ବେଗମ୍‌ ଜାନ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ବିଦ୍ୟା ବାଲାନ୍‌

ମୁମ୍ବାଇ:ଶ୍ରୀଜିତ୍‌ ମୁଖାର୍ଜୀଙ୍କ ବହୁ ପ୍ରତୀକ୍ଷିତ ଐତିହାସିକ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ‘ବେଗମ ଜାନ୍’ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ‘ଦ ଡାର୍ଟି ପିକ୍‌ଚର’ ଷ୍ଟାର ବିଦ୍ୟା ବାଲନ୍‌। ଖୁବ ଅଳ୍ପ ଦିନ ମଧ୍ୟରେ ଏହି ଫିଲ୍ମର ସୁଟିଂକାର୍ଯ୍ୟ କୋଲକାତା, ପଞ୍ଜାବ ଓ ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ ହେବ। ଏନେଇ ୩୮ ବର୍ଷୀୟ ଶ୍ରୀଜିତ ତାଙ୍କ ଟ୍ୱିଟର ପେଜରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ୨୦୧୫ ମସିହାରେ ରଲିଜ୍‌ ହୋଇଥିବା ବେଙ୍ଗଲୀ ଫିଲ୍ମ ‘ରାଜକାହାନୀ’ରୁ […]

bidya balan

bidya balan

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 07:25 PM IST

Sports

Latest News

ମୁମ୍ବାଇ:ଶ୍ରୀଜିତ୍‌ ମୁଖାର୍ଜୀଙ୍କ ବହୁ ପ୍ରତୀକ୍ଷିତ ଐତିହାସିକ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ‘ବେଗମ ଜାନ୍’ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ‘ଦ ଡାର୍ଟି ପିକ୍‌ଚର’ ଷ୍ଟାର ବିଦ୍ୟା ବାଲନ୍‌। ଖୁବ ଅଳ୍ପ ଦିନ ମଧ୍ୟରେ ଏହି ଫିଲ୍ମର ସୁଟିଂକାର୍ଯ୍ୟ କୋଲକାତା, ପଞ୍ଜାବ ଓ ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ ହେବ।

ଏନେଇ ୩୮ ବର୍ଷୀୟ ଶ୍ରୀଜିତ ତାଙ୍କ ଟ୍ୱିଟର ପେଜରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ୨୦୧୫ ମସିହାରେ ରଲିଜ୍‌ ହୋଇଥିବା ବେଙ୍ଗଲୀ ଫିଲ୍ମ ‘ରାଜକାହାନୀ’ରୁ  ନିଆଯାଇଥିବା ଏକ କାହାଣୀ  ‘ବେଗମ ଜାନ୍’ରେ ‘ମାଡାମ୍‌ ଅଫ୍‌ ଏ ବ୍ରୋଥେଲ୍‌’(ବେଶ୍ୟାଳୟର ସଞ୍ଚାଳିକା) ଭୂମିକାରେ ନଜର ଆସିବେ ବିଦ୍ୟା।

ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ମହେଶ ଓ ମୁକେଶ ଭଟ୍ଟ। ଏଥିରେ ବିଭିନ୍ନ ଭୂମିକାରେ ଗୌହର ଖାନ୍‌, ପଲ୍ଲବୀ ଶାରଦା ଓ ଫ୍ଲୋରା ସାଇନୀ, ଇଲ୍ଲା ଅରୁଣ, ମିଷ୍ଟି ଓ ରିଦ୍ଧିମା ତିୱାରୀ ପ୍ରମୁଖ ରହିଛନ୍ତି।

ଏହି ଫିଲ୍ମଟି ଆସନ୍ତାବର୍ଷ ମାର୍ଚ୍ଚରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos