ମୋ ଆଗାମୀ ଫିଲ୍ମର ନାଁ ‘ଇଭ୍’ ନୁହେଁ: ଅମିତାଭ

amitavନୂଆଦିଲ୍ଲୀ: ଅମିତାଭ ବଚ୍ଚନ କହିଛନ୍ତି ଯେ ତାଙ୍କର ଆଗାମୀ ଫିଲ୍ମର ନାମ ‘ଇଭ୍’ ନୁହେଁ। ସୁଜିତ୍ ସିରକାର ପ୍ରଯୋଜିତ ଓ ଅନୁରୁଦ୍ଧ ରୟ ଚୌଧୁରୀ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ରାଜଧାନୀ ନୂଆଦିଲ୍ଲୀରେ ଚାଲିଛି। ତେବେ ଫିଲ୍ମଟିର ଟାଇଟଲ୍‌କୁ ନେଇ ଚାଲିଛି ଅନେକ ଆଲୋଚନା। ସୁଜିତ୍ ଓ ଅନୁରଦ୍ଧ ଏଯାଏଁ ଏ ଫିଲ୍ମଟିର ଟାଇଟଲ୍ ଠିକ୍ କରି ନ ଥିବା ବେଳେ ସେମାନଙ୍କର ଫିଲ୍ମର ନାମ ‘ଇଭ୍’ ବୋଲି ଆଲୋଚନା ହେଉଛି। ତେବେ ଏସବୁ ଗୁଜବ ବୋଲି କହିଛନ୍ତି ଅମିତାଭ। ସେ ଟ୍ୱିଟ୍ କରି କହିଛନ୍ତି,“ ନା, ଫିଲ୍ମଟିର ନାଁ ସ୍ଥିର ହୋଇନି। କିନ୍ତୁ ଆଉ କିଛି ଦିନ ମଧ୍ୟରେ ଏହାର ନାମ ଦିଆଯିବ।”

ସୂଚନାଯୋଗ୍ୟ, ବେଙ୍ଗଲି ଫିଲ୍ମ ନିର୍ମାତା ଅନିରୁଦ୍ଧ ରୟ ଚୌଧୁରୀଙ୍କର ଏହା ହେଉଛି ବଲିଉଡ୍‌ରେ ପ୍ରଥମ ପ୍ରୋଜେକ୍ଟ।