ଭୁବନେଶ୍ୱର: ବିଶିଷ୍ଠ ଉର୍ଦ୍ଧୁକବି କୈଫି ଆଜମିଙ୍କ ଜୀବନି କାହାଣିକୁ ନେଇ ଏକ ଭିନ୍ନ ଧରଣର ନାଟକ କୈଫି ଔର ମେ ଅନୁଷ୍ଠିତ ହୋଇଯାଇଛି। ରବିବାର ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଠ ଅଭିନେତ୍ରୀ ସବାନା ଆଜମି ଓ କବି ଜାଭେଦ ଅଖତାର ଯୋଗଦେଇ କୈଫି ଆଜମିଙ୍କ ଜିବନୀ କାହାଣିକୁ ନାଟକ ଆକାରରେ ବର୍ଣ୍ଣନା କରିଥିଲେ। ଏଥିରେ କୈଫିଙ୍କ ଭୂମିକାରେ ଥିଲେ ଜାଭେଦ ଅଖତାର ଓ କୈଫିଙ୍କ ପତ୍ନୀ ସୌକତ ଅଜମିଙ୍କ ଭୂମିକା ନିଭାଇଥିଲେ ସବାନା ଆଜମି। ନାଟକରେ କୈଫିଙ୍କ ପିଲାବେଳର ଜୀବନ,ସୌକତଙ୍କ ସହିତ ବିବାହ,ପୋଗ୍ରେସିଭ ରାଇଟର୍ସ ମୁଭମେଣ୍ଟରେ ଭୂମିକା,ବଲିଉଡ ଯାତ୍ରା ଓ ବାର୍ଦ୍ଧକ୍ୟ ଜୀବନିକୁ ଦେଖିବାକୁ ମିଳିଥିଲା। ଏହାକୁ ଜାଭେଦ ଅଖତାର ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ ରମେଶ ତଲୱାର। ଏହି ନାଟକ ଭିତରେ କୈଫି ଆଜମିଙ୍କର ୨୦ଟି ଲୋକପ୍ରିୟ ଗୀତକୁ ପରିବେଷଣ କରିଥିଲେ ଜସୱିନ୍ଦର ସିଂ। ପୁର୍ବରୁ ଏହି ନାଟକ ଦେଶର ବିଭିନ୍ନ ସ୍ଥାନ ସହିତ ଆମେରିକା, କାନାଡା ପ୍ରଭୃତି ସ୍ଥାନରେ୧୨୫ ଥର ପରିବେଷଣ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।
Bollywood
ରାସ୍ତା ମଝିରେ ଅଭିନେତାଙ୍କୁ ଆକ୍ରମଣ, ଛୁରାମାଡ଼ କଲେ ଦୁର୍ବୃତ୍ତ
ଅଭିନେତାଙ୍କୁ ପ୍ରଥମେ ଛୁରୀରେ ତା'ପରେ ଲୁହା ରଡ୍ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।