ମା' ହେବେ କ୍ୟାଟ୍ରିନା!

ମୁମ୍ବାଇ: ବିକ୍କି କୌଶଲଙ୍କ ଘରକୁ ଆସିବ ନୂଆ ଅତିଥି। ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ମିସେସ୍‌ ବିକ୍କି କୌଶଲ ଓରଫ୍‌ କ୍ୟାଟ୍ରିନା କୈଫ। ସେ କୁଆଡେ ଗର୍ଭବତୀ ଅଛନ୍ତି। ଏନେଇ ସୋଶାଲ ମିଡିଆରେ ଜୋରସୋର୍‌ରେ ଖବର ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ନିକଟରେ କ୍ୟାଟ୍ରିନାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ କ୍ୟାଟ୍ରିନା ଏକ ଢ଼ିଲା ଗୋଲାପୀ ରଙ୍ଗର ସାଲୱାର କମିଜ ପିନ୍ଧିଥିବା ନଜର ଆସିଥିଲେ। ତାଙ୍କର ଏହି ଢ଼ିଲା ପୋଷାକ ପିନ୍ଧିବାକୁ ଦେଖି […]

Katrina Kaif

Katrina Kaif

Madhupriya Mistry
  • Published: Wednesday, 13 April 2022
  • Updated: 13 April 2022, 05:27 PM IST

Sports

Latest News

ମୁମ୍ବାଇ: ବିକ୍କି କୌଶଲଙ୍କ ଘରକୁ ଆସିବ ନୂଆ ଅତିଥି। ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି ମିସେସ୍‌ ବିକ୍କି କୌଶଲ ଓରଫ୍‌ କ୍ୟାଟ୍ରିନା କୈଫ। ସେ କୁଆଡେ ଗର୍ଭବତୀ ଅଛନ୍ତି। ଏନେଇ ସୋଶାଲ ମିଡିଆରେ ଜୋରସୋର୍‌ରେ ଖବର ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ ନିକଟରେ କ୍ୟାଟ୍ରିନାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ କ୍ୟାଟ୍ରିନା ଏକ ଢ଼ିଲା ଗୋଲାପୀ ରଙ୍ଗର ସାଲୱାର କମିଜ ପିନ୍ଧିଥିବା ନଜର ଆସିଥିଲେ। ତାଙ୍କର ଏହି ଢ଼ିଲା ପୋଷାକ ପିନ୍ଧିବାକୁ ଦେଖି ସେ କୁଆଡେ ଭର୍ଗବତୀ ଥିବା ଚର୍ଚ୍ଚା ହେଉଛି।

Katrina Kaif's latest look sparks pregnancy rumours

ଫଟୋଗ୍ରାଫର ବିରଲ ଭୟାନୀ କ୍ୟାଟ୍ରିନାଙ୍କ ଏହି ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓକୁ ଦେଖି ତାଙ୍କ ଫ୍ୟାନ୍‌ମାନେ କ୍ୟାଟ୍ରିନା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। କିଛି ୟୁଜର୍ସ ଏହି ଭିଡିରେ କମେଣ୍ଟ ଦେଇ ପଚାରିଛନ୍ତି ସେ ଗର୍ଭବତୀ ଅଛନ୍ତି କି?

ଆଉ ଜଣେ ୟୁଜର ଲେଖିଛନ୍ତି, କ୍ୟାଟ୍ରିନା ଗର୍ଭବତୀ କି? ଅନ୍ୟ ଜଣେ ୟୁଜର ଆଶ୍ଚର୍ଯ୍ୟ ଇଭୋଜି ଦେଇ ହୋଇ ଲେଖିଛନ୍ତି, ଗର୍ଭବତୀ! ଏହିପରି ପ୍ୟାନ୍ସ କ୍ୟାଟ୍ରିନା କୈଫଙ୍କ ପ୍ରେଗନେଣ୍ଟ ଥିବା ନେଇ ସୋଶାଲ ମିଡିଆରେ ଗୁଜବ ଆରମ୍ଭ କରିଦେଇଛନ୍ତି। ସେପଟେ ଅନେକ ଫ୍ୟାନ୍ ତାଙ୍କ ସାଲୱାର୍‌ ଲୁକକୁ ପ୍ରଶଂସା ମଧ୍ୟ କରିଛନ୍ତି।

ଗତବର୍ଷ ଡିସେମ୍ବର ମାସରେ ରାଜସ୍ଥାନ ଯୋଧପୁରରେ ବିକ୍କି କୌଶଲ ଓ କ୍ୟାଟ୍ରିନାଙ୍କ ବିବାହ ହୋଇଥିଲା। ବିବାହ ପରଠାରୁ ଏହି ଅଭିନେତ୍ରୀ କେତେବେଳେ ନିଜ ବ୍ୟକ୍ତିଗତ ଜୀବନ ତ ଆଉ କେତେବେଳେ ନିଜ ଅଫିସିଆଲ ଲାଇଫ୍‌କୁ ନେଇ ଲାଇମଲାଇଟ୍‌ରେ ରହୁଛନ୍ତି। କ୍ୟାଟ୍ରିନା ତାଙ୍କର ଅଧିକାଂଶ ସମୟ ସ୍ୱାମୀ ବିକ୍କି କୌଶଲଙ୍କ ସହ ବିତାଉଛନ୍ତି। ଏଥିସହ ସେ ସୋଶାଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ ଅଛନ୍ତି। ଆଗକୁ କ୍ୟାଟ୍ରିନାଙ୍କୁ ତାଙ୍କ ଅପ୍‌କମିଂ ଫିଲ୍ମ 'ଟାଇଗର-୩'ରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଅପୋଜିଟ୍‌ରେ ସଲମାନ ଖାନ୍‌ ଅଛନ୍ତି। ସେ ନିକଟରେ ଏହି ଫିଲ୍ମର ଶୁଟିଂ ପାଇଁ ତୁର୍କି ଯାଇଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos