ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ଦୀପିକା ପାଦୁକନଙ୍କୁ ଟ୍ୱିଟ୍ କରି ନିର୍ବନ୍ଧ ପାଇଁ ଶୁଭେଚ୍ଛା ଜଣାଇ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ଲେଖିଛନ୍ତି, ‘ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଦୀପିକାଙ୍କ ଆଗାମୀ ଜୀବନ ସୁଖମୟ ହେଉ’।
ଏହି ଟ୍ୱିଟ୍ ଦେଖି ଦୀପିକାଙ୍କ ସମସ୍ତଙ୍କ ଫ୍ୟାନ ଓ ଟ୍ୱିଟର ୟୁଜରର୍ସମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଦୀପିକା ତାଙ୍କ ଫିଲ୍ମ ସୁଟିଙ୍ଗ୍ ପାଇଁ ଟୋରେଣ୍ଟୋରେ ଅଛନ୍ତି। ରଣବୀର ପ୍ୟାରିସରେ ଅଛନ୍ତି। ତାହାହେଲେ ତାଙ୍କ ଦୁଇ ଜଣଙ୍କ ନିର୍ବନ୍ଧ ହେଲା କିପରି ବୋଲି ଦୀପିକାଙ୍କ ଫ୍ୟାନମାନେ ଟ୍ୱିଟ୍ କରିଛନ୍ତି।
ଦୀପିକାଙ୍କ ଫ୍ୟାନମାନଙ୍କର ଟ୍ୱିଟ୍ ଦେଖି ହେମାମାଳିନୀ କହିଛନ୍ତି, “ମୁଁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକନଙ୍କୁ ନିର୍ବନ୍ଧ ପାଇଁ ଶୁଭେଚ୍ଛା ଜଣାଇ ନ ଥିଲି। ମୋର ଜଣେ ଅନୁଗାମୀଙ୍କ ନାଁ ଦୀପିକା। ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।