ପୁଣି ସୁସ୍ମିତା ସେନ୍‌ଙ୍କ ହୃଦୟ ଭାଙ୍ଗିଲା, ହାତ ଛାଡିଲେ ବୟଫ୍ରେଣ୍ଡ!

ମୁମ୍ବାଇ: ପୁଣି ଏକା ହୋଇଗଲେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌। ଭାଙ୍ଗିଲା ତାଙ୍କ ହୃଦୟ। ତାଙ୍କ ଲଙ୍ଗଟାଇମ ବୟଫ୍ରେଣ୍ଡ ରେହମନ ଶଲଙ୍କ ସହ କଲେ ବ୍ରେକ୍‌ଅପ୍‌। ଏନେଇ ବି-ଟାଉନ୍‌ରେ ଏବେ ଚର୍ଚ୍ଚା ଜୋର ଧରିଛି। ଇ-ଟାଇମ୍‌ ଦେଇଥିବା ସୂଚନାନୁସାରେ ସୁସ୍ମିତା ସେନ୍‌ ଏବଂ ରେହମନ ଶଲଙ୍କ ବ୍ରେକଅପ୍‌ ହୋଇସାରିଛି। ଦୁହେଁ ପରସ୍ପର ସହ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। କେବଳ ସେତିକି ନୁହେଁ ରେହମନ ଅଭିନେତ୍ରୀଙ୍କ ଘର ମଧ୍ୟ ଛାଡି ସାରିଛନ୍ତି। […]

sushmita sen

sushmita sen

Madhupriya Mistry
  • Published: Thursday, 23 December 2021
  • Updated: 23 December 2021, 04:10 PM IST

Sports

Latest News

ମୁମ୍ବାଇ: ପୁଣି ଏକା ହୋଇଗଲେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌। ଭାଙ୍ଗିଲା ତାଙ୍କ ହୃଦୟ। ତାଙ୍କ ଲଙ୍ଗଟାଇମ ବୟଫ୍ରେଣ୍ଡ ରେହମନ ଶଲଙ୍କ ସହ କଲେ ବ୍ରେକ୍‌ଅପ୍‌। ଏନେଇ ବି-ଟାଉନ୍‌ରେ ଏବେ ଚର୍ଚ୍ଚା ଜୋର ଧରିଛି।

ଇ-ଟାଇମ୍‌ ଦେଇଥିବା ସୂଚନାନୁସାରେ ସୁସ୍ମିତା ସେନ୍‌ ଏବଂ ରେହମନ ଶଲଙ୍କ ବ୍ରେକଅପ୍‌ ହୋଇସାରିଛି। ଦୁହେଁ ପରସ୍ପର ସହ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। କେବଳ ସେତିକି ନୁହେଁ ରେହମନ ଅଭିନେତ୍ରୀଙ୍କ ଘର ମଧ୍ୟ ଛାଡି ସାରିଛନ୍ତି। ରେହମନ ବର୍ତ୍ତମାନ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରହୁଛନ୍ତି। ତେବେ ଏହି ଖବର କେତେ ସତ କେତେ ମିଛ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ଏହି ଖବର ଉଭୟଙ୍କ ଫ୍ୟାନ୍‌ମାନଙ୍କୁ ଦୁଃଖିତ କରିଦେଇଛି।

Sushmita Sen's boyfriend Rohman Shawl sneaks in her Instagram live as she celebrates National Award win | Celebrities News – India TV

ସୁସ୍ମିତା ଓ ରେହମନ ବଲିଉଡର ମୋଷ୍ଟ ଆଡୋରେବଲ କପଳଙ୍କ ମଧ୍ୟରୁ ଜଣେ। ଦୁହିଁଙ୍କ ଯୋଡି ଏବଂ ତାଙ୍କ କେମେଷ୍ଟ୍ରିକୁ ଲୋକେ ଖୁବ୍‌ ପସନ୍ଦ କରନ୍ତୁ। ପ୍ରାୟତଃ ସୁସ୍ମିତା ଏବଂ ରେହମନ ସୋସିଆଲ ମିଡିଆରେ ନିଜର ପ୍ରେମ ବ୍ୟକ୍ତ କରନ୍ତି। ରୋମାଣ୍ଟିକ୍ ଫଟୋ ଶେୟାର କରନ୍ତୁ। ପବ୍ଲିକ ପ୍ଲେସ ହେଉ ଅବା କୌଣସି ପାର୍ଟି, ସବୁଠି ଏ ଦୁହେଁ ଏକାଠି ନଜର ଆସନ୍ତି। ଫ୍ୟାନ୍‌ମାନେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖି କେବେ ବିବାହ କରିବେ ସେ ନେଇ ପ୍ରଶ୍ନ କରନ୍ତି।

ତେବେ ବିବାହ କରିବା ତ ଦୂରର କଥା ଏବେ ଉଭୟଙ୍କ ନିଜ ସମ୍ପର୍କକୁ ହିଁ ଭାଙ୍ଗି ଦେଇଛନ୍ତି। ଅଲଗା ହୋଇଯାଇଛନ୍ତି ସୁସ୍ମିତା ଆଉ ରେହମନ। ଚଳିତ ବର୍ଷ ଆରମ୍ଭ ସୁସ୍ମିତା ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରିଥିଲେ। ଯେଉଁଥିରେ ଏକ ବ୍ୟର୍ଥ ସମ୍ପର୍କରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଥିବା ସେ କହିଥିଲେ। ଏହି ପୋଷ୍ଟକୁ ଦେଖି ସୁସ୍ମିତାଙ୍କ ବ୍ରେକ୍‌ ଅପ୍‌ ହୋଇଯାଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲେ। କିନ୍ତୁ କିଛି ସମୟ ପରେ ସୁସ୍ମିତା ଓ ରେହମନଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

Sushmita Sen Stuns In A White Ensemble, Beau, Rohman Shawl Calls Her 'Goddess' And We Agree

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos