ରଶ୍ମୀକାଙ୍କ 'ଏକ୍‌ ଚୁଟ୍‌କି ସିନ୍ଦୂର'

ମୁମ୍ବାଇ: ସାଉଥ ସୁନ୍ଦରୀ ତଥା ନ୍ୟାସନାଲ କ୍ରସ୍‌ ରଶ୍ମୀକା ମନ୍ଦନା। ସେ ଏବେ ବଲିଉହ ମୁହାଁ ହୋଇଛନ୍ତି। ଆଗୁକୁ ତାଙ୍କର ଆସୁଛି ଦୁଇ ଦୁଇଟି ବଲିଉଡ ଫିଲ୍ମ। ତେବେ ଟଲିଉଡରେ ସଫଳ ହେବା ପରେ ଏବେ ତାଙ୍କ ମୁଣ୍ଡରେ ବଲିଉଡ ଭୂତ ପଶିଛି। ଏଥିପାଇଁ ସେ ଏବେ ବଲିଉଡ ଡାଏଲଗ୍‌ ସବୁକୁ ପ୍ରାଞ୍ଜଳ କରି ଘୋଷି ଦେଇଥିବା ମନେ ହେଉଛି। ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ର ପ୍ରସିଦ୍ଧ ଡାଏଲଗ୍‌ ‘ ଏକ୍‌ ଚୁଟ୍‌କି ସିନ୍ଦୁର’କୁ ରି-କ୍ରିଏଟ୍‌ କରିଛନ୍ତି […]

Rashmika

Rashmika

Madhupriya Mistry
  • Published: Wednesday, 22 September 2021
  • Updated: 22 September 2021, 06:21 PM IST

Sports

Latest News

ମୁମ୍ବାଇ: ସାଉଥ ସୁନ୍ଦରୀ ତଥା ନ୍ୟାସନାଲ କ୍ରସ୍‌ ରଶ୍ମୀକା ମନ୍ଦନା। ସେ ଏବେ ବଲିଉହ ମୁହାଁ ହୋଇଛନ୍ତି। ଆଗୁକୁ ତାଙ୍କର ଆସୁଛି ଦୁଇ ଦୁଇଟି ବଲିଉଡ ଫିଲ୍ମ। ତେବେ ଟଲିଉଡରେ ସଫଳ ହେବା ପରେ ଏବେ ତାଙ୍କ ମୁଣ୍ଡରେ ବଲିଉଡ ଭୂତ ପଶିଛି। ଏଥିପାଇଁ ସେ ଏବେ ବଲିଉଡ ଡାଏଲଗ୍‌ ସବୁକୁ ପ୍ରାଞ୍ଜଳ କରି ଘୋଷି ଦେଇଥିବା ମନେ ହେଉଛି।

ଫିଲ୍ମ 'ଓମ୍‌ ଶାନ୍ତି ଓମ୍‌'ର ପ୍ରସିଦ୍ଧ ଡାଏଲଗ୍‌ ' ଏକ୍‌ ଚୁଟ୍‌କି ସିନ୍ଦୁର'କୁ ରି-କ୍ରିଏଟ୍‌ କରିଛନ୍ତି ରଶ୍ମୀକା। ଫୁଲ୍‌ ଦମ୍‌ରେ ନିଜ ଏକ୍ସପ୍ରେସନ ସହ ସେ ଏହି ଡାଏଲଗ୍‌ କହିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ରଶ୍ମୀକା ଏକ ସାକ୍ଷାତକାର୍‌ରେ ଏହି ଡାଏଲଗ କହିଛନ୍ତି। ଏଥିସହ ସ୍କୁଲ ଦିନରୁ ହିଁ ଏହି ଡାଏଲଗ୍‌ଟି ତାଙ୍କର ଫେଭରେଟ୍‌ ଥିଲା ବୋଲି ସେ କହିଛନ୍ତି। ଏହା ଉପରେ ସେ ସ୍କୁଲରେ ଅନେକ ଅଭିନୟ ମଧ୍ୟ କରିଥିବା ରଶ୍ମୀକା କହିଛନ୍ତି।

ସେପଟେ ରଶ୍ମୀକାଙ୍କ ଏହି ଡାଏଲଗ୍‌ ଭିଡିଓକୁ ଦେଖି ଦୀପିକା ପାଦୁକୋନ୍‌ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦୀପିକା ନିଜ ଇନ୍‌ଷ୍ଟାଗ୍ରାମରେ ରଶ୍ମୀକାଙ୍କ ଉକ୍ତ ଭିଡିଓକୁ ରି-ଶେଆର କରି ଅଦ୍ଭୁତ ବୋଲି ଲେଖିଛନ୍ତି। ତେଲୁଗୁ ଇଣ୍ଡଷ୍ଟ୍ରୀର ଚୁଲବୁଲି ନାୟିକା ରଶ୍ମୀକା ମନ୍ଦନାଙ୍କୁ ଶାନ୍ତି ପ୍ରିୟା ଚରିତ୍ରରେ ଅଭିନୟ କରୁଥିବା ଦେଖି ଦୀପିକା ଖୁସି ବ୍ୟକ୍ତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ରଶ୍ମୀକା ମନ୍ଦନା ଖୁବ୍‌ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ 'ମିଶନ ମଜନୁ'ରେ ସେ ନଜର ଆସିବେ। ଏଥିରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟ୍‌ରେ ତାଙ୍କୁ ଦେଖିବାକୁ ମିଳିବ। ଏହା ବ୍ୟତୀତ ତାଙ୍କ ପାଖରେ 'ଗୁଡବାୟ' ଫିଲ୍ମ ମଧ୍ୟ ରହିଛି। ଏଥିରେ ସେ ବିଗ୍‌ ବି' ଅମିତାଭ ବଚ୍ଚନ ଅପୋଜିଟ୍‌ରେ ନଜର
ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos