ଖରାପ ନାଚ ପାଇଁ ଗାଳି ଖାଉଥିଲି: ଜ୍ୟାକ୍‌ଲିନ

ମୁମ୍ବାଇ: ‘ଜୁମ୍ମେ କି ରାତ….’ ‘ଚିଟ୍ଟିୟାଂ କଲାଇୟାଁ ବେ…’ ଭଳି ଗୀତ ଗୁଡିକରେ ନିଜର ନୃତ୍ୟ କୌଶଳ ପାଇଁ ପ୍ରଶଂସିତ ହୋଇଥିବା ଜ୍ୟାକଲିନ୍‌ ଫର୍ଣ୍ଣାଡିସ୍‌ କହିଛନ୍ତି ଯେ ଏଭଳି ଏକ ସମୟ ଥିଲା ଯେତେବେଳେ ଖରାପ ନୃତ୍ୟ ପାଇଁ ତାଙ୍କୁ ଗାଳି ଶୁଣିବାକୁ ପଡୁଥିଲା। ସେ କହିଛନ୍ତି ନର୍ତ୍ତକୀ ହିସାବରେ ନିଜ କୌଶଳକୁ ସୁଧାରିବା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି ଏବଂ ସମୟକ୍ରମେ ତାଙ୍କର ନୃତ୍ୟକଳାରେ ଉନ୍ନତି ଆସିଛି। ଫିଲ୍ମ ‘ଢିଶୁମ’ ର ଅଭିନେତ୍ରୀଙ୍କୁ ଯେତେବେଳେ […]

jack

jack

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 08:20 PM IST

Sports

Latest News

jackମୁମ୍ବାଇ: ‘ଜୁମ୍ମେ କି ରାତ....’ ‘ଚିଟ୍ଟିୟାଂ କଲାଇୟାଁ ବେ...’ ଭଳି ଗୀତ ଗୁଡିକରେ ନିଜର ନୃତ୍ୟ କୌଶଳ ପାଇଁ ପ୍ରଶଂସିତ ହୋଇଥିବା ଜ୍ୟାକଲିନ୍‌ ଫର୍ଣ୍ଣାଡିସ୍‌ କହିଛନ୍ତି ଯେ ଏଭଳି ଏକ ସମୟ ଥିଲା ଯେତେବେଳେ ଖରାପ ନୃତ୍ୟ ପାଇଁ ତାଙ୍କୁ ଗାଳି ଶୁଣିବାକୁ ପଡୁଥିଲା। ସେ କହିଛନ୍ତି ନର୍ତ୍ତକୀ ହିସାବରେ ନିଜ କୌଶଳକୁ ସୁଧାରିବା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି ଏବଂ ସମୟକ୍ରମେ ତାଙ୍କର ନୃତ୍ୟକଳାରେ ଉନ୍ନତି ଆସିଛି।

ଫିଲ୍ମ ‘ଢିଶୁମ’ ର ଅଭିନେତ୍ରୀଙ୍କୁ ଯେତେବେଳେ ପଚରାଗଲା ଯେ ଆପଣ କ’ଣ ମୂଳରୁ ଏମିତି ଡ୍ୟାନ୍ସ କରୁଥିଲେ, ସେ ପିଟିଆଇ-ଭାଷାକୁ କହିଲେ, ‘‘ନାଁ ମୁଁ ଯେତେବେଳେ ପ୍ରଥମ ପିଲ୍ମ କରିଥିଲି ସେତେବେଳେ ମୋତେ ଥଟ୍ଟା କରାଯାଉଥିଲା, ଏବଂ ଗାଳିଗୁଲଜ ମଧ୍ୟ ଖାଉଥିଲି। ଅବଶ୍ୟ ମୁଁ ସେହି ନୃତ୍ୟ ଗୁରୁ ମାନଙ୍କ ନାମ କହିବାକୁ ଚାହୁଁନି। ମୋ ପାଇଁ ଏହି ଅନୁଭୂତି ଆଖି ଖୋଲି ଦେଇଥିଲା।” ଏହାପରେ ଜ୍ୟାକଲିନ୍‌ ବିଧିବଦ୍ଧ ନୃତ୍ୟ ଶିକ୍ଷା କରିଥିଲେ।

ଜ୍ୟାକଲିନ୍‌ କହିଛନ୍ତି, “ ମୁଁ ନୃତ୍ୟ ଶିକ୍ଷା କରିବା ଆରମ୍ଭ କରିଥିଲି। ତା’ପରେ ଏହି କଳାର ପ୍ରେମରେ ପଡ଼ିଗଲି। ସତ କହିବାକୁ ଗଲେ ଏହି କଳା ଶିଖିବା ପାଇଁ ମୁଁ ଆହୁରି ସମୟ ଦେବାକୁ ଚାହୁଁଥିଲି କାରଣ ଏହା ଗୋଟିଏ ପ୍ରକାରର ଉପଚାର ଅଟେ।’

 ଜ୍ୟାକଲିନ୍‌ ରିଏଲିଟି ସୋ’ ‘ଝଲକ୍‌ ଦିଖଲା ଯା’ ର ନୂଆ ସିଜିନରେ ଜଜ୍‌ ହେବେ। ତାଙ୍କ ଛଡା କଲର୍ସ ଚ୍ୟାନେଲର ପ୍ରଦର୍ଶିତ ହେବାକୁ ଥିବା ଏହି ସୋ’ରେ ନିର୍ମାତା କରନ ଜୋହର, ନୃତ୍ୟଗୁରୁ ଗଣେଶ ହେଗଡେ ଏବଂ ନିର୍ଦ୍ଦେଶକ ଫରା ଖାନ୍‌ ମଧ୍ୟ ଜଜ୍‌ ଭାବରେ ସାମିଲ ହେବେ। ଏହି ସୋ’ ଆଜିଠାରୁ ଆରମ୍ଭ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos