ହାପି ବାର୍ଥ ଡେ’ ଜୟା ବଚ୍ଚନ

ମୁମ୍ବାଇ: ଅଭିନେତ୍ରୀ ଜୟା ବଚ୍ଚନଙ୍କର ଆଜି ଜନ୍ମଦିନ। ଆଜି ସେ ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୮ ମସିହା ଏପ୍ରିଲ୍ ୯ ତାରିଖରେ ସେ ଜବଲପୁରର ଏକ ବଙ୍ଗାଳୀ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ଥିଲା ତରୁଣ କୁମାର ଭାଦୁଡ଼ି ଓ ମା’ଙ୍କ ନାଁ ଥିଲା ଇନ୍ଦିରା। ତାଙ୍କ ବାପା ଜଣେ ସାମ୍ବାଦିକ ଥିଲେ। ଜୟା ଭୋପାଲର ଏସ୍‌ଟି ଯୋଶେଫ୍ କନ୍‌ଭେଣ୍ଟ୍ ସ୍କୁଲ୍‌ରେ ଶିକ୍ଷାଲାଭ କରିଥିଲେ। ପରେ ସେ ପୁଣେ ସ୍ଥିତ ଫିଲ୍ମ ଆଣ୍ଡ୍ […]

jaya-bachan

jaya-bachan

Rakesh Mallick
  • Published: Saturday, 09 April 2016
  • Updated: 09 April 2016, 05:53 AM IST

jaya-bachanମୁମ୍ବାଇ: ଅଭିନେତ୍ରୀ ଜୟା ବଚ୍ଚନଙ୍କର ଆଜି ଜନ୍ମଦିନ। ଆଜି ସେ ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୮ ମସିହା ଏପ୍ରିଲ୍ ୯ ତାରିଖରେ ସେ ଜବଲପୁରର ଏକ ବଙ୍ଗାଳୀ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ଥିଲା ତରୁଣ କୁମାର ଭାଦୁଡ଼ି ଓ ମା’ଙ୍କ ନାଁ ଥିଲା ଇନ୍ଦିରା। ତାଙ୍କ ବାପା ଜଣେ ସାମ୍ବାଦିକ ଥିଲେ।

ଜୟା ଭୋପାଲର ଏସ୍‌ଟି ଯୋଶେଫ୍ କନ୍‌ଭେଣ୍ଟ୍ ସ୍କୁଲ୍‌ରେ ଶିକ୍ଷାଲାଭ କରିଥିଲେ। ପରେ ସେ ପୁଣେ ସ୍ଥିତ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫ୍‌ଟିଆଇଆଇ)ରେ ପାଠ ପଢ଼ିଥିଲେ।

ଜୟା ତାଙ୍କ ପେଶାଗତ ଜୀବନ ଆରମ୍ଭ କରିଥିଲେ ୧୯୬୩ରେ ଫିଲ୍ମ ’ମହାନଗର’ରୁ। ସେତେବେଳେ ସେ ମାତ୍ର ୧୫ ବର୍ଷର ହୋଇଥିଲେ। ପ୍ରସିଦ୍ଧ ଫିଲ୍ମନିର୍ମାତା ସତ୍ୟଜିତ ରାୟଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ସେ ଅନୀଲ ଚାଟାର୍ଜୀ ଓ ମାଧବୀ ମୁଖାର୍ଜୀଙ୍କ ସହିତ ଅଭିନୟ କରିଥିଲେ। ଏହାର ୮ ବର୍ଷ ପରେ ଅର୍ଥାତ ୧୯୭୧ ମସିହାରେ ସେ ବଲିଉଡ୍‌ରେ ପାଦ ଥାପି ଥିଲେ। ‘ଗୁଡ୍ଡି’ ହେଉଛି ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ। ଏଥିରେ ସେ ଜଣେ ସ୍କୁଲ୍ ଝିଅ ଭୂମିକାରେ ଆସିଥିଲେ। ଏଥିରେ ଅମିତାଭ ଅତିଥି କଳାକାର ଭାବେ ଅଭିନୟ କରିଥିଲେ। ତା’ପରେ ଜୟା ପାଇଥିଲେ ଗୋଟିଏ ପରେ ଗୋଟିଏ ଫିଲ୍ମ। ‘କୋଶିଶ୍’ (୧୯୭୨), ‘ପିଆ କା ଘର’ (୧୯୭୨) ଓ ‘ବାୱରଚି’ (୧୯୭୨) ଇତ୍ୟାଦି। ୧୯୭୩ରେ ସେ ଅମିତାଭ ବଚ୍ଚନଙ୍କ ସହିତ ‘ଅଭିମାନ’ରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ଜୟା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଅମିତାଭଙ୍କ ବ୍ୟତୀତ ସେ ଅନ୍ୟ କେତେ ଜଣ ହୀରୋଙ୍କ ସହିତ ମିଶି ମଧ୍ୟ ଏକାଧିକ ହିଟ୍ ଫିଲ୍ମ ଦେଇଥିଲେ। ଏଗୁଡ଼ିକ ମଧ୍ୟରେ ରହିଛି ଜିତେନ୍ଦ୍ରଙ୍କ ସହିତ ‘ପରିଚୟ’ (୧୯୭୨), ସଞ୍ଜୀବ କୁମାରଙ୍କ ସହିତ ‘ଅନାମିକା’ (୧୯୭୩) ଓ ବିଜୟ ଆନନ୍ଦଙ୍କ ସହିତ ‘କୋରା କାଗଜ’ (୧୯୭୪)। ‘କୋରା କାଗଜ’ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ।  ୧୯୭୫ରେ ଅମିତାଭ ଓ ଜୟା ‘ଶୋଲେ’ରେ ଏକାଠି ଅଭିନୟ କରିଥିଲେ। ୧୯୮୦ରେ ‘ନୌକର’ ଫିଲ୍ମ ପାଇଁ ମଧ୍ୟ ଜୟା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ୧୯୮୧ରେ ଜୟା ‘ସିଲ୍‌ସିଲା’ରେ ଅମିତାଭ ଓ ରେଖାଙ୍କ ସହିତ ଅଭିନୟ କରିଥିଲେ। ‘ସିଲ୍‌ସିଲା’ ପରେ ୧୭ ବର୍ଷ ଧରି କୌଣସି ଫିଲ୍ମରେ ଅଭିନୟ କରି ନ ଥିଲେ ଜୟା।

୧୯୯୮ରେ ଜୟା ପୁଣି ସିଲ୍‌ଭର ସ୍କ୍ରିନ୍‌ଙ୍କୁ ଫେରିଲେ ଫିଲ୍ମ ’ହଜାର ଚୌରାସୀ କି ମା’ ଜରିଆରେ। ୨୦୦୦ରେ ସେ କରିସ୍ମା କପୁର ଓ ହ୍ରିତିକ ରୋଶନ ଅଭିନୀତ ‘ଫିଜା’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ନିଜର ଅଭିନୟ ପାଇଁ ସେ ଖୁବ୍ ପ୍ରଶଂସିତ ହୋଇଥିଲେ। ଏଥିପାଇଁ ସେ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ବି ପାଇଥିଲେ। ୨୦୦୧ରେ ପୁଣି ଥରେ ସ୍ୱାମୀ ଅମିତାଭ ବଚ୍ଚନଙ୍କ ସହିତ ଏକାଠି କାମ କରିବାର ସୁଯୋଗ ପାଇଥିଲେ ଜୟା। କରଣ ଜୋହରଙ୍କ ’କଭି ଖୁସି କଭି ଗମ୍’ରେ ସେ ଅମିତାଭଙ୍କ ସହିତ ଅଭିନୟ କରିଥିଲେ। ୨୦୦୩ରେ କରଣ ଜୋହାରଙ୍କ ’କଲ୍ ହୋ ନା ହୋ’ ଓ ୨୦୦୭ରେ ’ଲଗା ଚୁନରୀ ମେଁ ଦାଗ୍’ରେ ଅଭିନୟ କରିଥିଲେ ଜୟା। ଏପ୍ରିଲ୍‌ ୧ରେ ରିଲିଜ୍ ହୋଇଥିବା ଅର୍ଜୁନ କପୁର ଓ କରୀନା କପୁରଙ୍କ ‘କି ଆଣ୍ଡ୍ କା’ରେ ବି ଅମିତାଭଙ୍କ ସହିତ ଅଭିନୟ କରିଛନ୍ତି ଜୟା।

‘କଭି ଖୁସି କଭି ଗମ୍’ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ଆୱାର୍ଡ ପାଇଥିବା ବେଳେ ‘ହଜାର ଚୌରାସି କି ମା’ ପାଇଁ ସେ ସ୍ୱତନ୍ତ୍ର ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ।

୧୯୭୩ ଜୁନ୍ ୩ ତାରିଖରେ ଜୟା ବିବାହ କରିଥିଲେ ମେଗା ଷ୍ଟାର୍ ଅମିତାଭ ବଚ୍ଚନଙ୍କୁ। ଅମିତାଭ ଯେତେବେଳେ ବଲିଉଡ୍‌ରେ ଷ୍ଟ୍ରଗଲ୍ କରୁଥିଲେ ସେତେବେଳେ ଜୟା ତାଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କ ସହିତ ଅଭିନୟ ବି କରିଥିଲେ। ଏ ଦୁହେଁ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ‘ଜଞ୍ଜିର’, ‘ଶୋଲେ’ ଓ ‘ଅଭିମାନ’ ଭଳି ବହୁ ଚର୍ଚ୍ଚିତ ଫିଲ୍ମରେ ଅମିତାଭ ଓ ଜୟା ଏକାଠି କାମ କରିଛନ୍ତି।

ଅମିତାଭ ଓ ଜୟାଙ୍କର ଦୁଇଟି ସନ୍ତାନ ଅଛନ୍ତି। ସେମାନେ ହେଲେ ଝିଅ ଶ୍ୱେତା ଓ ପୁଅ ଅଭିଷେକ। ‘ଶୋଲେ’ର ସୁଟିଂ ବେଳେ ଜୟାଙ୍କ ପେଟରେ ଥିଲେ ଶ୍ୱେତା। ଶ୍ୱେତା ରାଜ କପୁରଙ୍କ ନାତି ତଥା ବ୍ୟବସାୟୀ ନିଖିଲ ନନ୍ଦାଙ୍କୁ ବିବାହ କରିଛନ୍ତି। ଅଭିଷେକ ପୂର୍ବତନ ମିସ୍ ୱାର୍ଲ୍ଡ ତଥା ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଛନ୍ତି।

ଜୟା ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ୧୯୯୨ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିଲା।

ଜନ୍ମ ଦିନରେ ଜୟା ବଚ୍ଚନଙ୍କୁ ଶୁଭେଚ୍ଛା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story