ବିବେକ ଓବରଏଙ୍କ କେଉଁ ଭୁଲ୍ ପାଇଁ ତାଙ୍କ ପାଖରୁ ଦୂରେଇ ଯାଇଥିଲେ ଐଶ୍ୱର୍ଯ୍ୟା

ବଲିଉଡରେ ତ ଏମିତି ସୁନ୍ଦରୀଙ୍କ ଅଭାବ ନାହିଁ କିନ୍ତୁ ଯେଉଁ କିଛି ସୁନ୍ଦରୀ ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି, ସେମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ଆଗରେ । ତେବେ ସେ ବଚ୍ଚନ ଘରର ବୋହୂ ହେବାପରେ ତାଙ୍କୁ ନେଇ ଶସ୍ତା ଚର୍ଚ୍ଚା ଟିକିଏ କମିଯାଇଛି । ନିଜର ଆର୍କଷଣୀୟ ଚେହେରା ଓ ଜବରଦସ୍ତ ଅଭିନୟ କଳା ଯୋଗୁ କୋଟି କୋଟି ଦର୍ଶକଙ୍କ ମନ ଜିତି ପାରିଛନ୍ତି ଐଶ୍ । ତେବେ ଅଭିଷେକ ବଚ୍ଚନଙ୍କୁ ବାହା ହେବା ଆଗରୁ ଐଶଙ୍କୁ […]

vivek aiswarya

vivek aiswarya

Rakesh Mallick
  • Published: Monday, 17 July 2017
  • Updated: 17 July 2017, 03:28 PM IST

ବଲିଉଡରେ ତ ଏମିତି ସୁନ୍ଦରୀଙ୍କ ଅଭାବ ନାହିଁ କିନ୍ତୁ ଯେଉଁ କିଛି ସୁନ୍ଦରୀ ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି, ସେମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ଆଗରେ । ତେବେ ସେ ବଚ୍ଚନ ଘରର ବୋହୂ ହେବାପରେ ତାଙ୍କୁ ନେଇ ଶସ୍ତା ଚର୍ଚ୍ଚା ଟିକିଏ କମିଯାଇଛି । ନିଜର ଆର୍କଷଣୀୟ ଚେହେରା ଓ ଜବରଦସ୍ତ ଅଭିନୟ କଳା ଯୋଗୁ କୋଟି କୋଟି ଦର୍ଶକଙ୍କ ମନ ଜିତି ପାରିଛନ୍ତି ଐଶ୍ ।

ତେବେ ଅଭିଷେକ ବଚ୍ଚନଙ୍କୁ ବାହା ହେବା ଆଗରୁ ଐଶଙ୍କୁ ନେଇ ନାନା ପ୍ରକାର ଲଭ୍ ଗସିପ୍ ଉଡୁଥିଲା । ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ନାଁ ସଲମାନ ଖାନ୍ ଓ ବିବେକ ଓବରୟଙ୍କ ସହ ଯୋଡା ହୋଇଥିଲା। ସୁପରଷ୍ଟାର ସଲମାନ ଖାନ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ପ୍ରେମ ୧୯୯୯ରେ ଫିଲ୍ମ 'ହମ୍ ଦିଲ ଦେ ଚୁକେ ସନମ'ରୁ ଆରମ୍ଭ ହୋଇ ୨୦୦୧ ପର୍ଯ୍ୟନ୍ତ ଚାଲିଥିଲା ।  କିନ୍ତୁ ସଲ୍ଲୁଙ୍କ ଉଗ୍ର ଆଚରଣ ଯୋଗୁ ଐଶ୍ ତାଙ୍କୁ କରଛଡ଼ା ଦେଇଥିଲେ।

ତା ପରେ ତାଙ୍କ ଲଭ୍ ଫ୍ରେମ୍ ଭିତରକୁ ପଶି ଆସିଥିଲେ ଆଉଜଣେ ହିରୋ- ବିବେକ ଓବରଏ । 'କ୍ୟୁଁ ପ୍ୟାର୍ ହୋଗୟା ନା' ଫିଲ୍ମରେ ଐଶ୍ ବିବେକଙ୍କ ନିକଟତର ହୋଇଥିଲେ । ଏପରି କୁହାଯାଏ କି ଐଶଙ୍କ ୩୦ତମ ଜନ୍ମଦିନରେ ବିବେକ ତାଙ୍କୁ ୩୦ରୁ ଅଧତ୍କ ଗିଫ୍ଟ ଦେଇଥିଲେ। ଦୁହିଁଙ୍କ ଆଚରଣରୁ ଯାହା ଜଣାପଡୁଥିଲା, ବିବେକ ଐଶଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ ପ୍ରଶ୍ନ ଉଠେ ତା ପରେ ବି କାହିଁକି ତାଙ୍କଠାରୁ ଦୂରେଇ ଗଲେ ଐଶ । ବିବେକ ତ ସଲମାନଙ୍କ ପରି ଉଗ୍ର ପ୍ରେମିକ ନୁହେଁ ତେବେ ବ୍ରେକଅପ୍ର କାରଣ କଣ ଥିଲା।

କୁହାଯାଏ, ପ୍ରଚୁର ପ୍ରେମ ଭିତରେ ବିବେକ ଗୋଟିଏ ଛୋଟିଆ ଭୁଲ କରି ବସିଥିଲେ, ଯାହା ପାଇଁ ସେ ଜୀବନସାରା ପସ୍ତେଇଲେ ଏବଂ ହାତରୁ ଐଶଙ୍କ ପରି ସୁନ୍ଦରୀ ଓ ଚର୍ଚ୍ଚିତ ପ୍ରେମିକା ଖସିଗଲେ ତେବେ କଣ ସେ ଭୁଲ୍ ।

ଐଶ କେବେ ନିଜ ସଂପର୍କ ବିଷୟରେ କେଉଁଠି ବି ଖୋଲିକି କହି ନଥିଲେ କି ସ୍ୱୀକାର କରିନଥିଲେ କିନ୍ତୁ ପାର୍ଟି ଓ ଇଭେଣ୍ଟ ଗୁଡ଼ିକରେ ଦୁହିଁଙ୍କୁ ଏକାଠି ଦେଖବାକୁ ମିଳୁଥିଲା । କିନ୍ତୁ ହଠାତ୍ ୨୦୦୩ରେ, ବିବେକ ଏକ ହୋଟେଲ ରୁମ୍‌ରେ ସାମ୍ବାଦିକ ସମ୍ମିଳନୀ ଡାକି, ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା ଐଶ୍ୱର୍ଯ୍ୟାଙ୍କୁ ବୋଧହୁଏ ଭଲ ଲାଗିନଥିଲା । ବିବେକ ଗଣମାଧ୍ୟମକୁ କହିଥିଲେ- ଐଶଙ୍କ ସହ ମତେ ଏକାଠି ଦେଖି, ସଲମାନ ଖାଁ ଖଡ୍ଗହସ୍ତ । ସେ ମତେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ।

ଏହି ଘଟଣା ପରେ ଐଶ୍ୱର୍ଯ୍ୟା ବିବେକଙ୍କ ପାଖରୁ ମୁହଁ ମୋଡ଼ିଦେଲେ ଯେ ଆଉ ଫେରିଲେ ନାହିଁ । କାରଣ, ଐଶ୍ୱର୍ଯ୍ୟା କୌଣସି ବିବାଦରେ ପଶିବାକୁ ଚାହୁଁନଥିଲେ । ଏହି ଘଟଣା ପରେ ବିବେକ ଜଣେ ଅପରିପକ୍ୱ ବା ଇମାଚିଓର୍ଡ ବ୍ୟକ୍ତି ବୋଲି ମତ ଦେଇଥିଲେ ଐଶ୍ । ବିବେକ ମଧ୍ୟ ଏକ ଟିଭି କାର୍ଯ୍ୟକ୍ରମରେ ନିଜର ଏହି ଭୁଲ୍ ମାନିଥିଲେ କହିଥିଲେ, ସାମ୍ବାଦିକ ସମ୍ମିଳନୀ ଡାକି ମୁଁ ଜୀବନରେ ଗୋଟେ ବଡ଼ ଭୁଲ୍ କରିଥିଲି । ଏହାପରେ କୌଣସି ଆୱ୍ୱାର୍ଡ ସେରିମନିରେ ମତେ ଗୁରୁତ୍ୱ ଦିଆଯାଇ ନଥିଲା । ଏମିତିକି ଫିଲ୍ମ କମ୍ପାନୀ ପାଇଁ ମତେ ପୁରସ୍କାର ମିଳିବ ବୋଲି ପ୍ରଥମେ ଏକ ଚିଠି ଆସିଥିଲା । କିନ୍ତୁ ଚିଠି ପାଇବାର କିଛି ସମୟ ପରେ, ପୁରସ୍କାର ଉତ୍ସବକୁ ନ ଆସିବାକୁ ଫୋନ୍ ଆସିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos