ମାୟାନଗରୀରେ ଦୁଇ ଓଡ଼ିଆ ହଟ୍‌ ଯୋଡ଼ି, ଆସିଲା ‘ଥ୍ରୀଲର’ର ଟ୍ରେଲର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରିଲିଜ୍ ହୋଇଛି ବହୁଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ କ୍ରାଇମ ସସ୍ପେନ୍ସ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର । ‘ଥ୍ରୀଲର’ର ଟ୍ରେଲର ରିଲିଜ ପରେ ଏହାକୁ ମିଳିଛି ଜବରଦସ୍ତ ରେସପନ୍ସ । ତେବେ ସବୁଠୁ ବଡ କଥା ଏହି ମୁଭିରେ ଡେବ୍ୟୁ କରୁଛନ୍ତି ଦୁଇ ଓଡ଼ିଆ ରକି ଓ୍ୱାଜିଦ୍ ଓ ବୋଲ୍ଡ ଅପସରା ରାନୀ । ସାଢ଼େ ତିନି ମିନିଟ୍‌ର ସସପେନ୍ସ ଭରା ଏହି ଟ୍ରେଲରରେ ପୂରା ବୋଲଡ ଅନ୍ଦାଜରେ ଆସିଛନ୍ତି ଓଡ଼ିଆ ଝିଅ ଅଙ୍କିତା ମହାରଣା […]

apsararani

apsararani

Tapas Behera
  • Published: Thursday, 30 July 2020
  • Updated: 14 August 2020, 04:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରିଲିଜ୍ ହୋଇଛି ବହୁଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ କ୍ରାଇମ ସସ୍ପେନ୍ସ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର । ‘ଥ୍ରୀଲର’ର ଟ୍ରେଲର ରିଲିଜ ପରେ ଏହାକୁ ମିଳିଛି ଜବରଦସ୍ତ ରେସପନ୍ସ । ତେବେ ସବୁଠୁ ବଡ କଥା ଏହି ମୁଭିରେ ଡେବ୍ୟୁ କରୁଛନ୍ତି ଦୁଇ ଓଡ଼ିଆ ରକି ଓ୍ୱାଜିଦ୍ ଓ ବୋଲ୍ଡ ଅପସରା ରାନୀ ।

ସାଢ଼େ ତିନି ମିନିଟ୍‌ର ସସପେନ୍ସ ଭରା ଏହି ଟ୍ରେଲରରେ ପୂରା ବୋଲଡ ଅନ୍ଦାଜରେ ଆସିଛନ୍ତି ଓଡ଼ିଆ ଝିଅ ଅଙ୍କିତା ମହାରଣା ତଥା ଅପସରା ରାନୀ । ସେକ୍ସି ଲୁକ୍ ଓ ଚାର୍ମିଂ ଚେହେରାରେ ଖୁବ୍ ଷ୍ଟନିଙ୍ଗ ଦିଶୁଛନ୍ତି ଅପସରା । ଏହି ମୁଭିରେ ଅପସରାଙ୍କ ଅପୋଜିଟରେ ସ୍କ୍ରୀନ ଶେୟାର କରିଛନ୍ତି ଆଉଜଣେ ଓଡ଼ିଆ ହ୍ୟାଣ୍ଡସମ୍ ହକଂ ରକ୍ କାଚ୍ଛି ।

ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରେି ଏହି ଟ୍ରେଲରରେ ଦେଖିବାକୁ ମିଳିଛି । ତେବେ  କୌଣସି ଏକ ବଲିଉଡ ମୁଭିରେ ଲିଡ ରୋଲରେ ଦୁଇ ଓଡ଼ିଆ ଆକ୍ଟିଂ କରିବା ପ୍ରଥମ ଘଟଣା । ଟ୍ରେଲର ରିଲିଜ ପୂର୍ବରୁ ଅପସରା ଓ ରକି ଫଟୋ ସୁଟ୍‌କୁ ନେଇ ଚର୍ଚ୍ଚାରେ ଥିବାବେଳେ ଅପସରାଙ୍କୁ ପରଦାକୁ ଅଣିଥିବା ନିର୍ଦ୍ଦେଶକ ତଥା ନିର୍ମାତା ରାମ ଗୋପାଳ ବର୍ମାଙ୍କ ଟ୍ୱିଟ୍ ମଧ୍ୟ ସୋଶାଲ ମିଡିଆରେ ଛାଇ ହୋଇଯାଇଥିଲା।

ରାମଗୋପାଳ ଅପ୍ସରାଙ୍କ ଫଟୋ ଟ୍ୱିଟ୍ କରିବା ପରେ ରାତାରାତି ସେ ଇଣ୍ଟରନେଟ୍ ସେନ୍ସେସନ ପାଲଟିଯାଇଥିଲେ।  ସେହିପରି ଅପସରାଙ୍କ ପରେ ରକି ଓ୍ୱାଜିଦ୍ ନାମକ  ଓଡିଶାର ଆଉ ଜଣେ ଟ୍ୟାଲେଣ୍ଟକୁ ଆବିଷ୍କାର କରିଥିବା ରାମ ଗୋପାଳ ମଧ୍ୟ ଟ୍ୱିଟ୍‌ କରିଥିଲେ । ଡେରାଡୁନ୍‌ରେ ଜନ୍ମ ଗ୍ରହଣ କରିଥିବା ଅପସରା ଏବେ ସାଉଥ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି। ଏହାପୂର୍ବରୁ ଉଲାଲା ଉଲାଲା ଓ ଫୋର ଲେଟର୍ସ ଭଳି ତେଲୁଗୁ ଫିଲ୍ମରେ ବି ଅଭିନୟ କରିଛନ୍ତି ଅପ୍ସରା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos