କାନସ୍ ଫେଷ୍ଟିଭାଲ: ରେଡ୍ କାର୍ପେଟରେ ବ୍ଲାକ୍ ଗାଉନରେ ଚାଲିଲେ କାଟ୍ରିନା

ମୁମ୍ବାଇ: ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି ୬୮ତମ କାନସ୍ ଫେଷ୍ଟିଭାଲ୍। ଚଳିତ କାନସ୍ ଫେଷ୍ଟିଭାଲରେ ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଛି।  ଆମେରିକା ଡିଜାଇନର୍ ଅସ୍କାର ଡି ଲା ରିଣ୍ଟାଙ୍କ ଦ୍ୱାରା ପ୍ରସ୍ତୁତ ଫିସ୍ କଟ୍ ବ୍ଲାକ୍ ଷ୍ଟ୍ରାପଲେସ୍  ଗାଉନରେ । କାନସ୍ ଫେଷ୍ଟିଭାଲ୍ ଆରମ୍ଭ ହେବା ପୂର୍ବରୁ ପୋଷାକକୁ ନେଇ ଚର୍ଚ୍ଚାରେ ରହିଥିଲେ କାଟ୍ରିନା। ସେ କହିଥିଲେ ଯେ, କାନସ୍ ଫେଷ୍ଟିଭାଲରେ ତାଙ୍କର ପୋଷାକ  ଐଶ୍ୱର୍ଯ୍ୟାଙ୍କ ପୋଷାକ ଭଳି ହୋଇନଥିବା ଦରକାର। ତାଙ୍କ […]

katrina

katrina

Rakesh Mallick
  • Published: Thursday, 14 May 2015
  • Updated: 14 May 2015, 02:44 PM IST

Sports

Latest News

ମୁମ୍ବାଇ: ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି ୬୮ତମ କାନସ୍ ଫେଷ୍ଟିଭାଲ୍। ଚଳିତ କାନସ୍ ଫେଷ୍ଟିଭାଲରେ ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଛି।  ଆମେରିକା ଡିଜାଇନର୍ ଅସ୍କାର ଡି ଲା ରିଣ୍ଟାଙ୍କ ଦ୍ୱାରା ପ୍ରସ୍ତୁତ ଫିସ୍ କଟ୍ ବ୍ଲାକ୍ ଷ୍ଟ୍ରାପଲେସ୍  ଗାଉନରେ । କାନସ୍ ଫେଷ୍ଟିଭାଲ୍ ଆରମ୍ଭ ହେବା ପୂର୍ବରୁ ପୋଷାକକୁ ନେଇ ଚର୍ଚ୍ଚାରେ ରହିଥିଲେ କାଟ୍ରିନା। ସେ କହିଥିଲେ ଯେ, କାନସ୍ ଫେଷ୍ଟିଭାଲରେ ତାଙ୍କର ପୋଷାକ  ଐଶ୍ୱର୍ଯ୍ୟାଙ୍କ ପୋଷାକ ଭଳି ହୋଇନଥିବା ଦରକାର। ତାଙ୍କ ପୋଷାକ ସୋନମ କପୁରଙ୍କ ପୋଷାକ ଭଳି ହେଲେ କିଛି ଅସୁବିଧା ନାହିଁ। ତେବେ ଦେଖିବାକୁ ବାକି ଅଛି ଐଶ୍ୱର୍ଯ୍ୟା କେଉଁ ଡିଜାଇନର୍ ପୋଷାକରେ କାନସ୍ ଫେଷ୍ଟିଭାଲରେ ରେଡ୍ କାର୍ପେଟରେ ଓହ୍ଲାଉଛନ୍ତି।    ଐଶ୍ୱର୍ଯ୍ୟା ୧୭ ମେ’ ରୁ ୨୦ ମେ’ ମଧ୍ୟରେ ରେଡ୍ କାର୍ପେଟରେ ଚାଲିବେ।

୧୩ ମେ ଠାରୁ ଆରମ୍ଭ ହୋଇ ଏହା ୨୪ ମେ’ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ଅନୀଲ ତନୟା ସନୋମଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ଏହି କାନସ୍ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ଜଜବା’ ପ୍ରଦର୍ଶୀତ ହେବ। ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ଏହି ଫିଲ୍ମର ପ୍ରଥମ ଲୁକ୍ ଏଠାରେ ପ୍ରଦର୍ଶୀତ କରିବେ। ଏହା ଏକ  ମହିଳା କୈନ୍ଦ୍ରୀକ ଫିଲ୍ମ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos