ଜାଣନ୍ତୁ ଓଲିଉଡ୍ ଷ୍ଟାରଙ୍କ ସାଇଡ୍‌ ବିଜନେସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡରେ କଳାକାରମାନେ ବିଭିନ୍ନ ବ୍ୟାନରରେ କାମ କରୁଥିବାର ଆମେ ଦେଖୁଛେ। ବଲିଉଡ ପରି ଓଲିଉଡରେ ମଧ୍ୟ ଅନେକ ନାମୀଦାମୀ କଳାକରମାନଙ୍କର ନିଜର ହୋମ ପ୍ରଡକ୍ସନ ବ୍ୟାନର ରହିଛି। ହେଲେ ଏ ସମ୍ପର୍କରେ ସେମାନଙ୍କ ଫ୍ୟାନମାନେ ବହୁତ କମ୍ ଜାଣିଛନ୍ତି। ଆସନ୍ତୁ ଜାଣିବା ଆପଣଙ୍କ ପସନ୍ଦର କଳାକାରଙ୍କ ହୋମ୍‌ ପ୍ରଜକ୍ସନ ବ୍ୟାନର ବିଷୟରେ। ବାବୁସାନ ମହାନ୍ତି: ଓଲିଉଡର ଚକୋଲେଟ୍‌ ବୟ ବାବୁସାନ ‘ସିଷ୍ଟର ଶ୍ରୀଦେବୀ’, ‘ହିରୋ ନଂ.୧’ , ‘ଲଭ ପାଇଁ କୁଛଭି କରେଗା’ […]

Rakesh Mallick
  • Published: Friday, 06 October 2017
  • Updated: 06 October 2017, 07:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡରେ କଳାକାରମାନେ ବିଭିନ୍ନ ବ୍ୟାନରରେ କାମ କରୁଥିବାର ଆମେ ଦେଖୁଛେ। ବଲିଉଡ ପରି ଓଲିଉଡରେ ମଧ୍ୟ ଅନେକ ନାମୀଦାମୀ କଳାକରମାନଙ୍କର ନିଜର ହୋମ ପ୍ରଡକ୍ସନ ବ୍ୟାନର ରହିଛି। ହେଲେ ଏ ସମ୍ପର୍କରେ ସେମାନଙ୍କ ଫ୍ୟାନମାନେ ବହୁତ କମ୍ ଜାଣିଛନ୍ତି। ଆସନ୍ତୁ ଜାଣିବା ଆପଣଙ୍କ ପସନ୍ଦର କଳାକାରଙ୍କ ହୋମ୍‌ ପ୍ରଜକ୍ସନ ବ୍ୟାନର ବିଷୟରେ।

ବାବୁସାନ ମହାନ୍ତି: ଓଲିଉଡର ଚକୋଲେଟ୍‌ ବୟ ବାବୁସାନ ‘ସିଷ୍ଟର ଶ୍ରୀଦେବୀ’, ‘ହିରୋ ନଂ.୧’ , ‘ଲଭ ପାଇଁ କୁଛଭି କରେଗା’ ଭଳି ଅନେକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କର ନିଜର ମଧ୍ୟ ଏକ ହୋମ ପ୍ରଡକ୍ସନ୍‌ ରହିଛି। ଯାହାର ନାଁ ସାଇମା’। ତାଙ୍କ ପ୍ରଥମ ହୋମ ପ୍ରଡକ୍ସନ ବ୍ୟାନରର ସିନେମା ଥିଲା ‘ଲଭ ମାଷ୍ଟର’। ଏଥିରେ ବାବୁସାନଙ୍କ ସହ ଅଭିନୟ କରିଥିଲେ ରିଆ ଓ ପୁନମ ମିଶ୍ର।

ଅରିନ୍ଦମ ରୟ: ଓଲିଉଡର ହ୍ୟାଣ୍ଡସମ ହଙ୍କ ଅରିନ୍ଦମ ରୟ। ନିକଟରେ ‘ଶିବା ନଟ୍ ଆଉଟ’ରେ ଅଭିନୟ କରି ବେସ୍ ପ୍ରଶଂସା ସାଉଁଟିଛନ୍ତି ସେ। ଅଭିନୟ ସହ ଏହି ଫିଲ୍ମରେ ଅରିନ୍ଦମ ପ୍ରଥମ ଥର ପ୍ରଯୋଜନା ମଧ୍ୟ କରିଛନ୍ତି। ଅରିନ୍ଦମଙ୍କ ହୋମ ପ୍ରଡକ୍ସନ ବ୍ୟାନର ନାଁ ହେଲେ ‘ରତ୍ନା’।

ଅନୁଭବ ମହାନ୍ତି: ଓଲିଉଡ ଜଗତର ସଫଳ ଅଭିନେତା ଅନୁଭବ। ତରଙ୍ଗ ସିନେ ପ୍ରଡକ୍ସନର ‘ଅଭୟ’ରେ ଅଭିନୟ କରି ବାହା ବାହା ସାଉଁଟି ଥିଲେ ଅନୁଭବ। ନିକଟରେ ତାଙ୍କର ଏକ ଫିଲ୍ମ ‘କାବୁଲା ବାରବୁଲା’ ରିଲିଜ ହୋଇ ବେଶ ସଫଳତା ମଧ୍ୟ ହାତେଇ ସାରିଛି। ଏହି ଅଭିନେତାଙ୍କର ନିଜର ହୋମ ପ୍ରଜକ୍ସନ ମଧ୍ୟ ରହିଛି। ତାଙ୍କ ହୋମ ପ୍ରଡକ୍ସନ ବ୍ୟାନରର ନାଁ ରଖିଛନ୍ତି ‘ବିଷ୍ଣୁ ପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ’। ତାଙ୍କ ବ୍ୟାନନର ପ୍ରଥମ ଫିଲ୍ମ ହେଉଛି ‘ସମଥିଙ୍ଗ ସମଥିଙ୍ଗ’।

ପୁପିନ୍ଦର: ପୁପିନ୍ଦରଙ୍କ ହୋମ ପ୍ରଡକେସନଙ୍କ ନାଁ ହେଉଛି ‘କ୍ୟାଲୋସ୍ତନିକ ଏଣ୍ଟରଟେନମେଣ୍ଟ’। ‘ଶୁଭ ବିବାହ’ ଓ ‘ଖଟା ମିଠା’ ଫିଲ୍ମର ପ୍ରଯୋଜନା କରିଥିଲେ ପୁପିନ୍ଦର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos