ଅଗଷ୍ଟ ୧୨ରେ ପରଦାକୁ ଆସିବ ହ୍ରିତିକଙ୍କ ‘ମୋହେଞ୍ଜୋଦାରୋ’

hrithik-asuମୁମ୍ବାଇ: ହ୍ରିତିକ ରୋଶନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ମୋହେଞ୍ଜୋଦାରୋ” ଅଗଷ୍ଟ ୧୨ ତାରିଖରେ ରିଲିଜ୍ ହେବ।

ହ୍ରିତିକ ଟ୍ୱିଟ୍ କରି ଏ ଘୋଷଣା କରିଛନ୍ତି। ଏହା ସହିତ ସେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଫଟୋରେ ସେ ଏକ କ୍ଲାପ୍ ବୋର୍ଡ ଧରିଛନ୍ତି। ସେଥିରେ ଫିଲ୍ମଟିର ରିଲିଜ୍ ତାରିଖ ଉଲ୍ଲେଖ ରହିଛି। ପଛରେ ଫିଲ୍ମର ନିର୍ଦ୍ଦେଶକ ଆଶୁତୋଷ ଗ୍ୱାଡେକର ମଧ୍ୟ ଦୃଶ୍ୟମାନ ହେଉଛନ୍ତି।

“ମାହେଞ୍ଜୋଦାରୋ”ରେ ପୂଜା ହେଗ୍‌ଡେ ଓ ଭେଟେରାନ୍ ଆକ୍ଟର କବୀର ବେଦୀ ମଧ୍ୟ ଅଛନ୍ତି।

ଏହି ଫିଲ୍ମରେ ଆଶୁତୋଷ ଓ ହ୍ରିତିକ ଦ୍ୱିତୀୟ ଥର ପାଇଁ ଏକାଠି କାମ କରୁଛନ୍ତି। ଏହା ପୂର୍ବରୁ ୨୦୦୮ରେ ଆଶୁତୋଷଙ୍କ ନିର୍ଦ୍ଦେଶିତ “ଯୋଦ୍ଧା ଆକ୍‌ବର’ରେ ହ୍ରିତିକ କାମ କରିଥିଲେ।

ଏ.ଆର ରହମାନ ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।