ପ୍ରେଗ୍‌ନେଣ୍ଟ୍ ଅଛନ୍ତି ମୀରା!

shahidମୁମ୍ବାଇ: ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ୍ ପ୍ରେଗ୍‌ନେଣ୍ଟ୍ ଅଛନ୍ତି ବୋଲି ବି-ଟାଉନ୍‌ରେ ଚାଲିଛି ଜୋର୍ ଚର୍ଚ୍ଚା। ମୀରାଙ୍କ ଜଣେ ସାଙ୍ଗ ମସାବା ଗୁପ୍ତା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ କରିଥିବା ଏକ ପୋଷ୍ଟ୍ ଆଧାରରେ ଚାଲିଛି ଏହି ଚର୍ଚ୍ଚା। ମସାବା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ ମୀରାଙ୍କ ସହିତ ଏକ ଫଟୋ ପୋଷ୍ଟ୍ କରିଛନ୍ତି ଓ ତା’ ତଳେ ଲେଖିଛନ୍ତି “Two M’s and a Bum”। ଦୁଇ ଜଣ ଏମ୍‌ରୁ ବୁଝାପଡୁଛି ଯେ ସେମାନେ ହେଉଛନ୍ତି ମୀରା ଓ ମସାବା। ଆଉ Bumରୁ ଜଣାପଡୁଛି ମୀରା ଗର୍ଭବତୀ ଅଛନ୍ତି। ଲେକ୍‌ମୀ ଫ୍ୟାଶନ୍ ୱିକ୍‌ରେ ବି ମୀରାଙ୍କୁ ଦେଖି ଲାଗୁଥିଲା ତାଙ୍କ କୋଳକୁ ପିଲାଟିଏ ଆସୁଛି।

ତେବେ ଏନେଇ ଶାହିଦଙ୍କ ପରିବାର ପକ୍ଷରୁ ଏଯାଏଁ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ।