ସୁଶାନ୍ତଙ୍କୁ ସମର୍ପିତ କଲେ ନିଜ ଜାତୀୟ ଫିଲ୍ମ ପୁରସ୍କାର

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ସୁଶାନ୍ତଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ଆଜି ପାଇଛି ଜାତୀୟ ଫିଲ୍ମ ପୁରସ୍କାର। ଏହି ପୁରସ୍କାର ଗ୍ରହଣ କରିଛନ୍ତି ଫିଲ୍ମ ନିର୍ମାତା ସାଜିଦ ନାଦିଆଦୱାଲା। ଏବେ ଏହି ପୁରସ୍କାରକୁ ସାଜିଦ ସୁଶାନ୍ତଙ୍କୁ ସମର୍ପିତ କରିଛନ୍ତି। ତାଙ୍କୁର ଏହି କାମ ପାଇଁ ତାଙ୍କୁ ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଭୁରିଭୁରି ପ୍ରଶଂସା କରିଛନ୍ତି। ୨୦୧୯ର ସବୁଠାରୁ ହିଟ୍‌ ଏବଂ ମନପସନ୍ଦ ଫିଲ୍ମ ଥିଲା ‘ଛିଛୋରେ’। ୬୫ତମ ଫିଲ୍ମ […]

Sushant singh

Sushant singh

Madhupriya Mistry
  • Published: Monday, 25 October 2021
  • Updated: 25 October 2021, 05:25 PM IST

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ସୁଶାନ୍ତଙ୍କ ଅଭିନୀତ ଫିଲ୍ମ 'ଛିଛୋରେ' ଆଜି ପାଇଛି ଜାତୀୟ ଫିଲ୍ମ ପୁରସ୍କାର। ଏହି ପୁରସ୍କାର ଗ୍ରହଣ କରିଛନ୍ତି ଫିଲ୍ମ ନିର୍ମାତା ସାଜିଦ ନାଦିଆଦୱାଲା। ଏବେ ଏହି ପୁରସ୍କାରକୁ ସାଜିଦ ସୁଶାନ୍ତଙ୍କୁ ସମର୍ପିତ କରିଛନ୍ତି। ତାଙ୍କୁର ଏହି କାମ ପାଇଁ ତାଙ୍କୁ ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଭୁରିଭୁରି ପ୍ରଶଂସା କରିଛନ୍ତି।

୨୦୧୯ର ସବୁଠାରୁ ହିଟ୍‌ ଏବଂ ମନପସନ୍ଦ ଫିଲ୍ମ ଥିଲା 'ଛିଛୋରେ'। ୬୫ତମ ଫିଲ୍ମ ଫେୟାର ଆୱାର୍ଡରେ ୫ଟି କ୍ୟାଟେଗୋରୀରେ ନୋମିନେଟ୍‌ ହୋଇଥିଲା ଏହି ଫିଲ୍ମ। ଏଥିରେ ଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ, ସର୍ବଶ୍ରେଷ୍ଟ କାହାଣୀ, ବେଷ୍ଟ ଡାଏଲଗ ଏବଂ ବେଷ୍ଟ ଏଡିଟିଂ ସାମିଲ ଥିଲା।

ସର୍ବଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପାଇଁ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ପ୍ରାପ୍ତ କରିଥିବାରୁ ନିର୍ମାତା ସାଜିଦ ଦାଦିଆଦୱାଲା 'ଛିଛୋରେ'ର ପୂରା ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି। ବିଶେଷ ରୂପେ ସୁଶାନ୍ତ ସିଂହ ରାଜପୁତଙ୍କ ସ୍ମୃତିରେ ଏହି ପୁରସ୍କାରକୁ ସମର୍ପିତ କରିଛନ୍ତି।

ଏହି ଫିଲ୍ମରେ ଲିଡ୍‌ ରୋଲରେ ସୁଶାନ୍ତ ସିଂ ରାଜପୁତ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ଶ୍ରଦ୍ଧା କପୁର। ଜୀବନରେ ଜୀତିବା ଯେତିକି ମହତ୍ୱପୂର୍ଣ୍ଣ ତା'ଠାରୁ ହାରିବା ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ଫିଲ୍ମ ଜରିଆରେ ବାର୍ତ୍ତା ଦିଆଯାଇଥିଲା।

https://twitter.com/NGEMovies/status/1452532719666155521?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos