“ହାଉସ୍‌ଫୁଲ୍-୩”ର ସୁଟିଂ ଶେଷ

housefull3-1ମୁମ୍ବାଇ: ଅକ୍ଷୟ କୁମାର ଓ ରିତେଶ ଦେଶମୁଖ୍‌ଙ୍କ ଅପ୍‌କମିଂ ଫିଲ୍ମ “ହାଉସ୍‌ଫୁଲ୍-୩”ର ସୁଟିଂ ଶେଷ ହୋଇ ଯାଇଛି। ରିତେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଫିଲ୍ମଟି ଜୁନ୍ ୩ ତାରିଖରେ ରିଲିଜ୍ ହେବ। ଏଥିରେ ଅଭିଷେକ ବଚ୍ଚନ, ନର୍ଗିସ୍ ଫଖ୍‌ରୀ, ଲିସା ହେଡନ୍ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ଅଛନ୍ତି।

“ହାଉସ୍‌ଫୁଲ୍‌-୩”ର ନିର୍ଦ୍ଦେଶନା ଦେଇଛନ୍ତି “ଏଣ୍ଟରଟେନ୍‌ମେଣ୍ଟ୍‌” ଫେମ୍ ସାଜିଦ-ଫରହାଦ୍।

ରିତେଶ ଓ ଅକ୍ଷୟ “ହାଉସ୍‌ଫୁଲ୍‌” ପ୍ରଥମ ଦୁଇଟି ଭାଗରେ ଅଭିନୟ କରିଥିଲେ। ଏହି ଦୁଇ ଭାଗର ନିର୍ଦ୍ଦେଶନା ଦେଇଥିଲେ ସାଜିଦ ଖାନ୍।