‘ବାର୍ ବାର୍ ଦେଖୋ’ର ଟ୍ରେଲର ରିଲିଜ୍

ମୁମ୍ବାଇ: ‘କପୁର ଆଣ୍ଡ୍ ସନ୍ସ’ର ଆକ୍ଟର ସିଦ୍ଧାର୍ଥ ମାଲହୋତ୍ରାଙ୍କର ଅପକମିଂ ଫିଲ୍ମ ‘ବାର୍ ବାର୍ ଦେଖୋ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ବଲିଉଡ୍ ଅଭିନେତା ସିଦ୍ଧାର୍ଥଙ୍କ ସହ ଚୁଲବୁଲି ନାୟିକା କାଟ୍ରିନା କୈଫ୍‌ଙ୍କୁ ଦେଖିବାକୁ ମିଳିବ।

କିଛି ଦିନ ପୂର୍ବ ଫିଲ୍ମ ‘ବାର୍ ବାର୍ ଦେଖୋ’ର ଏକ ଗୀତ ‘କାଲା ଚଷମା’ ସୋସିଆଲ ମିଡ଼ିଆରେ ଧୁମ ମଚାଇଥିଲା। ଏହି ଗୀତକୁ ୨୨ ନିୟୁତ ଦର୍ଶକ ଦେଖିଥିଲେ।

ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ନିତ୍ୟା ମେହରା। ନିର୍ଦ୍ଦେଶକ ଭାବେ ଏହା ତାଙ୍କର ଡେବ୍ୟୁ ଫିଲ୍ମ। ଏହା ପୂର୍ବରୁ ସେ “ଲକ୍ଷ୍ୟ” ଓ “ଡନ୍”ରେ ଫରହାନ୍ ଅଖତରଙ୍କ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ।