ଆସିଲା ‘ରାଜ୍‌ ରିବ୍ୟୁଟ୍‌’ର ଟ୍ରେଲର

ମୁମ୍ବାଇ: ରିଲିଜ୍‌ ହୋଇଛି ହରର ଫିଲ୍ମ ‘ରାଜ୍‌ ରିବ୍ୟୁଟ୍’ର ଟ୍ରେଲର। ଏହି ଫିଲ୍ମରେ ବିଭିନ୍ନ ଭୂମିକାରେ ନଜର ଆସିବେ ଇମ୍‌ରାନ୍‌ ହାସ୍‌ମୀ, କ୍ରୀତି ଖରବନ୍ଦା ଓ ଗୌରବ ଅରୋରା ପ୍ରମୁଖ। ବିକ୍ରମ ଭଟ୍ଟ ଏହାକୁ ରଚନା କରିବା ସହ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

ସଦ୍ୟ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ଲଭ୍‌,ରୋମାନ୍ସ, ବିରହ ଓ ଭୌତିକ କାଣ୍ଡ ଦେଖିବାକୁ ମିଳିବ। ଭୌତିକ କାଣ୍ଡକୁ ବେଶୀ ଏହି ଫିଲ୍ମରେ ଗୁରୁତ୍ୱ ଦିଆଯାଇଛି।

ଏହି ଫିଲ୍ମ ଆସନ୍ତା ସେପ୍ଟେମ୍ବର ୧୬ରେ ରିଲିଜ୍‌ ହେବ।