ସହି ପାରିଲେନି ଟ୍ରୋଲ, ଚିହିଁକି ଉଠିଲେ ସୋନା

ମୁମ୍ବାଇ: ରାଗିଗଲେ ଗାୟିକା ସୋନା ମହାପାତ୍ର। ଆଉ ସହି ପାରିଲେନି। ଶେଷରେ ଚିହିଁକି ଉଠିଲେ। ଦେଲେ ମୁହଁତୋଡ ଜବାବ। ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ଲୋକଙ୍କୁ ରୋକଠୋକ ଶୁଣାଇଦେଲେ ସୋନା। ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ କେସ୍‌କୁ ନେଇ ଅନେକ ବଲିଉଡ ସେଲେବ୍ରିଟିଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରାଯାଉଛି। ମହିଳାମାନଙ୍କୁ କରାଯାଉଥିବ ଟ୍ରୋଲକୁ ସହିପାରି ନାହାନ୍ତି ଗାୟିକା ସୋନା ମହାପାତ୍ର। ସେ ଟ୍ରୋଲରଙ୍କୁ କଡା ଭାଷାରେ ଜବାବ ଦେଇଛନ୍ତି। ସୋନା ସୋଶାଲ ମିଡିଆରେ ଏକ ପୋଷ୍ଟ ସେଆର କରି ଟ୍ରୋଲ […]

sona_1

sona_1

Madhupriya Mistry
  • Published: Wednesday, 28 July 2021
  • Updated: 28 July 2021, 03:31 PM IST

ମୁମ୍ବାଇ: ରାଗିଗଲେ ଗାୟିକା ସୋନା ମହାପାତ୍ର। ଆଉ ସହି ପାରିଲେନି। ଶେଷରେ ଚିହିଁକି ଉଠିଲେ। ଦେଲେ ମୁହଁତୋଡ ଜବାବ। ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ଲୋକଙ୍କୁ ରୋକଠୋକ ଶୁଣାଇଦେଲେ ସୋନା।

ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ କେସ୍‌କୁ ନେଇ ଅନେକ ବଲିଉଡ ସେଲେବ୍ରିଟିଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରାଯାଉଛି। ମହିଳାମାନଙ୍କୁ କରାଯାଉଥିବ ଟ୍ରୋଲକୁ ସହିପାରି ନାହାନ୍ତି ଗାୟିକା ସୋନା ମହାପାତ୍ର। ସେ ଟ୍ରୋଲରଙ୍କୁ କଡା ଭାଷାରେ ଜବାବ ଦେଇଛନ୍ତି।

ସୋନା ସୋଶାଲ ମିଡିଆରେ ଏକ ପୋଷ୍ଟ ସେଆର କରି ଟ୍ରୋଲ କରୁଥିବା ୟୁଜର୍ସଙ୍କୁ ତାଗିଦ କରିଛନ୍ତି। ସେ ନିଜ ମ୍ୟୁଜିକ ଟ୍ରାକର ଏକ ଭିଡିଓ ସେଆର କରି ଲେଖିଛନ୍ତି, ‘ଏହା କପଟତା ବ୍ୟତୀତ ଅନ୍ୟ କିଛି ନୁହେଁ। ପିତୃସତ୍ତା ସମାଜରେ ଏହା କେବଳ କପଟତାକୁ ହିଁ ଦର୍ଶାଏ। ଯେତେବେଳେ ପର୍ଣ୍ଣ ସହ ଜଡିତ କୌଣସି ଖବର ଆସେ ସେତେବେଳେ କିଛି ଖରାପ ଲୋକ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀ ସହ ଜଡିତ ମହିଳାଙ୍କୁ ଲଜ୍ଜିତ କରିବାକୁ ଲାଇସେନ୍ସ ମିଳିଯାଏ। ରାଜ କୁନ୍ଦ୍ରା ମାମଲା ତୁମର ଖରାପ ଚିନ୍ତାଧାରା ଦେଖାଇବା ପାଇଁ ଏକ ବାହାନା ହୋଇପାରିବ ନାହିଁ ।’

ସୋନା ଆହୁରି ଲେଖିଛନ୍ତି, ‘କିଛି ଲୋକ ଆମ ଟାଇମଲାଇନ୍‌ରେ କମେଣ୍ଟ କରି କହୁଛନ୍ତି ତୁମେ ବଲିଉଡର ତେଣୁ ତୁମେ ସମସ୍ତେ ସମାନ। ମହିଳାମାନେ ଦୟାକରି ନିଜ ଶରୀର ପାଇଁ ଲଜ୍ଜିତ ହୁଅନ୍ତୁ ନାହିଁ, ପାର୍ଟି କରନ୍ତୁ, ମୁଁ ଯେପରି କରୁଛି। ବଡ, ଛୋଟ, ଚର୍ବି, ପତଳା କିମ୍ବା ଯାହା ବି ଶରୀର ହେଉ, ଆମେ ଚମତ୍କାର। ଆମ ବିନା ଅନୁମତିରେ ଆମକୁ ଲଜ୍ଜିତ କରିବାକୁ କିମ୍ବା ଆମକୁ ଛୁଇଁବାକୁ କିମ୍ବା କିଛି କରିବାକୁ କାହାର ଅଧିକାର ନାହିଁ।’

ସୂଚନା ମୁତାବକ, ବଲିଉଡର ଜଣାଶୁଣା ଗାୟିକା ସୋନା ମହାପାତ୍ର ପ୍ରାୟତଃ ମହିଳାଙ୍କ ସପକ୍ଷରେ ସ୍ୱର ଉଠାଇଥା’ନ୍ତି। ଏଥିପାଇଁ ସେ ନିଜ ବିଚାର ମଧ୍ୟ ରଖନ୍ତି, ମନ୍ତବ୍ୟ ମଧ୍ୟ ଦିଅନ୍ତି। ବେଳେ ବେଳେ ତାଙ୍କ ମନ୍ତବ୍ୟ ତାଙ୍କୁ ବିବାଦ ମଧ୍ୟକୁ ଟାଣି ନିଏ। ସୋଶାଲ ମିଡିଆରେ ତାଙ୍କୁ ଟ୍ରୋଲ ହେବାକୁ ମଧ୍ୟ ପଡେ। କିନ୍ତୁ ଏସବୁକୁ ସେ ଭୟ ନକରି ଟ୍ରୋଲରମାନଙ୍କୁ ଉଚିତ ଜବାବ ଦିଅନ୍ତି।

 

View this post on Instagram

 

A post shared by SONA (@sonamohapatra)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos