ଇର୍‌ଫାନ୍‌ଙ୍କୁ କପି କଲେ ବାବିଲ

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇର୍‌ଫାନ ଖାନ୍‌ଙ୍କ ପୁଅ ବାବିଲ ଖାନ୍। ସେ ଏବେ ନିଜ ବାପାଙ୍କୁ ପୁରାପୁରି କପି କରିଛନ୍ତି। ତାଙ୍କ ଭଳି ଷ୍ଟାଇଲ ଓ ତାଙ୍କ ଭଳି ଠାଣି। କେବଳ ସେତିକି ନୁହେଁ ସେ ଇର୍‌ଫାନ୍‌ଙ୍କ ଭଳି ଡାଏଲଗ୍ ମଧ୍ୟ କହୁଛନ୍ତି। ପ୍ରକୃତରେ ଦିବଙ୍ଗତ ଅଭିନେତା ଇରଫାନ ଖାନ୍‌ଙ୍କ ପୁଅ ବାବଲି ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ସେ ପ୍ରତିଦିନ ନିଜ ଥ୍ରୋ ବ୍ୟାକ୍ ଫଟୋ ହେଉ ଅବା କିଛି ଇଣ୍ଟ୍ରେଷ୍ଟିଙ୍ଗ ଭିଡିଓ ସେଆର କରିଥା’ନ୍ତି। […]

Irfan Khan and Babil Khan

Irfan Khan and Babil Khan

Madhupriya Mistry
  • Published: Sunday, 18 July 2021
  • Updated: 18 July 2021, 06:01 PM IST

Sports

Latest News

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇର୍‌ଫାନ ଖାନ୍‌ଙ୍କ ପୁଅ ବାବିଲ ଖାନ୍। ସେ ଏବେ ନିଜ ବାପାଙ୍କୁ ପୁରାପୁରି କପି କରିଛନ୍ତି। ତାଙ୍କ ଭଳି ଷ୍ଟାଇଲ ଓ ତାଙ୍କ ଭଳି ଠାଣି। କେବଳ ସେତିକି ନୁହେଁ ସେ ଇର୍‌ଫାନ୍‌ଙ୍କ ଭଳି ଡାଏଲଗ୍ ମଧ୍ୟ କହୁଛନ୍ତି।

ପ୍ରକୃତରେ ଦିବଙ୍ଗତ ଅଭିନେତା ଇରଫାନ ଖାନ୍‌ଙ୍କ ପୁଅ ବାବଲି ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ସେ ପ୍ରତିଦିନ ନିଜ ଥ୍ରୋ ବ୍ୟାକ୍ ଫଟୋ ହେଉ ଅବା କିଛି ଇଣ୍ଟ୍ରେଷ୍ଟିଙ୍ଗ ଭିଡିଓ ସେଆର କରିଥା’ନ୍ତି। ତାଙ୍କର ଅନେକ ପୋଷ୍ଟ ସେ ବାପା ଇର୍‌ଫାନ୍‌ଙ୍କୁ ସମର୍ପିତ କରିଥାନ୍ତି।

ଏବେ ପୁଣି ଥରେ ବାବଲି ଏଭଳି ହିଁ ଏକ ଭିଡିଓ ସେଆର କରିଛନ୍ତି। ଏଥିରେ ସେ ପୁରାପୁରି ବାପା ଇର୍‌ଫାନ୍‌ଙ୍କୁ ନକଲ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ବାବିଲ ଫିଲ୍ମ ‘ପାନ୍ ସିଂହ ତୋମାର’ର ଡାଏଲଗ କହିଛନ୍ତି।

୧୩ ସେକେଣ୍ଡର ଏହି ଭିଡିଓରେ ବାବିଲ କହୁଛନ୍ତି, ‘୩ ବର୍ଷ ପାଇଁ ୩ଟି ଫିଲ୍ମ ସାଇନ୍ କରିଦେଲି। ଘରେ କାହାକୁ ପଚାରିଲିନି ମଧ୍ୟ। ଏବେ ବିନା ଲାଇସେନ୍ସରେ ଗାଡି କ’ଣ ଚଳାଇଦେଲି, ପୁରା ପରିବାର ମୋତେ ପାନ୍ ସିଂହ ତୋମାର କହିଲାଣି।’

ବାବିଲଙ୍କ ଏହି ଭିଡିଓ ଦେଖି ଲୋକେ ବିଭିନ୍ନ କମେଣ୍ଟ କରିଛନ୍ତି। ତାଙ୍କ ପ୍ରଶଂସା କରି ୟୁଜରମାନେ କହିଛନ୍ତି ଆପଣଙ୍କୁ ପରଦାରେ ଦେଖିବା ପାଇଁ ଆମେ ଅପେକ୍ଷା କରି ରହିଛୁ।

ସୂଚନା ମୁତାବକ ଖୁବ୍‌ଶୀଘ୍ର ବାବଲି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ହାଉସ ବ୍ୟନରରେ ତିଆରି ଫିଲ୍ମ ‘କ୍ୟାଲା’ ଜରିଆରେ ବି-ଟାଉନ୍‌ରେ ଏଣ୍ଟ୍ରି କରିବେ।

 

View this post on Instagram

 

A post shared by Babil (@babil.i.k)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos