‘ବାହୁବଲୀ’ଠାରୁ ଅଧିକ ଆକର୍ଷଣୀୟ ହେବ ‘ବାହୁବଲୀ-୨’

ମୁମ୍ବାଇ: ‘ବାହୁବଲୀ’ର ଅପାର ସଫଳତା ପରେ ଦର୍ଶକ ‘ବାହୁବଲୀ-୨’କୁ ଚାତକ ପରି ଅପେକ୍ଷା କରି ବସିଛନ୍ତି। ଚମତ୍କାର ସ୍ପେଶାଲ ଇଫେକ୍ଟସ୍ ପାଇଁ ‘ବାହୁବଲୀ’ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଫିଲ୍ମ ଏବଂ ସୂଚନା ଅନୁଯାୟୀ ‘ବାହୁବଲୀ-୨’ ଏହାଠାରୁ ଆହୁରି ଅଧିକ ଆକର୍ଷଣୀୟ ହେବ। ସୂଚନା ଅନୁଯାୟୀ ଏହି ଫିଲ୍ମର ସେଟ୍ ତିଆରି କରିବା ପାଇଁ ୫୦୦ରୁ ଅଧିକ କାରିଗର ଲାଗିଛନ୍ତି। ‘ବାହୁବଲୀ’ ଅପେକ୍ଷା ‘ବାହୁବଲୀ-୨’ରେ କମ୍ପ୍ୟୁଟର ଗ୍ରାଫିକ୍ସର କମ୍ ବ୍ୟବହାର କରାଯିବ। ଫିଲ୍ମକୁ ରିୟଲିଷ୍ଟିକ୍ ବନେଇବା ପାଇଁ ଏଥିରେ […]

bahubali

bahubali

Rakesh Mallick
  • Published: Thursday, 04 August 2016
  • Updated: 06 August 2016, 05:13 PM IST

Sports

Latest News

bahubaliମୁମ୍ବାଇ: ‘ବାହୁବଲୀ’ର ଅପାର ସଫଳତା ପରେ ଦର୍ଶକ ‘ବାହୁବଲୀ-୨’କୁ ଚାତକ ପରି ଅପେକ୍ଷା କରି ବସିଛନ୍ତି। ଚମତ୍କାର ସ୍ପେଶାଲ ଇଫେକ୍ଟସ୍ ପାଇଁ ‘ବାହୁବଲୀ’ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଫିଲ୍ମ ଏବଂ ସୂଚନା ଅନୁଯାୟୀ ‘ବାହୁବଲୀ-୨’ ଏହାଠାରୁ ଆହୁରି ଅଧିକ ଆକର୍ଷଣୀୟ ହେବ।

ସୂଚନା ଅନୁଯାୟୀ ଏହି ଫିଲ୍ମର ସେଟ୍ ତିଆରି କରିବା ପାଇଁ ୫୦୦ରୁ ଅଧିକ କାରିଗର ଲାଗିଛନ୍ତି। ‘ବାହୁବଲୀ’ ଅପେକ୍ଷା ‘ବାହୁବଲୀ-୨’ରେ କମ୍ପ୍ୟୁଟର ଗ୍ରାଫିକ୍ସର କମ୍ ବ୍ୟବହାର କରାଯିବ। ଫିଲ୍ମକୁ ରିୟଲିଷ୍ଟିକ୍ ବନେଇବା ପାଇଁ ଏଥିରେ ଅସଲି ଭଳି ଲାଗୁଥିବା ସେଟ୍ ପ୍ରୋପ୍ସ ଓ ଡମୀର ବ୍ୟବହାର କରାଯିବ।

ମନେ ହେଉଛି ଯେ ଏହି ଫିଲ୍ମ ସହ ଏକ ନୂଆ ରେକର୍ଡ ସ୍ଥାପିତ ହେବ ଏବଂ ଏଥିପାଇଁ ଫିଲ୍ମର ପୂରା ଟିମ୍ ଖୁବ୍ ପରିଶ୍ରମ କରୁଛି। ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି,‘ବାହୁବଲୀ-୨’ରେ ନୂଆ କୌଶଳ ବ୍ୟବହାର କରାଯାଇଛି ଯାହା ଦେଖିଲେ ଅସଲି ଲାଗୁଛି। ଫିଲ୍ମଟିକୁ ଦେଖିବା ସମୟରେ ଦର୍ଶକମାନଙ୍କୁ ଜଣାପଡ଼ିବ ନାହିଁ ଯେ ସ୍କ୍ରିନ୍‌ରେ ଦେଖାଯାଇଥିବା ଜିନିଷ ଅସଲି ନା ନକଲି।

ଏପ୍ରିଲ ୨୮ରେ ରିଲିଜ୍‌ ହେବ ଏହି ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos