ହଲକୁ ଆସିଲା ଓଡ଼ିଆ ଫିଲ୍ମ ‘ପିଲାଟା ବିଗିଡି ଗଲା’

ଭୁବନେଶ୍ୱର: ହଲକୁ ଆଜି ଆସିଛି ନୂଆ ଧରଣର ଓଡିଆ ଫିଲ୍ମ ‘ପିଲାଟା ବିଗିଡି ଗଲା’। ଭୁବନେଶ୍ୱରର ଶ୍ରୀୟା, ଏକାମ୍ର, ରବି ଓ ଆଇନସରେ ଫିଲ୍ମଟି ରିଲିଜ ହୋଇଛି । ସେହିପରି କଟକରେ ଜୟଶ୍ରୀ ସିନେମା ହଲରେ ଏହାର ପ୍ରମିୟର ହୋଇଛି । ଫିଲ୍ମର ଲିଡ ରୋଲରେ ଥିବା ଓଲିଉଡର ହିଟ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ରିଲ କେମେଷ୍ଟ୍ରୀକୁ ଦର୍ଶକ କେତେ ବାହାବାହା ଦେଉଛନ୍ତି ତାହା ଆଗକୁ ଜଣାପଡିବ । ତେବେ ଫୁଲ୍ମରେ ଭରି ରହିଛି ଲଭ୍ ରୋମାନସ୍। ସବ୍ୟସାଚୀ ଏବଂ ଅର୍ଚିତାଙ୍କୁ ନେଇ ନିର୍ଦ୍ଦେଶକ ବସନ୍ତ ସାହୁ ଏଥିରେ କରିଛନ୍ତି ଏକ୍ସପେରିମେଣ୍ଟ । ଏହି ଦୁଇ ରିଲ କପଲ ଆଗରୁ ଅନେକ ହିଟ୍ ଦେଇ ସାରିଛନ୍ତି। ଓଲିଉଡରେ ଏମାନଙ୍କ ରିଲ ରୋମାନସ୍ ଏକଜାମ୍ପଲ କ୍ରିଏଟ କରିସାରିଛି। ପିଲାଟି ବିଗିଡି ଗଲାରେ ମଧ୍ୟ ଏହି ଦୁଇ ରୋମାଣ୍ଟିକ କପଲଙ୍କ ରୋମାନସ୍ ଦେଖିବାକୁ ମିଳିବ।

pilatabigidigal1

ସବୁବେଳେ ଦେଖିବାକୁ ମିଳେ ସବ୍ୟଙ୍କ ନୂଆ ଧରଣର ଏକ୍ସପେରିମେଣ୍ଟ। ଏହି ଫିଲ୍ମରେ ସେ ଜଣେ ସିଙ୍ଗର ପାଲଟି ଯାଇଛନ୍ତି। ଚରିତ୍ରରେ ନୁହେଁ ସତରେ। ସେ ନିଜେ ଗାଇଛନ୍ତି ଗୋଟେ ଦମଦାର ଗୀତ। ନୂଆ ଧରଣର ଏହି ମ୍ୟୁଜିକକୁ କମ୍ପୋଜ କରିଛନ୍ତି ସିନେ ଇଣ୍ଡଷ୍ଟ୍ରୀର ଆଗଧାଡିର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମଆନନ୍ଦ ।  ବସନ୍ତରାଜ ସାମଲଙ୍କ ଲିରିକ୍ସକୁ ପ୍ରେମଆନନ୍ଦଙ୍କ କମ୍ପୋଜିସନ କରିଥିବା ବେଳେ ସବ୍ୟ ଏହାକୁ ଗାଇଛନ୍ତି ।

ଫିଲ୍ମରେ ଥିବା ‘ନଟି ନଟି’ ଗୀତରେ ହ୍ୟାଣ୍ଡସମ୍ ସବ୍ୟସାଚୀଙ୍କୁ ଦେଖିବାକୁ ମିଳୁଛି ଭିନ୍ନ ଲୁକରେ। ନୂଆ ଷ୍ଟାଇଲ୍ ନଟି ସ୍ମାଇଲ ସାଙ୍ଗକୁ ସବ୍ୟଙ୍କ ନଟଖଟି ଚରିତ୍ରକୁ ଖୁବ ମାନୁଛି। ସେହିପରି କମେଡିଆନ ପପୁ ପମପମଙ୍କୁ ଏକ ଭିନ୍ନ ରୋଲରେ ଦେଖିବାକୁ ମିଳିଛି । ନୂଆ ଧରଣର ହେୟାର ଷ୍ଟାଇଲ ସାଙ୍ଗକୁ ଦମଦାର କମେଡି ପଞ୍ଚେସ ସହ ପପୁ ପ୍ରଥମ ଦିନରେ ଦର୍ଶକଙ୍କ ହୃଦୟ ଲୁଟିପାରିଛନ୍ତି । ଚୁଲବୁଲି ଅର୍ଚ୍ଚିତାଙ୍କ ସହ ନୂଆ କରି ଓଲିଉଡରେ ଏଣ୍ଟ୍ରି କରିଥିବା ଲିପ୍ସା ବି ଫିଲ୍ମରେ କମାଲ କରିଛନ୍ତି।