କରଣ ଜୋହରଙ୍କ ବ୍ୟାଗ୍‌ର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଦୁନିଆ ଆଖିରେ ଭଲ ଦେଖାଯିବା ପାଇଁ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରନ୍ତି ବଲିଉଡର ଅଭିନେତା, ଅଭିନେତ୍ରୀ ଓ ଫିଲ୍ମ ନିର୍ମାତା। ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଭିନ୍ନ ଷ୍ଟାଇଲର ପୋଷାକ ପିନ୍ଧନ୍ତି। ଏଥିପାଇଁ ଅନେକ ସମୟରେ ଏମାନେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଥାନ୍ତି। ସେହି ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରୁ ଫିଲ୍ମ ନିର୍ମାତା କରଣ ଜୋହର ଜଣେ। ନିଜର ବ୍ୟାଗ୍‌ ପାଇଁ ଚର୍ଚ୍ଚାକୁ ଆସିଛନ୍ତି କରଣ।

ଏବେ ଆଇ.ଆଇ.ଏଫ୍‌. ଆୱାର୍ଡ କାର୍ଯ୍ୟକ୍ରମ ପାଇଁ ନ୍ୟୁୟର୍କ ଯାଇଛନ୍ତି କରଣ ଜୋହର। ନ୍ୟୁୟର୍କ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରି ଆୟୋଜକମାନେ ପ୍ରୋଗାମ ସ୍ଥଳକୁ ନେଇଛନ୍ତି। ଏହି ସମୟରେ ରିୟଲ ଲୁକ୍‌ ଦେଖିବାକୁ ମିଳିଥିଲା କରଣଙ୍କର। କରଣ ପିନ୍ଧିଥିବା ପୋଷାକର ମୂଲ୍ୟ  ଥିଲା ଲକ୍ଷେ ଟଙ୍କା। ହେଲେ ହାତରେ ଧରିଥିବା ବ୍ୟାଗ୍‌ର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବ୍ୟାଗ୍‌ ପାଇଗଲେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ। କାରଣ କରଣଙ୍କ ବ୍ୟାଗର ମୂଲ୍ୟ ଯାହା ଏଥିରେ ଜଣେ ଗରିବ ପରିବାରର ଝିଅର ବିବାହ ହୋଇଯିବ।

ଜାଣିଛନ୍ତି କି କରଣଙ୍କ ବ୍ୟାଗର ମୂଲ୍ୟ କେତେ ? ଏହାର ମୂଲ୍ୟ ୨୩୦୦ ଡଲାର। ଭାରତୀୟ ମୁଦ୍ରା ଅନୁସାରେ ଯାହା ଦେଢ଼ଲକ୍ଷ ଟଙ୍କା।