ଅଭିନୟ ଜଗତରେ ପାଦ ଥାପିଲେ ପିସିଙ୍କ ମା’ ମଧୁ ଚୋପ୍ରା

ମୁମ୍ବାଇ: ଖୁବଶୀଘ୍ର ଏକ ମରାଠୀ ଫିଲ୍ମ ‘Ventilator’ରେ ପ୍ରଥମ ଥର ପାଇଁ ଅଭିନୟ ଜଗ୍କୁ ଓହ୍ଲେଇବେ ପ୍ରିୟଙ୍କା ଚୋପ୍ରାଙ୍କ ମା’ ଡ. ମଧୁ ଚୋପ୍ରା। ଉଭୟ ବଲିଉଡ ଓ ହଲିଉଡରେ ଅଭିନୟର ଯାଦୁ ଦେଖାଉଥିବା ପ୍ରିୟଙ୍କା ଚର୍ଚ୍ଚାର ପରିସର ମଧ୍ୟରେ ଥିବା ବେଳେ ତାଙ୍କ ମା’ ଅଭିନୟ ଦୁନିଆକୁ ପାଦ ଥାପିବା ବଲିଉଡରେ ଚର୍ଚ୍ଚା ଜୋର ଧରିଛି।

ଏହି ଫିଲ୍ମକୁ ରାଜେସ୍ ମାପୁକାର ନିର୍ଦ୍ଦେଶନା ଦେଉଥିବା ବେଳେ ପ୍ରିୟଙ୍କା ଏକ ସ୍ୱତନ୍ତ୍ର ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ‘ମା’ ଭୂମିକାରେ ନଜର ଆସିବେ। ଫିଲ୍ମ ଆରମ୍ଭରୁ ହିଁ ପ୍ରିୟଙ୍କା ଓ ତାଙ୍କ ମା’ଙ୍କୁ ଏହିଠାରେ ଦେଖିବାକୁ ମିଳିବ।

ଏହି ଫିଲ୍‌କୁ ପ୍ରିୟଙ୍କା ନିଜେ ପ୍ରଯୋଜନା ଦେଉଥିବା ବେଳେ ଏହାର ସୁଟିଂ କାର୍ଯ୍ୟ ଶେଷ ହେବା ଉପରେ। ଫିଲ୍ମମେକର ଆଶୁତୋଷ ଗୋୱାରିକର ଏହି ଫିଲ୍ମରେ ଏକ ଭିନ୍ନ ଭୂମିକାରେ ମଧ୍ୟ ନଜର ଆସିବେ। ଏହା ଚଳିତ ବର୍ଷ ଗଣେଷ ଉତ୍ସବ ବେଳେ ରିଲିଜ୍‌ ହେବ।