସ୍ଥ ହେବା ପରେ ଅମିତାଭ ଏବେ କେବିସି -୧୨ ସିଜିନ୍‌ ହୋଷ୍ଟ କରୁଛନ୍ତି।  ଏହି ସୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରତି ବର୍ଷ ଖୁବ୍‌ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଏଥର କିନ୍ତୁ ପରିସ୍ଥିତି ଟିକେ ଭିନ୍ନ ରହିଛି। କରୋନା ମହାମାରୀ ଯୋଗୁ ଏଥର ସୋ’ରେ ଦର୍ଶକଙ୍କ ଅନୁପସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଅଡିଅନ୍ସ ପୋଲ୍‌କୁ ମଧ୍ୟ ହଟାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos