ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ

ଚେନ୍ନାଇ: କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇ ଏମ୍‌ଜିଏମ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଅବସ୍ଥା ଅତ୍ୟଧିକ  ସଙ୍କଟାପନ୍ନ ରହିଛି। ଗତ ୨୪ ଘଣ୍ଟା ହେଲା ତାଙ୍କୁ ମ୍ୟାକ୍ସିମମ୍ ଲାଇଫ୍ ସପୋର୍ଟରେ ରଖାଯାଇଛି । ଏହାସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିବା ଚେନ୍ନାଇ ଏମ୍‌ଜିଏମ୍ ହସ୍ପିଟାଲ ପକ୍ଷରୁ ଜାରି ହେଲଥ୍‌ ବୁଲେଟିନରେ କୁହାଯାଇଛି । ସୁବ୍ରମଣ୍ୟମଙ୍କ ବନ୍ଧୁ କମଲ ହସନ୍ ଗତକାଲି ହସ୍ପିଟାଲ୍‌କୁ ଯାଇ ତାଙ୍କୁ ଭେଟିଥିଲେ। ସେହିପରି ବିଭିନ୍ନ ମହଳରୁ ତାଙ୍କ […]

sp

sp

Niharika Rout
  • Published: Friday, 25 September 2020
  • Updated: 25 September 2020, 08:53 AM IST

Sports

Latest News

ଚେନ୍ନାଇ: କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇ ଏମ୍‌ଜିଏମ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଅବସ୍ଥା ଅତ୍ୟଧିକ  ସଙ୍କଟାପନ୍ନ ରହିଛି। ଗତ ୨୪ ଘଣ୍ଟା ହେଲା ତାଙ୍କୁ ମ୍ୟାକ୍ସିମମ୍ ଲାଇଫ୍ ସପୋର୍ଟରେ ରଖାଯାଇଛି । ଏହାସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିବା ଚେନ୍ନାଇ ଏମ୍‌ଜିଏମ୍ ହସ୍ପିଟାଲ ପକ୍ଷରୁ ଜାରି ହେଲଥ୍‌ ବୁଲେଟିନରେ କୁହାଯାଇଛି ।

ସୁବ୍ରମଣ୍ୟମଙ୍କ ବନ୍ଧୁ କମଲ ହସନ୍ ଗତକାଲି ହସ୍ପିଟାଲ୍‌କୁ ଯାଇ ତାଙ୍କୁ ଭେଟିଥିଲେ। ସେହିପରି ବିଭିନ୍ନ ମହଳରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।  ବଲିଉଡ୍ ଦବଙ୍ଗ ଷ୍ଟାର୍ ସଲମାନ୍ ଖାନ୍ ମଧ୍ୟ ବାଲାସୁବ୍ରମଣ୍ୟମଙ୍କ ଆରୋଗ୍ୟ ନେଇ  ଟ୍ୱିଟ୍ କରିଛନ୍ତି ।

କରୋନାରେ  ଆକ୍ରାନ୍ତ ହେବା ପରେ ଅଗଷ୍ଟ ୫ରୁ ବାଲାସୁବ୍ରମଣ୍ୟମ ହସ୍ପିଟାଲରେ ଭର୍ତ୍ତି  ହୋଇଥିଲେ।  ସେପ୍ଟେମ୍ବର ୮ରୁ ସେ କରୋନା ମୁକ୍ତ ହୋଇ ସାରିଛନ୍ତି । ହେଲେ ଫୁସଫୁସ୍ ସଂକ୍ରମଣ ହୋଇଥିବାରୁ ସେବେଠାରୁ ସେ ଭେଣ୍ଟିଲେଟରରେ ଅଛନ୍ତି । ସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟ ସଂପର୍କରେ ସବୁବେଳେ ସୂଚନା ଦେଉଥିବା ପୁଅ ଏସ୍‌ପି ଚରଣ କହିଛନ୍ତି ଯେ, ଗତ ସପ୍ତାହେ ହେଲା ତାଙ୍କ ସ୍ୱାସ୍ଥ୍ୟରେ ଅଳ୍ପ ଉନ୍ନତି ପରିଲକ୍ଷିତ ହୋଇଥିଲା । ହେଲେ ଗତକାଲିଠାରୁ ତାଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହୋଇଛି ।

ବାଲାସୁବ୍ରମଣ୍ୟମ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ୧୯୮୯ ମସିହାରେ ମେନେ ପ୍ୟାର୍ କିୟା ଫିଲ୍ମର ‘ମେରେ ରଙ୍ଗ ମେ’  ଗୀତ ତାଙ୍କୁ ହିନ୍ଦୀ ଫିଲ୍ମରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା । କଣ୍ଠଶିଳ୍ପୀ ଭାବେ ସେ ୬ଟି ଜାତୀୟ ପୁରସ୍କାର ପାଇଛନ୍ତି। ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣରେ ବି ସମ୍ମାନିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos