ନେଗେଟିଭ ରିପୋର୍ଟର ମାସକ ପରେ କରୋନାରେ ଆକ୍ରାନ୍ତ ହେଲେ ତମନ୍ନା

ନୂଆଦିଲ୍ଲୀ: ଅଭିନେତ୍ରୀ ତମନ୍ନା ଭାଟିଆ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ତମନ୍ନା ମାସକ ତଳେ କରୋନା ଟେଷ୍ଟ କରିଥିଲେ। ହେଲେ ସେତେବେଳେ ଏହା ନେଗେଟିଭ ଆସିଥିଲା। ଏବେ ସେ ହାଇଦ୍ରାବାଦ୍‌ରେ ଗୋଟିଏ ୱେବ୍‌ ସିରିଜ୍‌ ଶୁଟିଂ କରୁଥିଲେ। ଏହି ସମୟରେ ସେ କରୋନାର କିଛି ଲକ୍ଷଣ କରିଥିଲେ। ଏଥିପାଇଁ ସେ ପୁଣି ଟେଷ୍ଟ କରିଥିଲେ। ଏବେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବିଶେଷଜ୍ଞ ଟିମ୍‌ ତାଙ୍କର ସ୍ୱତନ୍ତ୍ର ଭାବେ ଚିକିତ୍ସା କରୁଛନ୍ତି।

ଅଗଷ୍ଟ ମାସରେ ତମନ୍ନାଙ୍କ ବାପା ସନ୍ତୋଷ ଭାଟିଆ ଓ ମା’ ରଞ୍ଜନ ଭାଟିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ହେଲେ ତମନ୍ନାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହାର ମାସକ ପରେ ତମନ୍ନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।