ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର: ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନ ପାଇଁ କେଉଁଠି ମରୁଡ଼ି ତ କେଉଁଠି ସମୁଦ୍ର ଗର୍ଭରେ ହଜିଯାଉଛି ପୁରା ଗାଁ। କିନ୍ତୁ ଏଥିପାଇଁ ସାମାନ୍ୟତମ ଦାୟୀ ନଥିବା ସାଧାରଣ ମଣିଷ ବି ଛନ୍ଦି ହୋଇଯାଉଛି ପ୍ରାକୃତିକ ବିପଯର୍ୟୟର ଅଡ଼ୁଆ ସୂତାରେ। ଏହି ପ୍ରସଙ୍ଗକୁ ନିଜ ଫିଲ୍ମ କଡ଼ଓ୍ୱି ହଓ୍ୱା ଜରିଆରେ ଦର୍ଶକଙ୍କ ନିକଟକୁ ଆଣୁଛନ୍ତି ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା। ଆସନ୍ତା ଶୁକ୍ରବାର ଏହା ରିଲିଜ୍ ହେଉଥିବା ବେଳେ ଆଜି ଫିଲ୍ମର ପ୍ରମୋଶନ୍ ପାଇଁ ଭୁବନେଶ୍ୱରରେ ଏକାଠି ହୋଇଥିଲେ ଏହାର ପୁରା ଟିମ୍ ।

ଚଳଚ୍ଚିତ୍ର ପଛରେ କାହାଣୀ

ବାଆ ସାଜିଛି ବଇରି। ବିହାରର ମହୁଆ ଅଞ୍ଚଳରେ ଭୟଙ୍କର ମରୁଡ଼ି । ପାଣି ଟୋପେ ବି ସ୍ୱପ୍ନ। ଋଣ ବୋଝ ଯୋଗୁଁ ଆତ୍ମହତ୍ୟା କରୁଛନ୍ତି ଜଣେ ପରେ ଜଣେ ଚାଷୀ । ନିଜ ପୁଅ କାଳେ ଜୀବନ ହାରିବ ସେଥିପାଇଁ ଚିନ୍ତିତ ଜଣେ ଚାଷୀଙ୍କ ଦୃଷ୍ଟିହୀନ ବାପା ହେଡ଼ୁ । ଏଭଳି ପରିସ୍ଥିତିରେ ଚାଷୀଙ୍କ ଠାରୁ ଋଣ ଆଦାୟ ପାଇଁ ସେଠାରେ ପହଞ୍ଚୁଛନ୍ତି ବ୍ୟାଙ୍କ ଏଜେଣ୍ଟ ତଥା ଓଡ଼ିଶାର ସାତଭାୟା ବାସିନ୍ଦା ଗୁନୁ ବାବୁ ।ପ୍ରକୃତିର ଦୁଇଟି ବିପରୀତ ଆକ୍ରୋଶକୁ ସାମ୍ନା କରୁଥିବା ଅଞ୍ଚଳର ବାସିନ୍ଦା ହେଡ଼ୁ ଓ ଗୁନୁବାବୁଙ୍କ ମଧ୍ୟରେ ସମ୍ପର୍କକୁ ନେଇ ତିଆରି ହୋଇଛି ଫିଲ୍ମ କଡ଼ଓ୍ୱି ହଓ୍ୱା। ଫିଲ୍ମରେ ହେଡ଼ୁ ଭୂମିକାରେ ସଞ୍ଜୟ ମିଶ୍ରା ଅଭିନୟ କରୁଥିବା ବେଳେ ଗୁନୁବାବୁ ସାଜିଛନ୍ତି ଟାଲେଣ୍ଟେଡ୍ ରଣବୀର ଶୋରେ ।

ଏହି ଫିଲ୍ମ ଆସନ୍ତା ଶୁକ୍ରବାର ରିଲିଜ ହେଉଥିବା ବେଳେ, ଏହା ପୂର୍ବରୁ ଫିଲ୍ମର ପ୍ରଚାର ପ୍ରସାର ପାଇଁ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ଏହାର ପୁରା ଟିମ୍। ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ଫିଲ୍ମର ଅନ୍ୟତମ ଓଡ଼ଆ ପ୍ରଯୋଜକ ଅକ୍ଷୟ ପରିଜା, ଅଭିନେତା ସଞ୍ଜୟ ମିଶ୍ରା, ରଣବୀର ଶୋରେ, ତିଳୋତ୍ତମା ଶୋମ୍ । ସମସ୍ତେ ଦେଖିବାକୁ ମିଳିଥିଲେ ଏହି ପ୍ରମୋସନାଲ୍ ଇଭେଣ୍ଟରେ। ସମସ୍ତେ ବାଣ୍ଟିଥିଲେ ନିଜ ଅନୁଭୂତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।