ଚାଲିଥିଲା ସୁଟିଂ, ଫୁଟିଲା କରୋନା ବୋମା

ମୁମ୍ବାଇ: ୱେବସିରିଜ ପାଇଁ ଚାଲିଥିଲା ସୁଟିଂ। ଫୁଟିଲା କରୋନା ବୋମା। ହଠାତ୍ ହୋଇଗଲା ବନ୍ଦ। ବାହାରିଲେ କରୋନା ପଜିଟିଭ। ଅଭିନେତା ଜିମି ସେର୍‌ଗିଲ୍‌ଙ୍କ ଅଭିନୀତ ୱେବସିରିଜ ‘ଚୁନା’ର ସୁଟିଂ ଲକ୍ଷ୍ନୌରେ ଚାଲିଥିଲା। ତେବେ ଏହାକୁ ଏବେ ବନ୍ଦ କରିବାକୁ ପଡିଛି। ତାଙ୍କ ୟୁନିଟ୍‌ର ୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ସୁଟିଂ ସେଟ୍‌ରେ ମୋଟ ୯୨ ଜଣ ସଦସ୍ୟ ଥିଲେ। ହୋଟେଲ ଏସଆର୍ ଗ୍ରାଣ୍ଡ ଚାରବାଗରେ ୪୧, ହୋଟେଲ ମିଲେନିଅମ ରେସିଡେନ୍ସି ମଟିଆରିରେ ୧୯ ଏବଂ […]

shooting

shooting

Madhupriya Mistry
  • Published: Saturday, 17 July 2021
  • Updated: 17 July 2021, 05:46 PM IST

Sports

Latest News

ମୁମ୍ବାଇ: ୱେବସିରିଜ ପାଇଁ ଚାଲିଥିଲା ସୁଟିଂ। ଫୁଟିଲା କରୋନା ବୋମା। ହଠାତ୍ ହୋଇଗଲା ବନ୍ଦ। ବାହାରିଲେ କରୋନା ପଜିଟିଭ।

ଅଭିନେତା ଜିମି ସେର୍‌ଗିଲ୍‌ଙ୍କ ଅଭିନୀତ ୱେବସିରିଜ ‘ଚୁନା’ର ସୁଟିଂ ଲକ୍ଷ୍ନୌରେ ଚାଲିଥିଲା। ତେବେ ଏହାକୁ ଏବେ ବନ୍ଦ କରିବାକୁ ପଡିଛି। ତାଙ୍କ ୟୁନିଟ୍‌ର ୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ସୁଟିଂ ସେଟ୍‌ରେ ମୋଟ ୯୨ ଜଣ ସଦସ୍ୟ ଥିଲେ।

ହୋଟେଲ ଏସଆର୍ ଗ୍ରାଣ୍ଡ ଚାରବାଗରେ ୪୧, ହୋଟେଲ ମିଲେନିଅମ ରେସିଡେନ୍ସି ମଟିଆରିରେ ୧୯ ଏବଂ ଗୋମତି ନଗର ହୋଟେଲ ହିଲଟନରେ ୩୨ ସଦସ୍ୟ ଥିଲେ। ସେଥିରୁ ଏସ୍‌ଆର୍ ଗ୍ରାଣ୍ଡରେ ରହୁଥିବା ୫ ଜଣ ଟିମ୍ ସଦସ୍ୟ କରୋନାରେ ସଂକ୍ରମିତ ହେବା ପରେ ଜିଲ୍ଲାଧିକାରୀ ୱେବ୍‌ସିରିଜ ସୁଟିଂକୁ ତତ୍କାଳ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ରୁ ମେମ୍ବରର ସମସ୍ତ ସଦସ୍ୟଙ୍କୁ ନିଜ ନିଜ ହୋଟେଲରେ କ୍ୱୋରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ମୁତାବକ ଏହି ୱେବ୍‌ସିରିଜ ସୁଟିଂ ମଲିହାବାଦର ମିଜାଗଞ୍ଜ ଅଞ୍ଚଳରେ ଚାଲିଥିଲା। ଜଣେ ଭ୍ରଷ୍ଟ ରାଜନେତାଙ୍କ ଠାରୁ ପ୍ରତିଶୋଧ ନେବାକୁ ଏକଜୁଟ ହୋଇଥିବା ଲୋକଙ୍କ ଉପରେ ଆଧାରିତ ଏହି ୱେବ୍‌ସିରିଜର ଲିଡ୍ ରୋଲରେ ଜିମି ସେରଗିଲ୍ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos