ଆସୁଛି ‘ମଣିକର୍ଣ୍ଣିକା ରିଟର୍ଣ୍ଣସ୍’: କଶ୍ମୀରର ରାଣୀ ଭୂମିକାରେ ବଲିଉଡ୍ କୁଇନ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏବେ ଏହି ଅଭିନେତ୍ରୀ ଜଣକ ଏହି ଫିଲ୍ମର ୨ୟ ଭାଗ ନେଇ ଆସୁଛନ୍ତି। ଏଥର ଫିଲ୍ମର ନାମ ‘ମଣିକର୍ଣ୍ଣିମା ରିଟର୍ଣ୍ଣସ୍’: ଦି ଲିଜେଣ୍ଡ ଅଫ୍ ଦିଦ୍ଦା’। ଏହା ମଣିକର୍ଣ୍ଣିକା ଫ୍ରାଞ୍ଚାଇଜିର ୨ୟ ଫିଲ୍ମ ହେବ। କଙ୍ଗନାଙ୍କ ଏହି ଫିଲ୍ମ ବଡ଼ ଆକାରରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହେବ।
हमारा भारतवर्ष साक्षी रहा है झाँसी की रानी जैसे कई वीरांगनाओं की कहानी का. ऐसी ही एक और अनकही वीरगाथा है कश्मीर की एक रानी की, जिसने महमूद गजनवी को एक नहीं, दो बार हराया. ले कर आ रहे हैं @KamalJain_TheKJ और मैं, #ManikarnikaReturns: The Legend of Didda 🙏 pic.twitter.com/sgrqkqilj6
— Kangana Ranaut (@KanganaTeam) January 14, 2021
ଏ ନେଇ କଙ୍ଗନା ରାନାୱତ ଏକ ଟୁଇଟ୍ କରିଛନ୍ତି। ଟୁଇଟରେ କଙ୍ଗନା ଏକ ଫଟୋ ଶେଆର୍ କରିଛନ୍ତି ଏବଂ ଅପସନରେ ଲେଖିଛନ୍ତି, ‘ଆମ ଭାରତବର୍ଷ ଝାନସୀର ରାଣୀଙ୍କ ଭଳି ଅନେକ ବୀରତ୍ୱ କାହାଣୀର ମୁକସାକ୍ଷୀ ରହିଆସିଛି। ଏଭଳି ଏକ ଅବର୍ଣ୍ଣିତ ବୀରଗାଥା କାହାଣୀ ହେଉଛି କଶ୍ମୀର ଜଣେ ରାଣୀ, ଯିଏ ମହମ୍ମଦ ଗଜନଭୀଙ୍କୁ ଥରେ ନୁହେଁ, ଦୁଇଥର ହରାଇଛନ୍ତି। ତେଣୁ ଏଭଳି ଏକ କାହାଣୀକୁ ନେଇ କମଲ ଜୈନ୍ ଓ ମୁଁ ମଣିକର୍ଣ୍ଣିକା ରିଟର୍ଣ୍ଣସ୍: The Legend of Didda ଆସୁଛୁ।
୨୦୧୯ରେ ଆସିଥିବା ମଣିକର୍ଣ୍ଣିକା: ଦୁଇ କୁଇନ୍ ଅଫ୍ ଝାନସୀ ପରେ କଙ୍ଗନା ଓ ନିର୍ମାତା କମଲ ଜୈନ୍ ପୁଣିଥରେ ହାତ ମିଳାଇଛନ୍ତି। ଅଭିନେତ୍ରୀ ଗତ ସପ୍ତାହରେ ଜୈନଙ୍କ ସହ ଏକ ବୈଠକ କରିଥିଲେ ଏବଂ ନୂଆ ସ୍କ୍ରିପ୍ଟକୁ ଅନ୍ତିମ ରୂପ ଦେଇଥିଲେ। ଦିଦ୍ଦା କଶ୍ମୀରର ରାଣୀ ଥିଲେ, ଯିଏ ମହମ୍ମଦ ଗଜନଭୀଙ୍କୁ ଯୁଦ୍ଧରେ ଦୁଇଥର ହରାଇଥିଲେ। ତାଙ୍କର ଗୋଟିଏ ଗୋଡ଼ ପୋଲିଓଗ୍ରସ୍ତ ଥିଲା, କିନ୍ତୁ ସେ ଜଣେ ମହାନ ଯୋଦ୍ଧା ଭାବେ ଚର୍ଚ୍ଚିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।