କ୍ୟାରିୟର ଆଗ ନା ବିବାହ ? କ’ଣ କହୁଛନ୍ତି ଅଭିନେତ୍ରୀ ନର୍ଗିସ୍ ଶୁଣନ୍ତୁ

ମୁମ୍ବାଇ: କାହା ପାଇଁ ଜୀବନ ଗୁରୁତ୍ୱପୂର୍ଣ୍ଣ ତ କାହା ପାଇଁ କ୍ୟାରିୟର। କିଏ ନିଜର ପାରିବାରିକ ତଥା ବୈବାହିକ ଜୀବନକୁ ଗୁରୁତ୍ୱ ଦେଇଥାଏ ତ କିଏ ଚାହେଁ ସେ ନିଜ କାମରେ ଶୀର୍ଷରେ ପହଞ୍ଚିବ। ହେଲେ ସିନେମା ଜଗତ କଥ ଅଲଗା। ଏଠି ସମସ୍ତେ କ୍ୟାରିୟର ମୁହାଁ। ଅବଶ୍ୟ ସମସ୍ତେ ସେମିତି ନୁହଁନ୍ତି। କ୍ୟାରିୟର କଥା ପଡ଼ିଲାଣି ଯେତେବେଳେ ଆସନ୍ତୁ ଥରେ ଜାଣିବା ବଲିଉଡର ଜଣେ ନବଗତା ନାୟିକାଙ୍କ ବିଷୟରେ। ବଲିଉଡରେ ଏବେ ଚାଲିଛି ନୂଆ ଟ୍ରେଣ୍ଡ। […]

Ordigital Desk
  • Published: Friday, 20 October 2017
  • Updated: 20 October 2017, 06:05 PM IST

Sports

Latest News

ମୁମ୍ବାଇ: କାହା ପାଇଁ ଜୀବନ ଗୁରୁତ୍ୱପୂର୍ଣ୍ଣ ତ କାହା ପାଇଁ କ୍ୟାରିୟର। କିଏ ନିଜର ପାରିବାରିକ ତଥା ବୈବାହିକ ଜୀବନକୁ ଗୁରୁତ୍ୱ ଦେଇଥାଏ ତ କିଏ ଚାହେଁ ସେ ନିଜ କାମରେ ଶୀର୍ଷରେ ପହଞ୍ଚିବ। ହେଲେ ସିନେମା ଜଗତ କଥ ଅଲଗା। ଏଠି ସମସ୍ତେ କ୍ୟାରିୟର ମୁହାଁ। ଅବଶ୍ୟ ସମସ୍ତେ ସେମିତି ନୁହଁନ୍ତି। କ୍ୟାରିୟର କଥା ପଡ଼ିଲାଣି ଯେତେବେଳେ ଆସନ୍ତୁ ଥରେ ଜାଣିବା ବଲିଉଡର ଜଣେ ନବଗତା ନାୟିକାଙ୍କ ବିଷୟରେ।

ବଲିଉଡରେ ଏବେ ଚାଲିଛି ନୂଆ ଟ୍ରେଣ୍ଡ। ନୂଆ ନୂଆ କଳାକାର ଦୈନିକ ଆସୁଛନ୍ତି ପରଦାକୁ। ଦର୍ଶକ ବି କାହାକୁ ପସନ୍ଦ କରୁଛନ୍ତି ତ କାହାକୁ ଭୁଲି ଯାଉଛନ୍ତି। ତେବେ ଏବେ ନୂଆ ନୂଆ ବଲିଉଡକୁ ଆସିଥିବା ଜଣେ ଅଭିନେତ୍ରୀ ହେଲେ ନର୍ଗିସ୍ ଖାକରୀ। ନର୍ଗିସ୍ ନାଁ ଶୁଣି ଆପଣଙ୍କର ପୁରୁଣା ଦିନର ହିନ୍ଦି ସିନେମା ମନେପଡ଼ିବଣି। ନା ନା ସେ ନର୍ଗିସ୍ ନୁହଁନ୍ତି, ଇଏ ଜଣେ ନୂଆ ଅଭିନେତ୍ରୀ।

1979 ମସିହା ଅକ୍ଟୋବର  20 ତାରିଖରେ ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିଲେ ନର୍ଗିସ ଖାକରୀ। 2005ରେ ସେ ମଡେଲିଂ ଦୁନିଆରେ ପାଦ ରଖିଥିଲେ। ଫିଲ୍ମ ରକଷ୍ଟାରରୁ କ୍ୟାରିୟର ଆରମ୍ଭ କରିଥିବା ନର୍ଗିସ୍ ପରବର୍ତ୍ତୀ ସମୟରେ ବହୁ ବଲିଉଡ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପାଖରେ ପରିଚୟ ସୃଷ୍ଟି କରିଛନ୍ତି। ତେବେ ଏଠି ତାଙ୍କ କ୍ୟାରିୟର କଥା ନୁହେଁ, ତାଙ୍କ ବାହାଘର କଥା ପଡ଼ିଛି। ଏକ ସାକ୍ଷତକାରରେ ସେ ନିଜ ରିଲେସନସିପ୍ ବିଷୟରେ କହିଥିଲେ ଯେ, ସେ ନିଜ ଏକ୍ସବୟଫ୍ରେଣ୍ଡଙ୍କୁ ଏକ ନାଇଟ୍ କ୍ଲବରେ ଭେଟିଥିଲେ। 6 ମାସ ଡେଟ୍ କରିବା ପରେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ପରେ ତାଙ୍କ ବୟଫ୍ରେଣ୍ଡ ନର୍ଗିସଙ୍କ ମାଆଙ୍କ ପାଖକୁ ବିବାହ ପ୍ରସ୍ତାବ ନେଇ ଆସିଥିଲେ। କିନ୍ତୁ ବିବାହ ପାଇଁ ନର୍ଗିସ ମନା କରି ଦେଇଥିଲେ। କାରଣ ସେ ବିବାହ ପାଇଁ ପ୍ରସ୍ତୁତ ନଥିଲେ। ବରଂ ସେ ନିଜ କାମକୁ ଗୁରୁତ୍ୱ ଦେବାକୁ ଚାହୁଁଥିଲେ।

ଅଭିନୟ କ୍ଷେତ୍ରରେ ନର୍ଗିସ ଖୁବ୍ ସଫଳତା ପାଇଛନ୍ତି। କେହି କେହି ତାଙ୍କୁ ପରାମର୍ଶ ଦେଲେଣି ଯେ, ଏବେ ନିଜ ଘର ପରିବାର କରିବା ଉଚିତ। ବାହାଘର ବିଷୟରେ ଟିକିଏ ଚିନ୍ତା କର। ହେଲେ ନର୍ଗିସଙ୍କର ବିବାହ ସଂପର୍କରେ ଭିନ୍ନ ଧାରଣା ରହିଛି। ସେ କୁହନ୍ତି, ଅନେକ ଅଛନ୍ତି ଯେଉଁମାନେ ବିବାହ କରି ମଧ୍ୟ ଖୁସିରେ ନାହାଁନ୍ତି। ତେଣୁ ବିବାହ ତାଙ୍କ ଜୀବନରେ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେ ସ୍ୱାଧୀନ ଭାବେ ବଞ୍ଚିବାକୁ ଚାହାଁନ୍ତି। ଏଥିପାଇଁ ତାଙ୍କୁ କାହାର ସାହାରା ଆବଶ୍ୟକ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story