ଯୁଦ୍ଧ ମଇଦାନରେ ସଞ୍ଜୟ ଦତ୍ତ

ମୁମ୍ବାଇ: ହାତରେ ବଡ ଖଣ୍ଡା। ମୁହଁରେ କଳା ଚଷମା । ଲମ୍ବା ବେଣି ଆଉ ଦାଢ଼ି। ପୁରାପୁରି ଭୟଙ୍କର ଲୁକ୍‌ରେ ନଜର ଆସିଛନ୍ତି ସଞ୍ଜୟ ଦତ୍ତ। ଯୁଦ୍ଧ ମଇଦାନରେ ଠିଆ ହୋଇ ସେ ସଞ୍ଜୁ ବାବାରୁ ପାଲଟିଛନ୍ତି ଅଧିରା। ରିଲିଜ ହୋଇଛି ଅପକମିଂ ଆକ୍ସନ ମୁଭି କେଜିଏଫ୍‌-୨ର ଆଉ ଏକ ପୋଷ୍ଟର। ସଞ୍ଜୟ ଦତ୍ତଙ୍କ ଜନ୍ମ ଦିନ ଅବସରରେ ଫିଲ୍ମ ମେକର୍ସମାନେ ଏହି ପୋଷ୍ଟରକୁ ରିଲିଜ କରିଛନ୍ତି। ପୋଷ୍ଟରରେ ସଞ୍ଜୟଙ୍କ ଲୁକ୍ ପୁରାପୁରି ଧମାକେଦାର ହୋଇଛି। ତାଙ୍କ […]

sanjay dutta

sanjay dutta

Madhupriya Mistry
  • Published: Thursday, 29 July 2021
  • Updated: 29 July 2021, 04:43 PM IST

Sports

Latest News

ମୁମ୍ବାଇ: ହାତରେ ବଡ ଖଣ୍ଡା। ମୁହଁରେ କଳା ଚଷମା । ଲମ୍ବା ବେଣି ଆଉ ଦାଢ଼ି। ପୁରାପୁରି ଭୟଙ୍କର ଲୁକ୍‌ରେ ନଜର ଆସିଛନ୍ତି ସଞ୍ଜୟ ଦତ୍ତ। ଯୁଦ୍ଧ ମଇଦାନରେ ଠିଆ ହୋଇ ସେ ସଞ୍ଜୁ ବାବାରୁ ପାଲଟିଛନ୍ତି ଅଧିରା।

ରିଲିଜ ହୋଇଛି ଅପକମିଂ ଆକ୍ସନ ମୁଭି କେଜିଏଫ୍‌-୨ର ଆଉ ଏକ ପୋଷ୍ଟର। ସଞ୍ଜୟ ଦତ୍ତଙ୍କ ଜନ୍ମ ଦିନ ଅବସରରେ ଫିଲ୍ମ ମେକର୍ସମାନେ ଏହି ପୋଷ୍ଟରକୁ ରିଲିଜ କରିଛନ୍ତି। ପୋଷ୍ଟରରେ ସଞ୍ଜୟଙ୍କ ଲୁକ୍ ପୁରାପୁରି ଧମାକେଦାର ହୋଇଛି। ତାଙ୍କ ଲୁକ୍ ଦେଖିଲେ ଲାଗୁଛି ଫିଲ୍ମରେ ତାଙ୍କ ଅଭିନୟ କେତେ ଦମଦାର ହୋଇଥିବ।

ଆଖିରେ କଳା ଚଷମା ପିନ୍ଧି ଏହି ପୋଷ୍ଟରରେ ସଞ୍ଜୟ ଦତ୍ତ ବେଶ ଶକ୍ତିଶାଳୀ ଦେଖାଯାଉଛନ୍ତି। ତାଙ୍କ ପୋଷାକ ମଧ୍ୟ ତାଙ୍କୁ ଜଣେ ମହାନ ଯୋଦ୍ଧା ପରି ଦର୍ଶାଉଛି। କାନ୍ଧରେ ଥିବା ବଡ ଖଣ୍ଡାଟି ଏହା ଦର୍ଶାଇଛି ଯେ ଅଧିରା ଫିଲ୍ମରେ କେତେ ବଡ଼ ଧମାଲ କରିବ। ଏହି ପୋଷ୍ଟର ସହିତ କ୍ୟାପସନ୍ ଲେଖା ହୋଇଛି, ‘ଯୁଦ୍ଧ ଆଗକୁ ବଢ଼ିବାକୁ ହୋଇଥାଏ, ଏଥିରେ ଶାଗୁଣାମାନେ ମଧ୍ୟ ସହମତ ହେବେ।’ # ଅଧିରା #ହାପି ବାର୍ଥ ଡେ’ ସଞ୍ଜୟ ଦତ୍ତ

ପୋଷ୍ଟରଟି ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଭାଇରାଲ ହେବାରେ ଲାଗିଛି। ହଜାର ହଜାର ଲୋକ ଏହି ପୋଷ୍ଟରକୁ ଲାଇକ୍ସ କରିସାରିଲେଣି। ସେହିପରି ହଜାର ହଜାର କମେଣ୍ଟ ମଧ୍ୟ ଆସିଛି। ପ୍ରଶଂସକମାନେ ସଞ୍ଜୟ ଦତ୍ତଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କ ଅଧିରା ଲୁକ୍‌ର ଜୋରଦାର ପ୍ରଶଂସା କରିଛନ୍ତି।

ବହୁପ୍ରତିକ୍ଷୀତ ଫିଲ୍ମ ‘କେଜିଏଫ୍‌-୨’ ରିଲିଜକୁ ନେଇ ଅପେକ୍ଷାରେ ଏବେ ପ୍ରଶଂସକ। ଏହି ଫିଲ୍ମରେ ସଞ୍ଜୟଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ଲିଡ୍ ରୋଲରେ ଅଛନ୍ତି ୟଶ୍। ଅନ୍ୟ ପ୍ରମୁଖ ଭୂମିକାରେ ରବିନା ଟଣ୍ଡନ, ଶ୍ରୀନିଧି ସେଟ୍ଟୀ, ପ୍ରକାଶ ରାଜ ଅଛନ୍ତି। କରୋନା ମହାମରୀ ଯୋଗୁଁ ଫିଳ୍ମ ରିଲିଜରେ ବିଳମ୍ବ ହେଉଛି କିନ୍ତୁ ଖୁବଶୀଘ୍ର ଏହା ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ ହେବ।

https://twitter.com/hombalefilms/status/1420602231712206852?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos