ସଲମାନଙ୍କୁ ଝଟ୍‌କା, ପୁଣି ଆଉ ଏକ ମାମଲାରେ ଫସିଲେ

ମୁମ୍ବାଇ: ପୁଣି ବିବାଦରେ ବଲିଉଡର ଭାଇଜାନ୍‌। ବିବାଦ ସହ ସଲମାନଙ୍କ ରହିଛି ପୁରୁଣା ସମ୍ପର୍କ। କୋର୍ଟ କଚେରୀ ମାମଲା ତାଙ୍କ ପିଛା ଛାଡୁନି। କୋର୍ଟରେ ମିଳିଛି ତାଙ୍କୁ ଝଟ୍‌କା। ଆଉ ଏକ ନୂଆ ମାମଲାରେ ଫସିଛନ୍ତି ସଲମାନ ଖାନ୍‌। ପଡୋଶୀଙ୍କ ବିରୋଧରେ ଆଣିଥିବା ସଲମାନଙ୍କ ମାନହାନୀ ମାମଲାକୁ ଖାରଜ କରି ଦେଇଛନ୍ତ ମୁମ୍ବାଇ କୋର୍ଟ। କିଛି ଦିନ ତଳେ ସଲମାନଙ୍କ ପଡୋଶୀ କେତନ କକ୍କଡ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ହେଲେ ଏଥିଯୋଗୁଁ ତାଙ୍କ ଛବି […]

Salman Khan

Salman Khan

Madhupriya Mistry
  • Published: Thursday, 31 March 2022
  • Updated: 31 March 2022, 04:42 PM IST

Sports

Latest News

ମୁମ୍ବାଇ: ପୁଣି ବିବାଦରେ ବଲିଉଡର ଭାଇଜାନ୍‌। ବିବାଦ ସହ ସଲମାନଙ୍କ ରହିଛି ପୁରୁଣା ସମ୍ପର୍କ। କୋର୍ଟ କଚେରୀ ମାମଲା ତାଙ୍କ ପିଛା ଛାଡୁନି। କୋର୍ଟରେ ମିଳିଛି ତାଙ୍କୁ ଝଟ୍‌କା। ଆଉ ଏକ ନୂଆ ମାମଲାରେ ଫସିଛନ୍ତି ସଲମାନ ଖାନ୍‌। ପଡୋଶୀଙ୍କ ବିରୋଧରେ ଆଣିଥିବା ସଲମାନଙ୍କ ମାନହାନୀ ମାମଲାକୁ ଖାରଜ କରି ଦେଇଛନ୍ତ ମୁମ୍ବାଇ କୋର୍ଟ।

କିଛି ଦିନ ତଳେ ସଲମାନଙ୍କ ପଡୋଶୀ କେତନ କକ୍କଡ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ହେଲେ ଏଥିଯୋଗୁଁ ତାଙ୍କ ଛବି ବିଗୁଡୁଥିବା କହି ତାଙ୍କ ବିରୋଧରେ ମାନହାନୀ ଅଭିଯୋଗ ଆଣି ସଲମାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ ସଲମାନଙ୍କ ଏହି ମାନହାନୀ ଆବେଦନକୁ ଏବେ ଖାରଜ କରିଦେଇଛନ୍ତି । କେତନ ଯେଉଁ ଅଭିଯୋଗ କରିଛନ୍ତି ତା’ର ପ୍ରମାଣ ତାଙ୍କ ପାଖରେ ଅଛି ବୋଲି  କୋର୍ଟଙ୍କ କହିଛନ୍ତି।

Salman Khan in trouble, Mumbai court dismisses his interim plea for 'gag  order'News JANI | News Jani

ବାସ୍ତବରେ ସଲମାନଙ୍କ ଖାନ୍‌ଙ୍କ ପନବେଲ ଫାର୍ମହାସ ପାଖରେ ରୁହନ୍ତି ଏନ୍‌ଆରଇ କେତନ କକ୍କଡ। ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ସଲମାନଙ୍କୁ ଟାର୍ଗେଟ କରିଥିଲେ। ସେ ସଲମାନଙ୍କ ଫାର୍ମହାଉସକୁ ନେଇ ଅନେକ ଏଭଳି କଥା କହିଥିଲେ ଯାହାକୁ ବିଶ୍ୱାସ କରିବା ମୁସ୍‌କିଲ୍‌ ଥିଲା। ଏହାକୁ ନେଇ ସଲମାନ କୋର୍ଟରେ ମାନହାନୀ ଅଭିଯୋଗ କରିଥିଲେ। ତେବେ କୋର୍ଟ ତାଙ୍କ ଆବେଦନ ଖାରଜ କରିଛନ୍ତି। କେତନଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ତା’ର କୌଣସି ପ୍ରମାଣ ନଥିବା କହିଛନ୍ତି କୋର୍ଟ। ମାମଲା ତଦନ୍ତ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି।

ସଲମାନଙ୍କ ଓକିଲାଙ୍କ କହିବା ଅନୁଯାୟୀ, ଫାର୍ମହାଉସ କଡରେ ହିଁ କେତନ ଜାଗା କିଣିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଜମି ଲେନଦେଣ ବାରମ୍ବାର ରଦ୍ଦ ହେଉଥିଲା, କାରଣ ତାହା ଅବୈଧ ଥିଲା। ଏହି ମାମଲା ପରେ କେତନ ସଲମାନ ଖାନ ଓ ତାଙ୍କ ପରିବାର ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ଆରମ୍ଭ କରିଥିଲେ।

ସେପଟେ କେତନଙ୍କ ଓକିଲଙ୍କ କହିବା ଅନୁଯାୟୀ, ଅବସର ନେବା ପରେ କେତନ ଏଠି ରହିବାକୁ ଚାହୁଁଥିଲେ। ୧୯୯୬ରେ ସେ ଏଠାରେ ଏକ ଜମି କିଣିଥିଲେ। ତେବେ ଗତ ୭ରୁ ୮ ବର୍ଷ ହେଲା ସଲମାନ ଏବଂ ତାଙ୍କ ପରିବାର କେତନଙ୍କ ଜମି ମାଡି ବସିଛନ୍ତି। ତାଙ୍କ ଘର ଓ ଜାଗାକୁ ବ୍ୟକ୍ତିଗତ ଫାଇଦାରେ ଲଗାଉଥିବା ନେଇ ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos