ବଲିଉଡ୍‌ର ସବୁଠାରୁ ଦାମୀ ହିରୋଇନ ଦୀପିକା ପାଦୁକୋନ

ମୁମ୍ବାଇ: ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କୁ ତାଙ୍କ ଫିଲ୍ମ ‘ପଦ୍ମାବତୀ’ ପାଇଁ ହୀରୋଇନ୍ ମିଳି ଯାଇଛନ୍ତି। ‘ଗୋଲିୟୋ କି ରାସଲୀଲା-ରାମ ଲୀଲା’ ଏବଂ ‘ବାଜିରାଓ ମସ୍ତାନୀ’ ପରେ ଦୀପିକା ପାଦୁକୋନଙ୍କ ସହ ସଞ୍ଜୟଙ୍କ ଏହା ତୃତୀୟ ଫିଲ୍ମ ହେବ। ଆଜିକାଲି ଦୀପିକାଙ୍କ ଭାଗ୍ୟ ଚମକୁଛି। ହିଟ୍ ଫିଲ୍ମ କରିବା ସହିତ ସେ ନିଜର ପାଉଣା ମଧ୍ୟ ବଢ଼େଇ ଦେଇଛନ୍ତି।  ଖବର ଅନୁଯାୟୀ ଦୀପିକା ‘ପଦ୍ମାବତୀ’ ପାଇଁ ୧୨.୬୫ କୋଟି ଟଙ୍କା ଦାବି କରିଛନ୍ତି। ଯଦି ଏହି ଖବର […]

deepika-padukone

deepika-padukone

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 07:13 PM IST

Sports

Latest News

deepika-padukoneମୁମ୍ବାଇ: ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କୁ ତାଙ୍କ ଫିଲ୍ମ ‘ପଦ୍ମାବତୀ’ ପାଇଁ ହୀରୋଇନ୍ ମିଳି ଯାଇଛନ୍ତି। ‘ଗୋଲିୟୋ କି ରାସଲୀଲା-ରାମ ଲୀଲା’ ଏବଂ ‘ବାଜିରାଓ ମସ୍ତାନୀ’ ପରେ ଦୀପିକା ପାଦୁକୋନଙ୍କ ସହ ସଞ୍ଜୟଙ୍କ ଏହା ତୃତୀୟ ଫିଲ୍ମ ହେବ।

ଆଜିକାଲି ଦୀପିକାଙ୍କ ଭାଗ୍ୟ ଚମକୁଛି। ହିଟ୍ ଫିଲ୍ମ କରିବା ସହିତ ସେ ନିଜର ପାଉଣା ମଧ୍ୟ ବଢ଼େଇ ଦେଇଛନ୍ତି।  ଖବର ଅନୁଯାୟୀ ଦୀପିକା ‘ପଦ୍ମାବତୀ’ ପାଇଁ ୧୨.୬୫ କୋଟି ଟଙ୍କା ଦାବି କରିଛନ୍ତି। ଯଦି ଏହି ଖବର ସତ ହୋଇଥାଏ, ତେବେ ଦୀପିକା ବଲିଉଡ୍‌ର ସବୁଠାରୁ ଦାମୀ ହିରୋଇନ୍ ହୋଇଯିବେ।

୨୦୧୩ରେ ଦୀପିକା ‘ରାମଲୀଲା’ ଫିଲ୍ମ ପାଇଁ ଏକ କୋଟି ଟଙ୍କା ନେଇଥିଲେ। ୨୦୧୫ରେ ‘ବାଜିରାଓ ମସ୍ତାନୀ’ ପାଇଁ ସେ ତାଙ୍କର ଫି’ ବଢ଼ାଇ ୭ କୋଟି କରି ଦେଇଥିଲେ ଏବଂ ଏବେ ସେ ୧୨.୬୫ କୋଟିରେ ପହଞ୍ଚି ଯାଇଛନ୍ତି। ବକ୍ସ ଅଫିସ୍‌ରେ ଦୀପିକାଙ୍କ ୯ଟି ଫିଲ୍ମ ମଧ୍ୟରୁ ୭ଟି ହିଟ୍ ହୋଇଛି। ତେଣୁ ତାଙ୍କର ଫି’ ବଢ଼ିବା ସ୍ୱାଭାବିକ।

‘ପଦ୍ମାବତୀ’ର ରୋଲ ଫାଇନାଲ୍ ହୋଇଯିବା ପରେ ନିର୍ମାଣ ଏବେ ପଦ୍ମାବତୀଙ୍କ ସ୍ୱାମୀଙ୍କ ରୋଲ୍ ପାଇଁ ହିରୋ ଖୋଜୁଛନ୍ତି। ତାଙ୍କ ସ୍ୱାମୀ ଚରିତ୍ରରେ ଅଭିନୟ କରିବା ପାଇଁ ବିକି କୌଶଲଙ୍କ ଠାରୁ ନେଇ ସାହିଦ କପୁର ଓ ରନବୀର ସିଂହଙ୍କ ନାମ ଚର୍ଚ୍ଚାରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos