ମା’ ଓ ଭାଇଙ୍କୁ ମନେ ପକାଇ...

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ମିତୁ ସିଂହ ଟ୍ୱିଟରରେ ଏକ ଚିତ୍ର ପୋଷ୍ଟ କରିଛନ୍ତି। ଏହି ଚିତ୍ରରେ ତାଙ୍କ ମା’ ଓ ଭାଇ ସୁଶାନ୍ତ ଅଛନ୍ତି। ଏହି ଚିତ୍ରକୁ ପୋଷ୍ଟ୍ କରି ମିତୁ ସିଂହ ଲେଖିଛନ୍ତି, ମୋ ମା’ ମୋର ଶକ୍ତି ଥିଲେ। ମୋ ଭାଇ ମୋ ଗର୍ବ ଥିଲେ। ଉଭୟଙ୍କୁ ଖୁବ୍‌ଶୀଘ୍ର ହରାଇ ଦେଲି। ଏହି ଯନ୍ତ୍ରଣାକୁ ମୁଁ ଏଡ଼ାଇ ପାରୁନି। My mother was my source of energy. […]

sushant

sushant

Jitendra Garnayak
  • Published: Saturday, 19 September 2020
  • Updated: 19 September 2020, 12:43 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ମିତୁ ସିଂହ ଟ୍ୱିଟରରେ ଏକ ଚିତ୍ର ପୋଷ୍ଟ କରିଛନ୍ତି। ଏହି ଚିତ୍ରରେ ତାଙ୍କ ମା’ ଓ ଭାଇ ସୁଶାନ୍ତ ଅଛନ୍ତି।

ଏହି ଚିତ୍ରକୁ ପୋଷ୍ଟ୍ କରି ମିତୁ ସିଂହ ଲେଖିଛନ୍ତି, ମୋ ମା’ ମୋର ଶକ୍ତି ଥିଲେ। ମୋ ଭାଇ ମୋ ଗର୍ବ ଥିଲେ। ଉଭୟଙ୍କୁ ଖୁବ୍‌ଶୀଘ୍ର ହରାଇ ଦେଲି। ଏହି ଯନ୍ତ୍ରଣାକୁ ମୁଁ ଏଡ଼ାଇ ପାରୁନି।


ମିତୁ ସିଂହ ସୋଶାଲ୍ ମିଡିଆରେ ଏତେ ସକ୍ରିୟ ରହନ୍ତି ନାହିଁ। କିନ୍ତୁ ସୁଶାନ୍ତଙ୍କ ଅନ୍ୟ ଜଣେ ଭଉଣୀ ଶ୍ୱେତା ସିଂହ ଭାରି ଆକ୍ଟିଭ୍ ରହନ୍ତି। ସେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ତଥ୍ୟ ବା କଥା ନେଇ ବରାବର ପୋଷ୍ଟ କରନ୍ତି। ଅବଶ୍ୟ ଏବେ ସେ ସୋଶାଲ୍ ମିଡିଆରୁ ୧୦ ଦିନର ବିରତି ନେଇଛନ୍ତି। ସେ ଲେଖିଥିଲେ ଯେ ସୁଶାନ୍ତଙ୍କୁ ହରାଇବାର ଦୁଃଖ ମନରୁ ଯାଉ ନାହିଁ। ଏଣୁ ସେ ଏହି ୧୦ ଦିନ ଧ୍ୟାନ ଓ ପ୍ରାର୍ଥନା କରିବାରେ ବିତାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos