ମୁମ୍ୱାଇ: ଦବଙ୍ଗ୍ ଖାନ୍ ତାଙ୍କ ଆଗାମୀ ଫିଲ୍ମ ‘ସୁଲତାନ୍’ର ଶୁଟିଂ ସେଟ୍ରେ କାନ୍ଦି ପକାଇଛନ୍ତି। ସୁଲତାନ୍ର ଏକ ଗୀତ ‘ଜଗ୍ ଘୁମିଆ’କୁ ସଲମାନ୍ ନିଜେ ଗାଇଛନ୍ତି। ଏହି ଗୀତର ଲିରିକ୍ସ ଶୁଣି ସେ ଏତେ ଭାବୁକ ହୋଇପଡ଼ିଲେ ଯେ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା। ଏହି ଗୀତଟି ଏପରି ଏକ ମଣିଷର ଜବୀନକୁ ନେଇ ଗତିଶୀଳ ହୋଇଛି ଯେ ସେ ସାରା ବିଶ୍ୱ ବୁଲୁଛି ହେଲେ ଶେଷରେ ତା’ ନିଜ ହୃଦୟରୁ ତାକୁ ଶାନ୍ତି ମିଳୁଛି।
ଏହି ଗୀତର ରେକଡିଂ ଶେଷ ହୋଇଯାଇଛି। ଏହାପୂର୍ବରୁ ସଲମାନ ତାଙ୍କ ହୋମ୍ ପ୍ରଡକ୍ସନ୍ ଫିଲ୍ମ ‘ହିରୋ’ର ‘ମେଁ ହୁଁ ହିରୋ’ ଗୀତ ଗାଇଥିଲେ। ଏହି ଗୀତଟିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।
ସଲମାନ୍ ‘ୱାଣ୍ଟେଡ୍’, ‘ଦବଙ୍ଗ’ ଓ ‘କିକ୍’ ପରି ଫିଲ୍ମରେ ଗୀତ ଗାଇଛନ୍ତି।
ତେବେ ଫିଲ୍ମ ‘ସୁଲତାନ’ରେ ସଲମାନ୍ ଗାଇଥିବା ଗୀତକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ମ୍ୟୁଜିକ୍ ଲଞ୍ଚ୍ ପରେ ଜଣାପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।
Bollywood
ରାସ୍ତା ମଝିରେ ଅଭିନେତାଙ୍କୁ ଆକ୍ରମଣ, ଛୁରାମାଡ଼ କଲେ ଦୁର୍ବୃତ୍ତ
ଅଭିନେତାଙ୍କୁ ପ୍ରଥମେ ଛୁରୀରେ ତା'ପରେ ଲୁହା ରଡ୍ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।