ସୁଶାନ୍ତଙ୍କ ନାଁରେ ଅଭିଯୋଗ ଆଣିଲେ ରିଆ, କହିଲେ- ଫାଇଦା ଉଠାଉ ଥିଲେ

ମୁମ୍ବାଇ: ‘ସୁଶାନ୍ତ ସିଂହ ରାଜପୁତ ତାଙ୍କ ଡ୍ରଗ୍ସ ସେବନ ଅଭ୍ୟାସକୁ ବଜାୟ ରଖିବା ପାଇଁ ନିଜ ଘନିଷ୍ଠ ଲୋକଙ୍କ ଠାରୁ ଫାଇଦା ଉଠାଉଥିଲେ।’ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଡ୍ରଗ୍ସ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏହି ଅଭିଯୋଗ କରିଛନ୍ତି। ‘ଏନ୍‌ଡିଟିଭି’ ୱେବ୍‌ସାଇଟ୍‌ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ରିଆ ବମ୍ବେ ହାଇକୋର୍ଟରେ କରିଥିବା ଜାମିନ୍ ଆବେଦନରେ ଏହି ଅଭିଯୋଗ କରିଛନ୍ତି। ତା’ସହିତ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପାଖରେ ତାଙ୍କ ବିରୋଧରେ କୌଣସି […]

rhea

rhea

Jitendra Garnayak
  • Published: Wednesday, 23 September 2020
  • Updated: 23 September 2020, 02:10 PM IST

ମୁମ୍ବାଇ: ‘ସୁଶାନ୍ତ ସିଂହ ରାଜପୁତ ତାଙ୍କ ଡ୍ରଗ୍ସ ସେବନ ଅଭ୍ୟାସକୁ ବଜାୟ ରଖିବା ପାଇଁ ନିଜ ଘନିଷ୍ଠ ଲୋକଙ୍କ ଠାରୁ ଫାଇଦା ଉଠାଉଥିଲେ।’ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଡ୍ରଗ୍ସ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏହି ଅଭିଯୋଗ କରିଛନ୍ତି।

‘ଏନ୍‌ଡିଟିଭି’ ୱେବ୍‌ସାଇଟ୍‌ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ରିଆ ବମ୍ବେ ହାଇକୋର୍ଟରେ କରିଥିବା ଜାମିନ୍ ଆବେଦନରେ ଏହି ଅଭିଯୋଗ କରିଛନ୍ତି। ତା’ସହିତ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପାଖରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ବି ସେ ଉଲ୍ଲେଖ କରିଛନ୍ତି। ଏନ୍‌ସିବି କେବଳ ଏକ ଆକ୍ରୋଶମୂଳକ ଅଭିଯାନରେ ତାଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି।

ସେହିଭଳି ‘ଦି ଟାଇମ୍‌ସ ଅଫ୍ ଇଣ୍ଡିଆ’ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ଏକ ଖବରରେ କୁହାଯାଇଛି, ରିଆଙ୍କ ଜାମିନ୍ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ସୁଶାନ୍ତ ଡ୍ରଗ୍ସ ନିଶାରେ ପଡ଼ିଯାଇଥିଲେ। ସେ ଗଞ୍ଜେଇ ସେବନ କରୁଥିଲେ। ରିଆଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ ସେ ଡ୍ରଗ୍ସ ସେବନ କରୁଥିଲେ।

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ବେଳବେଳେ ରିଆ ତାଙ୍କ (ସୁଶାନ୍ତଙ୍କ) ପାଇଁ ଅଳ୍ପ ପରିମାଣର ଡ୍ରଗ୍ସ ଯୋଗାଡ଼ କରୁଥିଲେ। ପୁଣି କେବେ କେମିତି ଏଥିପାଇଁ ନଜେ ପଇସା ବି ଦେଉଥିଲେ। କିନ୍ତୁ ସେ କୌଣସି ଡ୍ରଗ୍ସ ସିଣ୍ଡିକେଟ୍‌ରେ ସାମିଲ ନାହାନ୍ତି।

ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଟରେ ଆଜି ରିଆ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା। କିନ୍ତୁ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଏହାକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ତଦନ୍ତ କରୁଥିବା ଏନ୍‌ସିବି ମାରାଥନ୍ ଜେରା ପରେ ଗତ ସେପ୍ଟେମ୍ବର ୮ ତାରିଖରେ ରିଆଙ୍କୁ ଗିରଫ କରିଥିଲା। ତା’ପରେ ତାଙ୍କୁ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଗତକାଲି ଏହି ଅବଧି ସରିବା ପରେ ମୁମ୍ବାଇର ଏକ ତଳ କୋର୍ଟ ତାଙ୍କୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଜେଲ୍‌ରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ରିଆ ଡ୍ରଗ୍ସ କିଣି ସୁଶାନ୍ତଙ୍କୁ ଯୋଗାଇ ଦେଉଥିଲେ ବୋଲି ଏନ୍‌ସିବି ପକ୍ଷରୁ କୁହାଯାଇଛି। ତେବେ ସେ ନିଜେ ଡ୍ରଗ୍ସ ସେବନ କରନ୍ତି ନାହିଁ ବୋଲି କହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos