'ମୋଦିଙ୍କ ଉପରେ ଆକ୍ରମଣ ଅର୍ଥ ପ୍ରତ୍ୟେକ ଭାରତୀୟଙ୍କ ଉପରେ ଆକ୍ରମଣ'

ମୁମ୍ବାଇ: ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଢ଼ିଲାକୁ ନେଇ ବିବାଦ ଘନେଇବାରେ ଲାଗିଛି। ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ଏହାକୁ ନେଇ ବାକଯୁଦ୍ଧ ଚାଲିଛି। ଏହାରି ଭିତରେ ଏହି ଘଟଣାକୁ ନେଇ ରାଗି ଯାଇଛନ୍ତି ବଲିଉଡର କୁଇନ୍‌ କଙ୍ଗନା ରଣାୱତ। ମୋଦିଙ୍କ ସମର୍ଥନରେ ବାହାରି ସେ ସୋଶାଲ ମିଡିଆରେ ଖୁଲମଖୁଲା ନିଜ ମନ୍ତବ୍ୟ ରଖିଛନ୍ତି। ସେ ଏହାକୁ ଲୋକତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି। କେବଳ ସେତିକି ନୁହେଁ କଙ୍ଗନା […]

Kangana on modi

Kangana on modi

Madhupriya Mistry
  • Published: Thursday, 06 January 2022
  • Updated: 06 January 2022, 02:55 PM IST

Sports

Latest News

ମୁମ୍ବାଇ: ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଢ଼ିଲାକୁ ନେଇ ବିବାଦ ଘନେଇବାରେ ଲାଗିଛି। ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ଏହାକୁ ନେଇ ବାକଯୁଦ୍ଧ ଚାଲିଛି। ଏହାରି ଭିତରେ ଏହି ଘଟଣାକୁ ନେଇ ରାଗି ଯାଇଛନ୍ତି ବଲିଉଡର କୁଇନ୍‌ କଙ୍ଗନା ରଣାୱତ।

ମୋଦିଙ୍କ ସମର୍ଥନରେ ବାହାରି ସେ ସୋଶାଲ ମିଡିଆରେ ଖୁଲମଖୁଲା ନିଜ ମନ୍ତବ୍ୟ ରଖିଛନ୍ତି। ସେ ଏହାକୁ ଲୋକତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି। କେବଳ ସେତିକି ନୁହେଁ କଙ୍ଗନା ଆହୁରି କହିଛନ୍ତି, 'ପଞ୍ଜାବରେ ଆତଙ୍କବାଦୀ ଗତିବିଧି ବଢ଼ିବାରେ ଲାଗିଛି। ଏହା ଧୀରେ ଧୀରେ ଆତଙ୍କୀଙ୍କ ପେଣ୍ଠ ସ୍ଥଳ ପାଲଟିବାରେ ଲାଗିଛି। ଯଦି ଏହାକୁ ରୋକା ନଯାଏ ତେବେ ଆଗକୁ ଏହାର ଭାରି ମୂଲ୍ୟ ଦେବାକୁ ପଡିବ।'

ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେଆର କରି କଙ୍ଗନା ନିଜ କ୍ରୋଧ ଜାହିର କରିଛନ୍ତି। ସେ ଲେଖିଛନ୍ତି, ପଞ୍ଜାବରେ ଯାହା ଘଟିଲା ତାହା ବେଶ୍‌ ଲଜ୍ଜାଜନକ। ଲୋକତାନ୍ତ୍ରିକ ଢଙ୍ଗରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରାଯାଇଛି। ସେ ପ୍ରଧାନମନ୍ତ୍ରୀ, ଆଉ ସେ ୧.୪ ବିଲିଅନ୍‌ ଲୋକଙ୍କ ସ୍ୱର। ତାଙ୍କ ଉପରେ ଆକ୍ରମଣ ଅର୍ଥ ପ୍ରତ୍ୟେକ ଭାରତୀୟଙ୍କ ଉପରେ ଆକ୍ରମଣ ବୋଲି କଙ୍ଗନା କହିଛନ୍ତି।

Kangana Ranaut Postବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭାଟିଣ୍ଡାରେ ଲ୍ୟାଣ୍ଡ କରିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ଯାଉଥିଲେ। ପ୍ରଥମେ ସେ ହେଲିକପ୍ଟରରେ ଯିବାର ଥିଲା। କିନ୍ତୁ ଖରାପ ପାଗ ଯୋଗୁ ୧୦୦ କିମି ବାଟ ସେ କାରରେ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାଲି ହେଉଥିବା ସ୍ଥାନରୁ ୧୦ କିମି ଦୂରରେ ମୋଦିଙ୍କ କାରକେଡ ଗୋଟିଏ ଫ୍ଲାଏଓଭର୍‌ରେ ଅଟକି ଯାଇଥିଲା।

ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋଦିଙ୍କ ଗାଡ଼ି ସେଠାରେ ପ୍ରାୟ ୧୫ରୁ ୨୦ ମିନିଟ୍‌ ଅଟକି ରହିଥିଲା। ଶେଷରେ ମୋଦିଙ୍କ ଗାଡ଼ି ଫ୍ଲାଏଓଭର୍‌ରୁ ପଛକୁ ଫେରି ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲା। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ବାକଯୁଦ୍ଧ ଦେଖିବାକୁ ମିଳିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛି। ଏଥିପାଇଁ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଜବାବ ତଲବ କରିଛି।

ପ୍ରୋଟକଲ ଅନୁଯାୟୀ, ରାଜ୍ୟ ସରକାର ଯେଉଁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରିବା କଥା, ସେମିତି କରି ନଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ରୁଟ୍‌କୁ ମଧ୍ୟ କ୍ଲିୟର କରାଯିବାକୁ କୌଣସି ପଦକ୍ଷେପ ରାଜ୍ୟ ପୁଲିସ୍‌ ନେଇ ନଥିଲା। ତେଣୁ ଏହି ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରଣାଳୟ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos