ଅନୁଷ୍କାଙ୍କ ବଲିଉଡ ଏଣ୍ଟ୍ରିର କାରଣ କରୀନା

ମୁମ୍ବାଇ: ସେ କେବେ ଫିଲ୍ମ ଲାଇନ୍‌କୁ ଆସିବାକୁ ଭାବି ନ ଥିଲେ। ହେଲେ କରିନା କପୁରଙ୍କ ଅଭିନୟ ତାଙ୍କୁ ଏହି ଲାଇନ୍‌କୁ ଟାଣି ଆଣିଥିଲା। କରିନାଙ୍କ ପରି ଅଭିନୟ କରିବାର ଆଗ୍ରହ ଆଜି ତାଙ୍କୁ ବଲିଉଡରେ ପ୍ରତିଷ୍ଠିତ କରି ପାରିଛି। ‘ଜବ୍‌ ହ୍ୟାରି ମିଟ୍‌ ସେଜଲ’ର ଟ୍ରେଲର ରିଲିଜ ବେଳେ ନିଜେ ଏହି କଥା କହିଛନ୍ତି ଫିଲ୍ମର ହିରୋଇନ୍‌ ଅନୁଷ୍କା ଶର୍ମା। ଟ୍ରେଲର ରିଲିଜ ସମାରୋହରେ ଅନୁଷ୍କା କହିଥିଲେ, ସେ ତାଙ୍କ ପରିବାର ସହ ‘ଜବ୍‌ ଉଇ […]

karina

karina

Rakesh Mallick
  • Published: Monday, 24 July 2017
  • Updated: 25 July 2017, 03:44 PM IST

Sports

Latest News

ମୁମ୍ବାଇ: ସେ କେବେ ଫିଲ୍ମ ଲାଇନ୍‌କୁ ଆସିବାକୁ ଭାବି ନ ଥିଲେ। ହେଲେ କରିନା କପୁରଙ୍କ ଅଭିନୟ ତାଙ୍କୁ ଏହି ଲାଇନ୍‌କୁ ଟାଣି ଆଣିଥିଲା। କରିନାଙ୍କ ପରି ଅଭିନୟ କରିବାର ଆଗ୍ରହ ଆଜି ତାଙ୍କୁ ବଲିଉଡରେ ପ୍ରତିଷ୍ଠିତ କରି ପାରିଛି। ‘ଜବ୍‌ ହ୍ୟାରି ମିଟ୍‌ ସେଜଲ’ର ଟ୍ରେଲର ରିଲିଜ ବେଳେ ନିଜେ ଏହି କଥା କହିଛନ୍ତି ଫିଲ୍ମର ହିରୋଇନ୍‌ ଅନୁଷ୍କା ଶର୍ମା।

ଟ୍ରେଲର ରିଲିଜ ସମାରୋହରେ ଅନୁଷ୍କା କହିଥିଲେ, ସେ ତାଙ୍କ ପରିବାର ସହ ‘ଜବ୍‌ ଉଇ ମିଟ୍‌’ ଦେଖିବାକୁ ଯାଇଥିଲେ। ଅନୁଷ୍କାଙ୍କୁ କରିନାଙ୍କ ଚରିତ୍ର ଓ ଅଭିନୟ ଏତେ ଭଲ ଲାଗିଥିଲା ଯେ ସେ ସିନେମା ହଲ୍‌ରେ ହିଁ ବସି ବସି ଫିଲ୍ମ ଲାଇନ୍‌କୁ ଆସିବାକୁ ମନ ସ୍ଥିର କରିନେଇଥିଲେ।

‘ଜବ୍ ହ୍ୟାରି ମିଟ୍ ସେଜଲ’ର ଟ୍ରେଲର ରିଲିଜ ବେଳେ ଅନୁଷ୍କାଙ୍କ ସହ ଶାହାରୁଖ ଖାନ୍ ଏବଂ ଡାଇରେକ୍ଟର ଇମତିଆଜ ଅଲ୍ଲି ଉପସ୍ଥିତ ଥିଲେ। ମଜାଦାର କଥା ହେଲା ଇମତିଆଜ ‘ଜବ୍‌ ଉଇ ମିଟ୍‌’ର ମଧ୍ୟ ଡାଇରେକ୍ଟର ଥିଲେ।

ଅଗଷ୍ଟ ୪ ତାରିଖରେ ଶାଖାରୁଖ ଏବଂ ଅନୁଷ୍କା ଷ୍ଟାରର ‘ଜବ୍ ହ୍ୟାରି ମିଟ୍ ସେଜଲ’ ରିଲିଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos