ଆଉ ନାହାନ୍ତି ଜାତୀୟ ପୁରସ୍କାର ବିଜେତା ଗୌତମ ବେନେଗଲ

ମୁମ୍ବାଇ: ଚାଲିଗଲେ ଜାତୀୟ ପୁରସ୍କାର ବିଜେତା ଗୌତମ ବେନେଗଲ। ଲେଖକ, ଚିତ୍ରକର, କାର୍ଟୁନିଷ୍ଟ ତଥା ଫିଲ୍ମମେକର ଗୌତମ ବେନେଗଲଙ୍କ ହୃଦ୍‌ଘାତ ଯୋଗୁଁ ଦେହାନ୍ତି ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କର ଜଣେ ବନ୍ଧୁ କୈଜାଦ କୋଟୱାଲ ସୂଚନା ଦେଇଛନ୍ତି। କୈଜାଦ କହିଛନ୍ତି, ‘ଗୌତମଙ୍କ ହଠାତ୍ ଚାଲିଯିବା ମୋତେ ଗଭୀର ଆଘାତ ଦେଇଛି। ଗତକାଲି ଆମେ ପରସ୍ପରକୁ ମେସେଜ୍ କରୁଥିଲୁ। ଭାରତ ପାଇଁ  ବିଶେଷକରି ସେମାନଙ୍କ କଳାକାର ଫ୍ୟାନ୍ସମାନଙ୍କ ପାଇଁ ଏକ […]

goutam

goutam

Madhupriya Mistry
  • Published: Saturday, 17 July 2021
  • Updated: 17 July 2021, 03:40 PM IST

Sports

Latest News

ମୁମ୍ବାଇ: ଚାଲିଗଲେ ଜାତୀୟ ପୁରସ୍କାର ବିଜେତା ଗୌତମ ବେନେଗଲ। ଲେଖକ, ଚିତ୍ରକର, କାର୍ଟୁନିଷ୍ଟ ତଥା ଫିଲ୍ମମେକର ଗୌତମ ବେନେଗଲଙ୍କ ହୃଦ୍‌ଘାତ ଯୋଗୁଁ ଦେହାନ୍ତି ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କର ଜଣେ ବନ୍ଧୁ କୈଜାଦ କୋଟୱାଲ ସୂଚନା ଦେଇଛନ୍ତି।

କୈଜାଦ କହିଛନ୍ତି, ‘ଗୌତମଙ୍କ ହଠାତ୍ ଚାଲିଯିବା ମୋତେ ଗଭୀର ଆଘାତ ଦେଇଛି। ଗତକାଲି ଆମେ ପରସ୍ପରକୁ ମେସେଜ୍ କରୁଥିଲୁ। ଭାରତ ପାଇଁ  ବିଶେଷକରି ସେମାନଙ୍କ କଳାକାର ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ ଦୁଃଖଦ ଖବର। ମୁଁ ଏବେବି ଏହାକୁ ବିଶ୍ୱାସ କରିପାରୁ ନାହିଁ।‘

ଗୌତମ ବେନେଗାଲଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, ‘ଗୌତମ, ମୁଁ ବିଶ୍ୱାସ କରିପାରୁ ନାହିଁ କି ଆପଣ ଆଉ ନାହାଁନ୍ତି । ମୁଁ ଆପଣଙ୍କର ପ୍ରେରଣାଦାୟକ ପୋଷ୍ଟଗୁଡିକ ପଢେ। ମୁଁ ତାଙ୍କୁ ବହୁତ ମନେ ପକାଇବି। ‘ ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘ଆଶ୍ଚର୍ଯ୍ୟଜନକ ଖବର। ମୁଁ ଏହାକୁ ବିଶ୍ୱାସ କରିପାରିବି ନାହିଁ ଆମେ ଅନେକ ବର୍ଷ ଧରି ଫେସବୁକରେ ବନ୍ଧୁ ଥିଲୁ ଏବଂ ବର୍ତ୍ତମାନ ସେ ଆଉ ନାହାଁନ୍ତି। ଜଣେ ଭଲ ଚିତ୍ରକାର, ଲେଖକ, ଫିଲ୍ମ ନିର୍ମାତା ସବୁଦିନ ପାଇଁ ଚାଲିଯାଇଛନ୍ତି।

ଗୌତମ ବେନେଗାଲ ୧୬ ବର୍ଷ ବୟସରେ ଏକ ଶିଶୁ ପତ୍ରିକା ‘ସନ୍ଦେଶ’ ବାହାର କରିଥିଲେ। ଏଥିସହ ସେ ଫିଲ୍ମ ଡିଭିଜନ୍ ଅଫ୍ ଇଣ୍ଡିଆ ପାଇଁ ଫିଲ୍ମ ନିର୍ମାଣ କରିଥିଲେ। ତାଙ୍କ ଫିଲ୍ମ ତେହେରାନ, ବେଲାରୁଷ, ହିରୋସିମା ଏବଂ କାହିରାରେ ଫିଲ୍ମ ମହୋତ୍ସବ ପାଇଁ ମନୋନୀତ ହୋଇଥିଲେ। ତାଙ୍କୁ ‘୨୦୧୦: ଦ ପ୍ରିନ୍ସ ଏଣ୍ଡ୍ ଦ କ୍ରାଉନ୍ ଅଫ୍ ଷ୍ଟୋନ୍’ ପାଇଁ ଜାତୀୟ ପୁରଷ୍କାରରେ ସମ୍ମାନୀତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos