କ୍ୟାଟ୍‌ଙ୍କୁ ଛାଡି ସାରାଙ୍କୁ ଧରି ବୁଲିଲେ ବିକ୍କି

ମୁମ୍ବାଇ: ନିକଟରେ ବଲିଉଡର ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ସରିଛି। ଯୋଧପୁରରେ ବେଶ୍‌ ଧୂମ୍‌ଧାମ୍‌ରେ ହୋଇଥିଲା ଉଭୟ ବିବାହ। ଏବେ ବିବାହର ଦିନ କେଇଟା ପରେ ବିକ୍କି କ୍ୟାଟ୍ରିନାଙ୍କୁ ଛାଡି ଆଉ ଜଣଙ୍କ ପ୍ରେମରେ ପଡିଛନ୍ତି। ସେ କ୍ୟାଟ୍‌ଙ୍କୁ ଛାଡି ସାରା ଅଲ୍ଲି ଖାନ୍‌ଙ୍କୁ ଧରି ବୁଲୁଛନ୍ତି। ରାଜରାସ୍ତାରେ ସମସ୍ତଙ୍କ ସାମ୍ନାରେ ସାରାଙ୍କୁ ବାଇକ୍‌ରେ ବସାଇ ବୁଲିଛନ୍ତି ବିକ୍କି। ଯହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଧ୍ୟପ୍ରଦେଶ ଇନ୍ଦୋର ସଡକରେ ବୁଲୁଛନ୍ତି ବିକ୍କି-ସାରା। ଗୋଟିଏ ବାଇକ୍‌ରେ ବସି ମାରୁଛନ୍ତି ପଇଁତରା। ନିଜ ଅପକମିଂ ଫିଲ୍ମ ‘ଲୁକା ଛୁପି-୨’ର ଶୁଟିଂ ପାଇଁ ଏଦୁହେଁ ଏବେ ମଧ୍ୟପ୍ରଦେଶରେ ଡେରା ପକାଇଛନ୍ତି। ଏହି ଫିଲ୍ମ ଶୁଟିଂ ବେଳର ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ବିକ୍କି କୌଶଲ ଏବଂ ସାରା ଦୁହେଁ ବାଇକ୍‌ରେ ବସି ବଜାର ବୁଲୁଛନ୍ତି। ବିକ୍କି ବାଇକ୍‌ ଚଳାଉଥିବା ବେଳେ ପଛରେ ବସିଛନ୍ତି ସାରା। ଦୁହିଁଙ୍କୁ ପୂରାପୁରି ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି।Sara and vicky  ସହରର ବିଭିନ୍ନ ଗଳି କନ୍ଦିର ଫିଲ୍ମର ଶୁଟିଂ ଚାଲିଛି। କୁହାଯାଉଛି ଯେ, ଏହି ଫିଲ୍ମର ଶୁଟିଂ ପ୍ରାୟ ଏକ ମାସ ଧରି ମଧ୍ୟପ୍ରଦେଶରେ ଚାଲିବ। ବିବାହ ପରେ ପରେ ବିକ୍କି ଶୁଟିଂକୁ ଫେରିଛନ୍ତି ଓ ଏହି ଫିଲ୍ମର ଶୁଟିଂରେ ସେ ଏବେ ବ୍ୟସ୍ତ ଅଛନ୍ତି।

ସୂଚନା ମୁତାବକ, ୨୦୧୯ରେ ରିଲିଜ ହୋଇଥିବା ଫିଲ୍ମ ‘ଲୁକା ଛୁପି’ର ଏହାର ସିକ୍ୱେଲ ପାର୍ଟ। ପ୍ରଥମ ପାର୍ଟର ଲିଡ୍‌ ରୋଲରେ କାର୍ତ୍ତିକ ଆର୍ଯ୍ୟନ୍‌ ଓ ର୍କିତ୍ତି ସେନନ ଥିଳେ। ଅନ୍ୟ ପ୍ରମୁଖ ଭୂମିକାରେ ପଙ୍କଜ ତ୍ରିପାଠୀ, ବିନୟ ପାଠକ ଏବଂ ଅପରାଶକ୍ତି ଖୁରାନା ଥିଲେ। ସେତେବେଳେ ବକ୍ସ ଅଫିସରେ ଏହି ଫିଲ୍ମଟି ଜବରଦସ୍ତ ହିଟ୍‌ ହୋଇଥିଲେ। ଫିଲ୍ମର କଣ୍ଟେଣ୍ଟ ଓ କମେଡିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।