ରାଜ କୁନ୍ଦ୍ରାଙ୍କ ନାଁରେ ଆସିଥିଲା ‘ନ୍ୟୁଡ୍ ଅଡିସନ୍‌’ ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିବାଦ ସହ ରହିଛି ପୁରୁଣା ସମ୍ପର୍କ। ସେ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସୁଛି। ରାଜଙ୍କ ଗିରଫଦାରୀ ପରେ ଅଭିନେତ୍ରୀ ତଥା ମଡେଲ ସାଗରିକା ସୋନା ସୁମନଙ୍କ ଏ ବୟାନ ପୁଣିଥରେ ଚର୍ଚ୍ଚାକୁ ଆସିଛି। ସେ ନିଜ ବୟାନରେ ରାଜ କୁନ୍ଦ୍ରାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଚଳିତ ବର୍ଷ ଫେବୃଆରୀରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ […]

Sagarika and Raj Kundra

Sagarika and Raj Kundra

Madhupriya Mistry
  • Published: Tuesday, 20 July 2021
  • Updated: 20 July 2021, 03:58 PM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିବାଦ ସହ ରହିଛି ପୁରୁଣା ସମ୍ପର୍କ। ସେ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସୁଛି। ରାଜଙ୍କ ଗିରଫଦାରୀ ପରେ ଅଭିନେତ୍ରୀ ତଥା ମଡେଲ ସାଗରିକା ସୋନା ସୁମନଙ୍କ ଏ ବୟାନ ପୁଣିଥରେ ଚର୍ଚ୍ଚାକୁ ଆସିଛି। ସେ ନିଜ ବୟାନରେ ରାଜ କୁନ୍ଦ୍ରାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ।

ଚଳିତ ବର୍ଷ ଫେବୃଆରୀରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ମଡେଲ ସାଗରିକା ଅଭିଯୋଗ ଆଣିଥିଲେ ଯେ, ତାଙ୍କୁ ଭିଡିଓ କଲ୍ ଜରିଆରେ ଏକ ୱେବ୍ ସିରିଜ ପାଇଁ ଅଡିସନ ଦେବାକୁ କୁହାଯାଇଥିଲା। ତେବେ ଏହି ସମୟରେ ୩ ଜଣ ତାଙ୍କୁ ନ୍ୟୁଡ୍ ଅଡିସନ୍ ମାଗିଥିଲେ।

ସାଗାରିକା କହିଥିଲେ ଯେ ‘ମୋତେ ଭିଡିଓ କଲରେ ଅଡିସନ ନାଁରେ ନ୍ୟୁଡ ଅଡିସନ ଅଫର ମିଳିଥିଲା। ସେମାନେ ତିନି ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଉମେଶ କାମତ ଥିଲେ। ଜଣଙ୍କର ଚେହେରା ଦୃଶ୍ୟମାନ ହେଉ ନଥିଲା କିନ୍ତୁ ଏହା ସମ୍ଭବତ ରାଜ କୁନ୍ଦ୍ରା। କାରଣ ଉମେଶ କାମତ ରାଜ କୁନ୍ଦ୍ରାଙ୍କ ନାଁ ନେଇଥିଲେ ଏବଂ କହିଥିଲେ ଯେ ଚାଲୁଥିବା ସମସ୍ତ ସାଇଟର ମାଲିକ ରାଜ ଅଟନ୍ତି। ମୁଁ କହିବାକୁ ଚାହେଁ ଯେ ସେମାନଙ୍କୁ ଗିରଫ କରାଯିବା ଉଚିତ୍। ସେମାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ ? ସେମାନଙ୍କର ଅନେକ ସାଇଟ୍ ଚାଲୁଛି। ମୁଁ ଭାବୁଛି ମୁଖ୍ୟ ଲିଙ୍କ୍ ସେଠାରେ ଅଛି।

ଅଗଷ୍ଟ ୨୦୨୦ ରେ ମୋ ପାଖକୁ ଉମେଶ କାମତ ଜୀଙ୍କର ଫୋନ ଆସିଥିଲା ଏବଂ ମୋତେ ଏକ ୱେବ୍ ସିରିଜ୍ ପାଇଁ ଅଫର କରାଯାଇଥିଲା ଯାହାର ପ୍ରଯୋଜନା ରାଜ କୁନ୍ଦ୍ରା ଦେଇଥାନ୍ତେ। ଯେତେବେଳେ ମୁଁ ତାଙ୍କୁ ରାଜ କୁନ୍ଦ୍ରା ବିଷୟରେ ପଚାରିଲି, ସେ କହିଥିଲେ ଯେ ସେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ।'

ସାଗାରିକାଙ୍କ ବୟାନ ପରେ ରାଜ କୁନ୍ଦ୍ରାଙ୍କ ଅଫିସରୁ କୁହାଯାଇଥିଲା ଯେ ଯେକେହି ବି କାହାକୁ ଦୋଷ ଦେଇ ପାରିବେ, ଏହାର ଅର୍ଥ ନୁହେଁ ଯେ ଏହା ଏକ ଖବର। ଉମେଶ କାମତ ପୂର୍ବରୁ ହିଁ ରାଜ କୁନ୍ଦ୍ରାଙ୍କ କମ୍ପାନୀରେ କାମ କରୁଥିଲେ। ତାଙ୍କୁ ଫେବୃଆରୀ ୯ରେ ମୁମ୍ବାଇ ପୁଲିସ ଗିରଫ କରିଥିଲା।

ସାଗରିକାଙ୍କ ପୂର୍ବରୁ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୁନମ ପାଣ୍ଡେ ଅଭିଯୋଗ ଆଣିଥିଲେ ଯେ ଚୁକ୍ତି ଶେଷ ହେବା ପରେ ମଧ୍ୟ ତାଙ୍କ କମ୍ପାନୀ ତାଙ୍କ ଭିଡିଓ ଏବଂ ଫଟୋ ବ୍ୟବହାର କରୁଥିଲା। ଏଥି ସହିତ ଶେର୍ଲିନ୍ ଚୋପ୍ରା ମଧ୍ୟ ରାଜ କୁନ୍ଦ୍ରା ହିଁ ତାଙ୍କୁ ଆଡଲ୍ଟ ଇଣ୍ଡଷ୍ଟ୍ରିକୁ ଆଣିଥିଲେ ବୋଲି କହିଛନ୍ତି।

ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଏବଂ ସେଗୁଡିକୁ କିଛି ଆପ୍ସରେ ପ୍ରସାରଣ କରିବା ଅଭିଯୋଗରେ ସୋମବାର ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ତରଫରୁ ସୋମବାର ରାତିରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story