‘ଦବଙ୍ଗ-୩’ରେ ସୋନାକ୍ଷୀ ରହିବେ: ଅର୍ବାଜ୍‌ ଖାନ୍‌

ମୁମ୍ବାଇ: ‘ଦବଙ୍ଗ-୩’ରେ ସୋନାକ୍ଷୀ ସିହ୍ନାଙ୍କୁ ଲିଡ୍‌ ରୋଲରେ ନେବେ କି ନାହିଁ ଉପୁଜିଥିବା ଦ୍ୱନ୍ଦ୍ୱକୁ ଖଣ୍ଡନ କରିଛନ୍ତି ଅଭିନେତାରୁ ନିର୍ଦ୍ଦେଶକ ବନିଥିବା ଅର୍ବାଜ ଖାନ୍‌।

‘ଦବଙ୍ଗ ’ ଓ ‘ଦବଙ୍ଗ-୨’ରେ ନିଖୁଣ ଅଭିନୟ କରିଥିବା ସୋନାକ୍ଷୀଙ୍କୁ ଏହି ସିକ୍ୟୁଏଲରେ ରଖିବେ ନା ଆଉ କାହାକୁ ନେବେ ସେନେଇ କିଛି ନିଷ୍ପତ୍ତି ନିଆଯାଇ ପାରୁଥିବା ନେଇ ଚର୍ଚ୍ଚା ହେଉଥିଲା

ଏଥିନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ଅର୍ବାଜ ଖାନ୍‌।

ସେ କହିଛନ୍ତି,“ସୋନାକ୍ଷୀଙ୍କୁ ଦବଙ୍ଗ-୩ରେ ନେବା କୌଣସି ଦ୍ୱନ୍ଦ୍ୱ ନାହିଁ। ଏବେ ସୁଦ୍ଧା ସ୍କ୍ରିପ୍ଟ ପ୍ରସ୍ତୁତ ହୋଇନାହିଁ। ପୂର୍ବ ଫିଲ୍ମ ଠାରୁ ଏହି ଫିଲ୍ମ କିଛିଟା ଭିନ୍ନ ହେବ। ଏଥିରେ କିଛି ନୂଆ ଚରିତ୍ର ଆସିବେ। ତେଣୁ ଏହାର ସ୍କ୍ରିପ୍ଟ କାର୍ଯ୍ୟ ଜାରି ରହିଛି।”

ଆସନ୍ତାବର୍ଷ ଶେଷ ବେଳକୁ ‘ଦବଙ୍ଗ-୩’ ରିଲିଜ୍‌ ହେବ।