ବାବୁସାନ୍‌ଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର: ଓଲିଉଡ ଅଭିନେତା ବାବୁସାନ୍‌ ଶୁକ୍ରବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତେବେ ତାଙ୍କର କୌଣସି କ୍ଷତି ହୋଇନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋରରୁ ସୁଟିଂ ସାରି ଫେରୁଥିବା ବେଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ବାବୁସାନ୍‌ଙ୍କ କାର ଓ ଏକ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ବାବୁସାନଙ୍କ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କର କିଛି କ୍ଷତି ହୋଇନାହିଁ। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ୍ ଜବତ କରିଛି। ବାବୁସାନ୍‌ ଓ ତାଙ୍କ ବାପା ଉତ୍ତମ ମହାନ୍ତି ଥାନାରେ ଏନେଇ ଏତଲା ଦେଇଥିବା ବେଳେ ଟ୍ରକ୍‌ଚାଳକ ଫେରାର ରହିଛି।