‘ଜବରଦସ୍ତ ପ୍ରେମିକ’ର ମ୍ୟୁଜିକ୍‌ ରିଲିଜ୍‌

ଭୁବନେଶ୍ୱର: ତାମିଲନାଡୁର ଏ ଆଣ୍ଡ୍‌ ପି ଗ୍ରୁପ୍ ପ୍ରଡକ୍ସନ୍‌ର ପ୍ରଥମ ଓଡ଼ିଆ ଫିଲ୍ମ ‘ଜବରଦସ୍ତ ପ୍ରେମିକ’ର ମ୍ୟୁଜିକ୍‌ ଶନିବାର ରିଲିଜ୍‌ ହୋଇଯାଇଛି। ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ ଏହି ଫିଲ୍ମର ବିତରଣ ଦାୟିତ୍ୱ ନେଇଛି। ଏହି ଫିଲ୍ମରେ ଭରପୂର କମେଡି,  ଇମୋସନ୍ ଓ ଆକ୍ସନ ଦେଖି ପାରିବେ ଦର୍ଶକ। ଲିଡ୍ ରୋଲ୍‌ରେ ବାବୁସାନ୍  ଓ ଝିଲିକ୍ ଥିବା ବେଳେ ମିହିର ଦାସ, ଅପରାଜିତା ମହାନ୍ତି, ହରିହର ମହାପାତ୍ର, ଭଗବାନ ଓ ବିଦୁସ୍ମିତାଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ଅରୁଣ ପାଣ୍ଡିଆନ୍ ଓ କବିତା ପାଣ୍ଡିଆନ୍‌ଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ସରଭାୟା। ଅଭିଜିତ୍‌ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ସ୍ୱର୍ଗତ ନିଜାମ୍ ଓ ନିର୍ମଳ ନାୟକ।

ଆସନ୍ତା ଏପ୍ରିଲ୍ ୧୩ରେ ରିଲିଜ୍ ହେବ ‘ଜବରଦସ୍ତ ପ୍ରେମିକ’।

ଆଗକୁ ଆହୁରି ଓଡ଼ିଆ ଫିଲ୍ମ ନିର୍ମାଣ କରିବେ ବୋଲି କହିଛନ୍ତି ପ୍ରଯୋଜକ ଅରୁଣ ପାଣ୍ଡିଆନ୍।