‘ନ୍ୟୁଡ ସୁଟିଂ ପାଇଁ ଲୋଭ ଦେଖାଇଥିଲେ’ ଅଭିଯୋଗ ଆଣିଲେ ମଡେଲ

ମୁମ୍ବାଇ: ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବଢ଼ୁଛି ଅଡୁଆ। ଦିନକୁ ଦିନ ଆସୁଛି ନୂଆ ନୂଆ ଅଭିଯୋଗ। ତାଙ୍କ କଳା କାରବାରର ଖୁଲାସା କରୁଛନ୍ତି ଅଭିନେତ୍ରୀ ଆଉ ମଡେଲ। ଅଭିନେତ୍ରୀ ସାଗରିକା ସୋନା ସୁମନ, ପୁନମ ପାଣ୍ଡେ, ସେର୍‌ଲିନ୍ ଚୋପ୍ରାଙ୍କ ପରେ ଏବେ ଆଉ ଜଣେ ମଡେଲ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ମଡେଲ ନିକିତା ଫ୍ଲୋରା ସିଂ ରାଜ କୁନ୍ଦ୍ରାଙ୍କ ପିଏ ଉମେଶ କାମତଙ୍କୁ ନେଇ ଏକ ଖୁଲାସା କରିଛନ୍ତି। ଉମେଶ କାମତ ତାଙ୍କୁ ଆଡଲ୍ଟ […]

Raj-Kundra-Nikita-Flora-Singh

Raj-Kundra-Nikita-Flora-Singh

Madhupriya Mistry
  • Published: Monday, 26 July 2021
  • Updated: 26 July 2021, 03:52 PM IST

Sports

Latest News

ମୁମ୍ବାଇ: ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବଢ଼ୁଛି ଅଡୁଆ। ଦିନକୁ ଦିନ ଆସୁଛି ନୂଆ ନୂଆ ଅଭିଯୋଗ। ତାଙ୍କ କଳା କାରବାରର ଖୁଲାସା କରୁଛନ୍ତି ଅଭିନେତ୍ରୀ ଆଉ ମଡେଲ। ଅଭିନେତ୍ରୀ ସାଗରିକା ସୋନା ସୁମନ, ପୁନମ ପାଣ୍ଡେ, ସେର୍‌ଲିନ୍ ଚୋପ୍ରାଙ୍କ ପରେ ଏବେ ଆଉ ଜଣେ ମଡେଲ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ମଡେଲ ନିକିତା ଫ୍ଲୋରା ସିଂ ରାଜ କୁନ୍ଦ୍ରାଙ୍କ ପିଏ ଉମେଶ କାମତଙ୍କୁ ନେଇ ଏକ ଖୁଲାସା କରିଛନ୍ତି। ଉମେଶ କାମତ ତାଙ୍କୁ ଆଡଲ୍ଟ ବ୍ୟବସାୟରେ ଆଣିବାକୁ ପ୍ରଲୋଭିତ କରିଥିଲେ ବୋଲି ନିକିତା ଅଭିଯୋଗ କରିଛନ୍ତି। ଏକ ଟୁଇଟ୍ ଜରିଆରେ ସେ ଏହି ସୂଚନା ଦେଇଛନ୍ତି।

ନିକିତା ଟ୍ୱିଟ୍ କରି ଲେଖିଛନ୍ତି, ‘ଉମେଶ କାମତ ମୋତେ ନଭେମ୍ବର ୨୦୨୦ରେ ରାଜ କୁନ୍ଦ୍ରାଙ୍କ ଆପ୍ ହଟ୍‌ସଟ୍ସ ପାଇଁ ନ୍ୟୁଡ୍ ସୁଟିଂ କରିବାକୁ କହିଥିଲେ। କିନ୍ତୁ ମୁଁ ମନା କରିଥିଲି। ଏହାପରେ ଉମେଶ କାମତ ମୋତେ ୨୫ ହଜାର ପ୍ରଲୋଭନ ଦେଖାଇଥିଲେ। କିନ୍ତୁ ମୁଁ ତାଙ୍କ ପ୍ରସ୍ତାବରେ ରାଜି ହୋଇନଥିଲି। ଭଗବାନଙ୍କୁ ଧନ୍ୟବାଦ ମୁଁ କୁନ୍ଦ୍ରାଙ୍କ ବଡ ନାମ ଚକ୍କରରେ ପଡ଼ି ନଥିଲି । ଆଶ୍ଚର‌୍ୟ୍ୟର କଥା, ବର୍ତ୍ତମାନ ଉଭୟଙ୍କୁ ଗିରଫ କରାଯାଇଛି।’

ଏହାପୂର୍ବରୁ ଅଭିନେତ୍ରୀ ସାଗାରିକା ସୋନା ସୁମନ ରାଜ କୁନ୍ଦ୍ରାଙ୍କ ଉପରେ ନ୍ୟୁଡ୍ ଅଡିସନର ଡିମାଣ୍ଡ କରିଥିବା ଅଭିଯୋଗ କରିଥିଲେ। ଏଥିପାଇଁ ଏବେ ତାଙ୍କୁ ଧମକ ପୂର୍ଣ୍ଣ କଲ ଏବଂ ମେସେଜ ଆସୁଥିବା ସାଗରିକା ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୁଲିସର ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି।

ସୂଚନା ମୁତାବକ ପର୍ଣ୍ଣ ଭିଡିଓ ମାମଲାରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ତାଙ୍କୁ ୧୯ ତାରିଖରେ ମୁମ୍ବାଇ ପୁଲିସ ଗିରଫ କରିଥିଲା। ଏହାପରେ ୨୭ ଯାଏଁ ପୁଲିସ ହେପାଜତକୁ ପଠାଇ ଦେଇଛି। ସେପଟେ ଆଜି ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନର ଶୁଣାଣି ବମ୍ବେ ହାଇକୋର୍ଟରେ ହୋଇପାରିନାହିଁ। ଏହି ମାମଲା କୋର୍ଟରେ ତାଲିକାଭୁକ୍ତ ହୋଇ ନ ଥିବାରୁ ଆଜି ଶୁଣାଣି ହୋଇପାରି ନାହିଁ।

https://twitter.com/NikitaFloraS/status/1417995221724368897?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos