ବାହୁବଳୀ-୨ରେ ଆସିବେନି ଦୀପିକା!

ମୁମ୍ବାଇ: ବାଜିରାଓ ମସ୍ତାନୀର ନାୟିକା ଦୀପିକା ପଦୁକୋଣଙ୍କୁ ଦେଖିବାକୁ ମିଳିବନି ବାହୁବଳୀର ଦ୍ୱିତୀୟ ଭାଗରେ। ଅବଶ୍ୟ ‘ବାହୁବଳୀ’ ୟୁନିଟ୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏହା ଏକ ଉଡ଼ା ଖବର ବୋଲି ଫିଲ୍ମ ୟୁନିଟ୍‌ର ଜଣେ ଅଧିକାରୀ କହିଛନ୍ତି।

‘ବାହୁବଳୀ’ର ନିର୍ଦ୍ଦେଶକ ଏସ୍‌.ଏସ୍ ରାଜାମୌଲି ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗର କିଛି କିଛି ଗୁରୁତ୍ୱପୂର୍ଣ୍ଣ ଅଂଶ ସୁଟିଂ କରିବାରେ ବ୍ୟସ୍ତ ଅଛନ୍ତି। ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଏହା ସୁଟିଂ ଚାଲିଛି। ପ୍ରଭାସ ଓ ଅନୁଷ୍କା ସେଟ୍ଟୀ ସୁଟିଂ ସେଟ୍‌ରେ ସାମିଲ ହୋଇଛନ୍ତି। ରାଣା ଦାଗୁବତ୍ତି ମେ’ରେ ସୁଟିଂରେ ଯୋଗ ଦେବେ। ଏବେ ସେ ହିନ୍ଦୀ-ତେଲଗୁ ଫିଲ୍ମ ‘ଘାଜି’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

‘ବାହବଳୀ’ର ପ୍ରଥମ ଭାଗ ବିପୁଳ ବ୍ୟବସାୟ କରି ଥିବା ବେଳେ ଆସନ୍ତାବର୍ଷ ଏପ୍ରିଲ୍ ୧୪ ରିଲିଜ୍ ହେବାକୁ ଥିବା ଏହାର ଦ୍ୱିତୀୟ ଭାଗ ବି ଯାଦୁ କରିବ ବୋଲି ପୂରା ଫିଲ୍ମ ୟୁନିଟ୍ ଆଶା ବାନ୍ଧିଛି।