ହାପି ବାର୍ଥ ଡେ’ ଶ୍ରୀଦେବୀ

ମୁମ୍ୱାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଶ୍ରୀଦେବୀ। ସେ ହିନ୍ଦୀ, ତାମିଲ,ମାଲାୟଲମ୍, କାନାଡା ଓ ତେଲୁଗୁ ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। ଆଜି ହେଉଛି ତାଙ୍କର ଜନ୍ମଦିନ। ୧୯୬୩ ମସିହା ଅଗଷ୍ଟ୧୩ରେ ସେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀଦେବୀ ୧୯୭୬ ରେ ପ୍ରଥମେ ତାମିଲ ଫିଲ୍ମ  ମୁନଦ୍ରୁ ମୁଦ୍ରିଚୁ ଅଭିନୟ କରି କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । […]

SRIDEVI

SRIDEVI

Rakesh Mallick
  • Published: Thursday, 13 August 2015
  • Updated: 13 August 2016, 10:56 AM IST

Sports

Latest News

ମୁମ୍ୱାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଶ୍ରୀଦେବୀ। ସେ ହିନ୍ଦୀ, ତାମିଲ,ମାଲାୟଲମ୍, କାନାଡା ଓ ତେଲୁଗୁ ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। ଆଜି ହେଉଛି ତାଙ୍କର ଜନ୍ମଦିନ। ୧୯୬୩ ମସିହା ଅଗଷ୍ଟ୧୩ରେ ସେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀଦେବୀ ୧୯୭୬ ରେ ପ୍ରଥମେ ତାମିଲ ଫିଲ୍ମ  ମୁନଦ୍ରୁ ମୁଦ୍ରିଚୁ ଅଭିନୟ କରି କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।

ହିନ୍ଦୀ ଫିଲ୍ମ ସୋଲହବାଁ ସାବାନରୁ ସେ ବଲିଉଡକୁ ଏଣ୍ଟ୍ରି କଲେ। ହେଲେ ହିମତୱାଲା ଫିଲ୍ମରେ ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ । ନାଗିନ, ମିଷ୍ଟର ଇଣ୍ଡିଆ, ଚାଲବାଜ୍, ଲମହୈ, ଖୁଦା ଗବାହ ଓ  ଜୁଦାଇ ତାଙ୍କର ସୁପରହିଟ୍ ଫିଲ୍ମ ମଧ୍ୟରେ ରହିଛି।

ସେ ବଲିଉଡର ପ୍ରଯୋଜକ ବନି କପୁରଙ୍କୁ ବିବାହ କରିଛନ୍ତି । ତାଙ୍କର ଜାହ୍ନବୀ ଓ ଖୁସି ନାମକ ଦୁଇଟି ଝିଅ ଅଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos