ପ୍ରତିମାସ ହଜାରେ ପିଲାଙ୍କୁ ଖାଇବାକୁ ଦେଉଛି ଅର୍ଜୁନ୍ କପୁରଙ୍କ କମ୍ପାନୀ

ମୁମ୍ୱାଇ: ବଲିଉଡ ହିରୋ ଅର୍ଜୁନ କପୁରଙ୍କ ଏକ କମ୍ପାନୀ ପ୍ରତି ମାସ ହଜାରେ ପିଲାଙ୍କୁ ମାଗଣାରେ ଖାଇବାକୁ ଦେଉଛି। ଅର୍ଜୁନ ନିକଟରେ ଏହି ଷ୍ଟ୍ରାଟଟପ୍ କମ୍ପାନୀରେ ନିବେଶ କରିଥିଲେ। ଏହି କମ୍ପାନୀ ଲିଙ୍ଗଗତ ସମାନତା ଦିଗରେ କାମ କରୁଛି। ଏଥି ସହିତ ଆତ୍ମନିର୍ଭର ହେବା ଦିଗରେ କାମ କରୁଛି। ଏନେଇ ଅର୍ଜୁନ୍ ପ୍ରତିକ୍ରିୟାରେ କହିଛନ୍ତି, କରୋନା ମହାମାରୀ ବେଳେ ଅନେକ ଲୋକ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ପରିବାରର ଗୁରୁଜନଙ୍କୁ ହରାଇବା ପରେ ଅନେକ ଛୋଟ ଛୁଆ […]

arjun

arjun

Subhransu Sekhar
  • Published: Monday, 23 November 2020
  • Updated: 23 November 2020, 10:28 PM IST

ମୁମ୍ୱାଇ: ବଲିଉଡ ହିରୋ ଅର୍ଜୁନ କପୁରଙ୍କ ଏକ କମ୍ପାନୀ ପ୍ରତି ମାସ ହଜାରେ ପିଲାଙ୍କୁ ମାଗଣାରେ ଖାଇବାକୁ ଦେଉଛି। ଅର୍ଜୁନ ନିକଟରେ ଏହି ଷ୍ଟ୍ରାଟଟପ୍ କମ୍ପାନୀରେ ନିବେଶ କରିଥିଲେ। ଏହି କମ୍ପାନୀ ଲିଙ୍ଗଗତ ସମାନତା ଦିଗରେ କାମ କରୁଛି। ଏଥି ସହିତ ଆତ୍ମନିର୍ଭର ହେବା ଦିଗରେ କାମ କରୁଛି।

ଏନେଇ ଅର୍ଜୁନ୍ ପ୍ରତିକ୍ରିୟାରେ କହିଛନ୍ତି, କରୋନା ମହାମାରୀ ବେଳେ ଅନେକ ଲୋକ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ପରିବାରର ଗୁରୁଜନଙ୍କୁ ହରାଇବା ପରେ ଅନେକ ଛୋଟ ଛୁଆ ପରୋକ୍ଷରେ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେଣୁ ତାଙ୍କ କମ୍ପାନୀ ‘ଫୁଡକ୍ଲାଉଡ୍’ ଏଭଳି ପ୍ରୟାସ ଆରମ୍ଭ କରିଛି। ଏଭଳି କାମ କରୁଥିବାରୁ ସେ ଗର୍ବିତ ବୋଲି କହିଛନ୍ତି। ଛୋଟ ଛୁଆ ମାନେ ପୁଷ୍ଟିକର ଖାଇବା ଦରକାର। ଦେଶର ନାଗରିକ ଭାବରେ ଏଭଳି କାମ କରିବା ନିଜର ଦାୟିତ୍ୱ ବୋଲି ସେ କହିଛନ୍ତି।

ଯେପର୍ଯ୍ୟନ୍ତ କରୋନା ମହାମାରୀ ପ୍ରଭାବ ଥିବ ତାଙ୍କ କମ୍ପାନୀ ଏଭଳି କାମ କରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos